Categories
ଆଜିର ଖବର ଖେଳ ରାଜ୍ୟ ଖବର

ଏକାମ୍ର ଭୁବନେଶ୍ଵରରେ ଅପରାଜିତାଙ୍କ ‘ସାଂସଦ କ୍ରୀଡା ସମ୍ମାନ’: ଖେଳାଳିଙ୍କୁ ମିଳିଲା କ୍ରୀଡା ସାମଗ୍ରୀ

ଭୁବନେଶ୍ଵର: କ୍ରୀଡା ଆଉ କ୍ରୀଡାବୀତମାନଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଗ୍ରାମାଞ୍ଚଳ ଠାରୁ ସାହାରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଯୁବ କ୍ରୀଡାବୀତଙ୍କ ନିକଟରେ ପହଞ୍ଚିବା ପାଇଁ ସାଂସଦ ଅପରାଜିତା କରୁଛନ୍ତି।

ଏହି ଅଭିଯାନ ଅନ୍ତର୍ଗତ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ‘ସାଂସଦ କ୍ରୀଡା ସମ୍ମାନ ଉତ୍ସବ’ ଆୟୋଜନ କାରାଯାଉଛି। ତେବେ ଏହି ପ୍ରରିପ୍ରେକ୍ଷୀରେ ବୁଧବାର ଦିନ ଏକାମ୍ର ଭୁବନେଶ୍ଵରରେ ‘ସାଂସଦ କ୍ରୀଡା ସମ୍ମାନ ଉତ୍ସବ’ ଆୟୋଜିତ ହୋଇଯାଇଛି। ଏଥିରେ ୨୮ ଟି ସ୍ପୋର୍ଟ୍ସ ଆସୋସିଏସନକୁ ସମ୍ମାନିତ କରାଯାଇଛି। ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ କ୍ରୀଡାର ଖେଳାଳିମାନେ ଅଂଶଗ୍ରହଣ କରି ସାଂସଦ ଅପରାଜିତାଙ୍କ ଠାରୁ ଖେଳ ସାମଗ୍ରୀ ଗ୍ରହଣ କରିଛନ୍ତି।

ଏହି ଅବସରରେ ବିଜେପି ନେତା ବାବୁ ସିଂ ଯୋଗ ଦେଇ ଯୁବ ଖେଳାଳିମାନଙ୍କୁ ଖେଳ ଉପରେ ଗୁରୁତ୍ଵ ଦେବା ଲାଗି ଆହ୍ଵାନ ଦେଇଥିଲେ। ଏହି ସମୟରେ ଶ୍ରୀ ସିଂ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଉଲ୍ଲେଖ କରି କହିଥିଲେ ଯେ, “ଆମେ ସମସ୍ତେ ନିଶା ଠାରୁ ଦୂରେଇ ରହିବା ପାଇଁ ଏକ ସଂକଳ୍ପ ନେବା ଏବଂ ନିଶା ମୁକ୍ତ ସମାଜ ଗଢିବା ପାଇଁ ପ୍ରୟାସ କରିବା। ଯଦି ଆମକୁ ଏଥିପାଇଁ ବିରୋଧ କରିବା ପାଇଁ ଆବଶ୍ୟକ ପଡେ, ତେବେ ଆମେ ନିଶ୍ଚିତ ବିରୋଧ କରିବା। ସେଥିପାଇଁ ଆମେ ସ୍ଥାନୀୟ ପୋଲିସ ଆଉ ପ୍ରଶାସନର ସାହାଯ୍ୟ ଲୋଡିବା।”

ସେହିଭଳି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ତାଙ୍କ ଅଭିଭାଷଣରେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେ ଆଗାମୀ ଦିନରେ କ୍ରୀଡାବୀତମାନଙ୍କୁ ଅଧିକରୁ ଅଧିକ କ୍ରୀଡା ସାମଗ୍ରୀ ଯୋଗାଇଦେବା ଲାଗି ଘୋଷଣା କରିଥିଲେ। ଏହି ସମୟରେ ସେ ବଡ ଘୋଷଣା କରି କହିଥିଲେ ଯେ, କ୍ରୀଡା ସାମଗ୍ରୀ ନଷ୍ଟ ହୋଇଗଲେ ମଧ୍ୟ ପ୍ରତ୍ୟେକ ଦଳକୁ କ୍ରୀଡା ସାମଗ୍ରୀ ପୁନର୍ବାର ଯୋଗାଇଦିଆଯିବ। ତେବେ ଏହା କିଏ ଦେଉଛି, କାହା ମାଧ୍ୟମରେ ଖେଳାଳିମାନଙ୍କ ପାଖରେ ଏହା ପହଞ୍ଚିବ, ଏହା କେଉଁଠାରୁ ଆସୁଛି, ତାହା ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଶ୍ରୀମତୀ ଷଡଙ୍ଗୀ କହିଥିଲେ। ଏହି ସମୟରେ ପ୍ରତ୍ୟେକ ଖର୍ଚ୍ଚର ହିସାବ ମଧ୍ୟ ସେ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସହରୀ ବସ୍ତିବାସିନ୍ଦାଙ୍କୁ ନବୀନ ଦେଲେ ଭୂମି ଅଧିକାର ପ୍ରମାଣପତ୍ର, ହେଲେ ବିଜେପି କହୁଛି ଏହା ପ୍ରତାରଣା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ଦେଇଛନ୍ତି। ହେଲେ ଏହାକୁ ନେଇ ବିଜେପି ରାଜନୀତି ଆରମ୍ଭ କରିଦେଇଛି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି। ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି।

ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା। ଏମାନଙ୍କର ସବୁ ଜାଲି, ନକଲି । ସହରାଂଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି।

ହେଲେ ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦର ଲେଖାନାହିଁ । ରାଜ୍ୟ ସରକାରଙ୍କର ଯେଉଁ ସମବାୟ ବ୍ୟାଙ୍କ ଅଛି ସେମାନେ ବି ଏହି କାଗଜକୁ ସ୍ୱୀକାର କରୁନାହାନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ,ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ସହିତ ଛଳନା କରିଛନ୍ତି।

ସାମଲ କହିଛନ୍ତି ଯେ, ୨୦୧୨ ରୁ ୨୦୨୩ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହି କହି ଆସୁଛନ୍ତି ଯେ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ। ହେଲେ ୨୦୧୨ରୁ ୨୦୧୭ ମଧ୍ୟରେ ସହରାଂଚଳର କେଉଁ ଗୋଟିଏ ଲୋକଙ୍କୁ ସ୍ଥାୟୀ ଜମି ପଟା ମିଳିନଥିଲା। ପୁଣି ୪ ବର୍ଷ ପରେ ୨୦୧୭ ମସିହାରେ ଆଉଥରେ ସେହି ବିଲ୍‌ର ଏକ ଅଧ୍ୟାଦେଶ ଆଣି ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ କି ଆମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟା ଏବଂ ଘର ଯୋଗାଇ ଦେବୁ। ତାହା ବି କେବଳ ପାଣିର ଗାର ପାଲଟିଲା ବୋଲି ସେ କହିଛନ୍ତି।

ପୁଣି ୨୦୨୨ରେ ଆଉ ଏକ ସଂଶୋଧିତ ଆଇନ ଆଣିଲେ। କେବଳ ଆଇନ ଆସୁଛି କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଦୁଃଖ ଯାଉନି। ଏବେ ପୁଣି ୨୦୨୩ରେ ସେହି ପୁରୁଣା ନାଟକର ପୁନ୍ନତାବୃତି। ବିଜୁ ଜନତା ଦଳର ସରକାର କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ନେଇଛି କିନ୍ତୁ ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।

୨୦୧୪ ନିର୍ବାଚନ ଇସ୍ତାହାରରେ ନବୀନ ବାବୁ କହିଥିଲେ, ସହରରେ ଗୋଟିଏ ବି ପରିବାର ବିନା ପକ୍କା ଘରରେ ରହିବେ ନାହିଁ। ଯାହାର ନିଜସ୍ୱ ଜାଗା ନାହିଁ ସେହିି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ସେହି ଘୋଷଣା ବସ୍ତିର ଗରୀବ ଲୋକ ମାନଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରୀବ ଲୋକଙ୍କୁ ଠକିବା ପାଇଁ ଏକ ହୀନ ରାଜନୈତିକ ଉଦ୍ୟମ ବୋଲି ମନମୋହନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା

ଭୁବନେଶ୍ୱର: ରାଜଧାନୀରେ ବାରମ୍ବାର ବିଜୁଳି କାଟ ବିରୋଧରେ ଆଜି ଭୁବନେଶ୍ବର ବିଜେପି ତରଫରୁ ଲଣ୍ଠନ ଧରି ପ୍ରତିବାଦ କରାଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାରାଣୀ ମଣ୍ଡଳ ର ବରଗଡ, ବଡଗଡ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ଵର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର୍ ଆଖ ପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଘନଘନ ଅଘୋଷିତ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ।

ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ । ଯେ ପଯ୍ୟନ୍ତ ସାଧାରଣ ଲୋକ୍ ଏହି ଦୁଃଖ ଦୃଦଶା ରୁ ବର୍ତୀ ନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଧାଫାଶ କରିବା ପଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅମରଜ୍ୟୋତି ଜଗଦ୍ଦେବ, ପ୍ରଭାତ ଦଳବେହେରା, ସିଦ୍ଧାର୍ଥ ଦାସ, ପ୍ରଶାନ୍ତ ନାୟକ, ଜ୍ୟୋତିରେଖ ନାୟକ, ବିନ୍ଦୁଲତା ବଳିୟାରସିଂ, ଗୀତାଞ୍ଜଳୀ ବେହେରା, ସୋୟଂସେବକ ରାୟ, ତାପସ ଦଳାଇ, ମନୋଜ ପଶ୍ଚିମକବାଟ, ମୁରଲୀ ନାୟକ, ବିଶ୍ୱଜିତ୍ ଦାସ, କୁନ୍ତଳା ସାହୁ, ରାକେଶ ମହାନ୍ତି, ଅଭିଜିତ ରଞ୍ଜନ, ଗୟାଧର ରଥ, ନାରାୟଣ ବସ୍ତିଆ, ଅଜିତ୍ କାନୁନଗୋ, ଶୁଭମ୍ ମହାପାତ୍ର, କୁନାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି ବିରୋଧରେ ଗର୍ଜିଲା ଭୁବନେଶ୍ବର ବିଜେପି, ମୁହଁରେ କଳାପଟି ଦେଇ ଧାରଣା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅଳିଆ ସମସ୍ୟା, ଡ୍ରେନେଜ ଅବ୍ୟବସ୍ଥା, ଡେଙ୍ଗୁ ସମସ୍ୟା ଅଣାୟତ, ରାସ୍ତାଘାଟ ମରଣଜନ୍ତା ଓ ବର୍ଷାପାଣିରେ ରାସ୍ତା ସମସ୍ୟା ରହିଥିଲେ ମଧ୍ୟ ବିଏମ୍‌ସି ତରଫରୁ ସ୍ୱାୟତ ଶାସନ ଦିବସ ପାଳନ କରାଯିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ। ଆଜି ଏହି ସ୍ୱାୟତ ଶାସନକୁ ବିରୋଧ କରି ଜିଲ୍ଲା ବିଜେପି ତରଫରୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଧାରଣାରେ ସମସ୍ତ କାର୍ଯ୍ୟକର୍ତା ମୁହଁରେ କଳା ପଟି ପିନ୍ଧି ବସିଥିଲେ।

ରାଜଧାନୀ ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବୀ କରାଯିବା ସତ୍ୱେ କୈାଣସି ପଦକ୍ଷପେ ଗ୍ରହଣ କରାଯାଉନାହିଁ । ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ଜନସାଧାରଣ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ବାବୁ ସିଂ କହିଛନ୍ତି। ଭୁବନେଶ୍ୱରବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ବିଏମସି ନଯୋଗାଇବା ପର୍ଯ୍ୟନ୍ତ ଜିଲ୍ଲାବିଜେପି ରାଜରାସ୍ତାରେ ପ୍ରତିବାଦ କରିବା ସହିତ ଲୋକଙ୍କ ପାଖକୁ ଯିବ ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିଂମାଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ସୁର ଜେନା, ମାନସୀ ରାୟ, ତୃପ୍ତିମୟୀ ମକଦ୍ଦମ, ମନରଞ୍ଜନ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି ସାମିଲ ଥିଲେ।

ସେହିପରି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ଅମରଜ୍ୱତି ଜଗଦ୍ଦେବ, ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି, ସ୍ୱୟଂଭୁ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଉର୍ଣ୍ଣତି ପରିଡା, ବିଷ୍ଣୁ ପ୍ରସାଦ ଦାସ, ରଜନୀବାଳା ଦାସ, ଆଶିଷ ମହାପାତ୍ର, ବରିଷ୍ଠ ବିଜେପି ନେତା ସୁଶାନ୍ତ ସାବତ, ବିଜେପି ନେତା ସିଦ୍ଧାନ୍ତ ଦାସ, ସୁନୀଲ ପ୍ରଧାନ, ସୁଭାସିନୀ ପୃଷ୍ଟି, ସଂଗ୍ରାମ ନାୟକ, ମନୋଜ ପଶ୍ଚିମକବାଟ, ଜ୍ୱତିରେଖା ନାୟକ, ସ୍ୱୟଂସେବକ ରାୟ, ପ୍ରଶାନ୍ତ ନାୟକ, ସୁମିତ୍ରା ଆଚାର୍ଯ୍ୟ, ସ୍ମିତା ପଟ୍ଟନାୟକ, ଇଦିସ ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ।