Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ
ବିଶେଷ ଖବର

ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ

October 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଉପନିର୍ବାଚନ
ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, 'ଦ ସମୀକ୍ଷା' ର ଆକଳନ ସତ ହେଲା

ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ମିଶିଲେ ଜୟ ଢୋଲକିଆ। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ବହୁ ସମର୍ଥକ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବର୍ତ୍ତମାନ ଢୋଲକିଆ ବିଜେପିରେ ମିଶିବା ପରେ ସ୍ପଷ୍ଟ ହେଲା ଯେ, ସେ ନୂଆପଡା ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ। ବିଜେପି ରାଜ୍ୟରେ ସରକାରରେ ଥିବା ବେଳେ ନିକଟରେ ତାଙ୍କର ବାପା ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକର ସମବେଦନା ବେଶ ସାହାଯ୍ୟ କରିବ। ଫଳରେ ସେ ଜିତିବା ନିଶ୍ଚିତ ବୋଲି ବିଜେପି ନେତାମାନେ ଭାବି ନେଇଛନ୍ତି। ସେଥିପାଇଁ ବିଜେପି କଳେବଳେ କୌଶଳେ ଦଳରେ ସାମିଲ କରାଇଛନ୍ତି।

ଏ ସଂପର୍କରେ TheSamikhsya ତରଫରୁ ଚଳିତ ମାସ ଆଠ ତାରିଖରେ ଏକ ଖବର ପ୍ରକାଶ କରିଥିଲା। ଯାହାର ଶୀର୍ଷକ ଥିଲା ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି ! ସେଥିରେ ବିଜେଡି ଛାଡି ବିଜେପିରେ ଜୟ ଢୋଲକିଆ ଯୋଗଦେବେ ବୋଲି କୁହାଯାଇଥିଲା। ବିଜେଡିର ସବୁ ଯୋଜନାକୁ ବିଜେପି ପଣ୍ଡ କରିଦେବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା।

ଏହି ଖବର 10 ତଳୁ TheSamikhsya ହାସଲ କରିଥିଲା। ହେଲେ ତାହାକୁ ବିଶେଷ ଅନୁସନ୍ଧାନର ଆବଶ୍ୟକତା ଥିବାରୁ ସେତେବେଳେ ପ୍ରକାଶ କରାଯାଇପାରି ନ ଥିଲା। ଖବରର ସଠିକତା ସଂପର୍କରେ ସୁରାକ ମିଳିବା ପରେ ଗତ 8 ତାରିଖରେ ଏହାକୁ ପ୍ରକାଶ କରିଥିଲୁ। ହେଲେ ତାହା ଏକ ସମ୍ଭାବନା ଭାବେ ଗ୍ରହଣ କରି ପ୍ରକାଶ କରାଯାଇଥିଲା। ଆଜି ତିନିଦିନ ପରେ ଏହି ଖବର ସତ ହୋଇପାରିଛି।

Paradip Port Among Three Recognised Green Hydrogen Hubs under NGHM

BJP Ads
Nuapada Byelection ଜୟ ଢୋଲକିଆ ନୂଆପଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025

ବାଲୁଗାଁ ଏସ୍‌ବିଆଇରୁ ୭୭ ଲକ୍ଷ ଟଙ୍କା ଆତ୍ମସାତ୍: ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025
BJP Ads
Latest News

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.