Nuapada ByElection: ନୂଆପଡା ଉପନିର୍ବାଚନ ନେଇ ବିଜେପି ବଡ ଚିନ୍ତାରେ ରହିଛି। କାରଣ ହେଲା ସେଠାରେ କାହାକୁ ପ୍ରାର୍ଥୀ କଲେ ବିଜୟ ନିଶ୍ଚିତ ହେବ ସେ ନେଇ ଗଣିତ କଷା ଚାଲିଛି। ତେବେ ନୂଆପଡା ଆଦିବାସୀ ବହୁଳ ହୋଇଥିବାରୁ ସେଠାରେ ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କରିବା ନେଇ କୁଆଡେ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି। ସେଥିପାଇଁ ରାଜ୍ୟ ବିଜେପି ବର୍ତ୍ତମାନ କିଏ ହେବ ସେହି ଆଦିବାସୀ ପ୍ରାର୍ଥୀ ସେ ନେଇ ଘଣ୍ଟାଚକଟା ଲାଗିଛି।
ବର୍ତ୍ତମାନ କଂଗ୍ରେସ ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କରିଛି। ସେ ହେଲେ ଘାସିରାମ ମାଝୀ। ତାଙ୍କର ସେହି ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି। ବିଶେଷ କରି ଗଣ୍ଡ ସମାଜ ତାଙ୍କ ପଛରେ ଅଛନ୍ତି। ନୂଆପଡା ଗଣିତ ଅନୁସାରେ ଆଦିବାସୀ ଭୋଟ ଯେଉଁଆଡେ ଯିବ ସେହି ପ୍ରାର୍ଥୀ ଜିତିବା ନିଶ୍ଚିତ। ତେଣୁ ବିଜେପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା କିମ୍ବା ଯଦୁମଣି ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ନ କରିବା ପାଇଁ ନିଷ୍ପତି କରିଛି ବୋଲି କୁହାଯାଉଛି।
ତେବେ ନୂଆପଡାର ଆଦିବାସୀ ଚେହେରା କିଏ ହେବ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ବିଜେପି ଭୋଟର ତାଲିକା ଦେଖି ଅନୁମାନ କରିନେଇଛି ଯେ, ଯଦି ଜଣେ ଆଦିବାସୀ ଏବଂ ଯଦି ସେ ମହିଳା ହେବେ ତେବେ ନୂଆପଡା ଦଖଲ କରିବାରେ ସହଜ ହେବ ବୋଲି ଧରି ନିଆଯାଇଛି। ସେଥିପାଇଁ କିଛି ଆଦିବାସୀ ମହିଳାଙ୍କ ନାମ ଦିଅ ବୋଲି ସ୍ଥାନୀୟ ନେତାମାନଙ୍କୁ କୁଆଡେ ଗୁପ୍ତ ନିର୍ଦ୍ଦେଶ ଦିଆଯାଇଛି।
Two Black Holes Spotted in Orbit Circling Around Each Other



