Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଓ ପକ୍ଷରୁ ମାଗଣା “ଏଆଇ କ୍ଲାସରୁମ୍” ପାଠ୍ୟକ୍ରମ ଆରମ୍ଭ
ବିଶେଷ ଖବର

ଜିଓ ପକ୍ଷରୁ ମାଗଣା “ଏଆଇ କ୍ଲାସରୁମ୍” ପାଠ୍ୟକ୍ରମ ଆରମ୍ଭ

October 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ପକ୍ଷରୁ ମାଗଣା
ଜିଓ ପକ୍ଷରୁ ମାଗଣା "ଏଆଇ କ୍ଲାସରୁମ୍" ପାଠ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ: ଯେତେବେଳେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ “ସମସ୍ତଙ୍କ ପାଇଁ ଏଆଇ” ପାଇଁ କହିଥିଲେ, ସେତେବେଳେ କେହି ଭବିଷ୍ୟବାଣୀ କରିପାରି ନ ଥିଲେ ଯେ ଜିଓ ମାତ୍ର କିଛି ମାସ ମଧ୍ୟରେ ଏଆଇ କ୍ଲାସରୁମ୍ ଫାଉଣ୍ଡେସନ୍ କୋର୍ସ ଆରମ୍ଭ କରିବ। ଏହି ଚାରି ସପ୍ତାହର ପାଠ୍ୟକ୍ରମ ସମ୍ପୂର୍ଣ୍ଣ ମାଗଣା ଏବଂ ଏଆଇରେ ନିଜ ପକ୍ଷରୁ ଚେଷ୍ଟା କରିବାକୁ ଚାହୁଁଥିବା ଯେକୌସି ବ୍ୟକ୍ତିଙ୍କ ପାଇଁ ଉନ୍ମୁକ୍ତ ରହିଛି। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ ର ଉଦଘାଟନୀ ଦିନରେ ଏହି ଶୁଭାରମ୍ଭ ଘୋଷଣା କରାଯାଇଛି।

କମ୍ପାନୀ ଅନୁଯାୟୀ, ଭାରତକୁ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଏକ ସୁପରପାୱାର କରିବା ମିଶନକୁ ଆଗକୁ ବଢ଼ାଇବା ପାଇଁ ଜିଓ ପିସି ଏବଂ ଜିଓ ଇନଷ୍ଟିଚ୍ୟୁଟ୍ ଏଆଇ କ୍ଲାସରୁମ୍ ଆରମ୍ଭ କରିଛନ୍ତି। ବ୍ୟକ୍ତିଗତ କମ୍ପ୍ୟୁଟର, ଡେସ୍କଟପ୍ କିମ୍ବା ଲାପଟପ୍ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏହି କୋର୍ସର ଲାଭ ନେଇପାରିବେ। ତେବେ, ପ୍ରମାଣପତ୍ର (ସାର୍ଟିଫିକେଟ) କେବଳ ଜିଓ ପିସି ବ୍ୟବହାର କରି କୋର୍ସ ସମାପ୍ତ କରୁଥିବା ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟମାନଙ୍କୁ ଏକ ସମାପ୍ତି ବ୍ୟାଜ୍ ପ୍ରଦାନ କରାଯିବ। ଏହି ପାଠ୍ୟକ୍ରମଟି http://www.jio.com/ai-classroom ରେ ଉପଲବ୍ଧ।

ଏଆଇ କ୍ଲାସରୁମ୍ ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଏଆଇ (AI) ଉପକରଣ ଶିଖିବା ଏବଂ ବୁଝିବାର ସୁଯୋଗ ପ୍ରଦନ କରିବ। ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଏଆଇର ମୌଳିକ ତତ୍ତ୍ୱଗୁଡ଼ିକୁ ବୁଝିବା, ସେମାନଙ୍କର ଜ୍ଞାନ ଏବଂ ଅଧ୍ୟୟନକୁ ସଂଗଠିତ କରିବା, ଡିଜାଇନ୍, କାହାଣୀ ଏବଂ ଉପସ୍ଥାପନା ସୃଷ୍ଟି କରିବା ଏବଂ ସମସ୍ୟା ସମାଧାନ ପାଇଁ ଏଆଇ ବ୍ୟବହାର କରିବା ପାଇଁ ସୁଯୋଗ ଦେବ।

ଶୁଭାରମ୍ଭ ଅବସରରେ, ରିଲାଏନ୍ସ ଜିଓର ମୁଖପାତ୍ର କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ପ୍ରଯୁକ୍ତିର ପ୍ରକୃତ ଶକ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବାର କ୍ଷମତାରେ ରହିଛି। ଜିଓ ଏଆଇ କ୍ଲାସରୁମ୍ ଆରମ୍ଭ ହେବା ସହିତ, ଆମେ ଯୁବ ପିଢ଼ି ତଥା ଛାତ୍ରଛାତ୍ରୀମାନଙ୍କୁ ଏଆଇ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ। ଏହି ପଦକ୍ଷେପ ସ୍କୁଲ ପିଲାମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ସହିତ ପରିଚିତ କରାଇବ। ଆମେ ଏଆଇ ଶିକ୍ଷାରେ ଜିଓ ପିସି ଏବଂ ଜିଓ ଇନଷ୍ଟିଚ୍ୟୁଟର ଉପଲବ୍ଧତା ଏବଂ ଶୈକ୍ଷିକ ଉତ୍କର୍ଷତାକୁ ବ୍ୟବହାର କରିବାକୁ ପ୍ରତିବଦ୍ଧ। ଏହି ପଦକ୍ଷେପ ଏଆଇ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିବ ଏବଂ ଏଆଇ ବିପ୍ଳବରେ କେହି ଯେପରି ପଛରେ ନପଡ଼ିବେ ତାହା ସୁନିଶ୍ଚିତ କରିବ।”

ଜିଓ ପିସି ଉପଭୋକ୍ତାମାନେ ହୋମ୍ ସ୍କ୍ରିନରେ ଏକ ଡେସ୍କଟପ୍ ସର୍ଟକଟ୍ ମାଧ୍ୟମରେ ପାଠ୍ୟକ୍ରମକୁ ପ୍ରବେଶ କରିପାରିବ। ଏହି ପାଠ୍ୟକ୍ରମ ମୋବାଇଲ୍ ଡିଭାଇସରେ କାମ କରିବ ନାହିଁ। ଯେଉଁମାନେ ଜିଓ ପିସି ମାଧ୍ୟମରେ ପାଠ୍ୟକ୍ରମ ନେବେ ସେମାନେ ଉନ୍ନତ ଏଆଇ ଟୁଲ୍ସ୍ ଗୁଡ଼ିକର ବ୍ୟବହାର ସୁଯୋଗ ପାଇବେ ଏବଂ ପାଠ୍ୟକ୍ରମ ସମାପ୍ତ ହେବା ପରେ ଜିଓ ଇନଷ୍ଟିଚ୍ୟୁଟରୁ ଏକ ସାର୍ଟିଫିକେଟ ପାଇବେ।

L&T Finance Launches ‘Pitch Point’ for AI Startups Ahead of RAISE 2025

Reliance JIO ଏଆଇ ପାଠ୍ୟକ୍ରମ ଜିଓ ଜିଓ ପକ୍ଷରୁ ମାଗଣା ଏଆଇ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026
Latest News

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.