Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାହିଁକି ଟିଭି ମିଡିଆ ଜଗତକୁ ବାଏ ବାଏ କଲେ ନ୍ୟୁଜ ଆଙ୍କର ସ୍ମୃତିଲଗ୍ନା ନନ୍ଦ, ଦୁଃଖରେ ଲେଖିଲେ…
ବିଶେଷ ଖବର

କାହିଁକି ଟିଭି ମିଡିଆ ଜଗତକୁ ବାଏ ବାଏ କଲେ ନ୍ୟୁଜ ଆଙ୍କର ସ୍ମୃତିଲଗ୍ନା ନନ୍ଦ, ଦୁଃଖରେ ଲେଖିଲେ…

October 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାହିଁକି ଟିଭି ମିଡିଆ ଜଗତ
କାହିଁକି ଟିଭି ମିଡିଆ ଜଗତକୁ ବାଏ ବାଏ କଲେ ନ୍ୟୁଜ ଆଙ୍କର ସ୍ମୃତିଲଗ୍ନା ନନ୍ଦ, ଦୁଃଖରେ ଲେଖିଲେ...

ଭୁବନେଶ୍ବର: ଦୀର୍ଘ ବାର ବର୍ଷ ଧରି ଟିଭି ପରଦାରେ ଯିଏ ନ୍ୟୁଜ ପରିବେଷଣ କରୁଥିଲେ ସେ ଆଜି ସେହି ଜଗତକୁ ବାଏ ବାଏ କରିଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ନ୍ୟୁଜ ଆଙ୍କର ସ୍ମୃତିଲଗ୍ନା ନନ୍ଦ। ସେ ଆର୍ଗସ ନ୍ୟୁଜର ନ୍ୟୁଜ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ନନ୍ଦିଘୋଷ ଟିଭି ଏବଂ ନ୍ୟୁଜ 18 ଓଡିଆର ଆଙ୍କର ଥିଲେ।

ସ୍ମୃତିଲଗ୍ନା ନ୍ୟୁଜ ପଢିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ମଧ୍ୟ କରୁଥିଲେ। ଓଡିଶାର ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କର ସେ ସାକ୍ଷାତକାର ମଧ୍ୟ ବେଶ ଭଲ ଶୈଳୀରେ ପରିବେଷଣ କରିଛନ୍ତି। ହେଲେ ସେ ହଠାତ କାହିକି ଏହି ମିଡିଆ ଜଗତକୁ ବାଏ ବାଏ କଲେ ସେ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।

ତେବେ ଏହାର ଉତ୍ତର ଖୋଦ ସ୍ମୃତିଲଗ୍ନା ନିଜେ ଦେଇଛନ୍ତି। ସାମାଜିକ ଗଣାମାଧ୍ୟମରେ ସେ ଲେଖିଛନ୍ତି ଯେ,

ଓଡ଼ିଶା ମିଡ଼ିଆରେ ବୃତ୍ତିଗତ ଜୀବନରେ ୧୨ବର୍ଷ ହେଲା। ଦର୍ଶକଙ୍କ ଗ୍ରହଣୀୟତା ଓ ସହକର୍ମୀଙ୍କ ସ୍ନେହାର୍ଶୀବାଦ ଭିତରେ କେତେବେଳେ ଏତେ ଗୁଡ଼ାଏ ସମୟ କାଟିଦେଲି ଜାଣି ବି ପାରିଲିନି। ବହୁତ ଭଲପାଇବା ଭିତରେ କେବେ କାହାର ଅସହିଷ୍ଣୁତା ମୋ ଉପରେ କୌଣସି ପ୍ରଭାବ ପକେଇ ପାରିନି। ଜୀବନର ଏଇ ମୋଡ଼ରେ ଅନୁଭବ ହେଲା ମୋ ପୁଅକୁ ଟିକେ ବେଶୀ ସମୟ ଦେବାକୁ ହେବ। ସେ ମୋ ଉପସ୍ଥିତି ଓ ସମୟ ପାଇଁ ବିକଳ ହେଉଛି।

କର୍ମ ଜୀବନରେ ହୁଏ ତ ମୋ ବିକଳ୍ପ ଥାଇପାରେ ହେଲେ ମୋ ଛୁଆ ଜୀବନରେ ମା ଶବ୍ଦ ଓ ସ୍ନେହର ବିକଳ୍ପ ନାହିଁ। ତା ପିଲାଳିଆମୀ ଅକ୍ଷୁର୍ଣ୍ଣ ରହୁ। ଏଣୁ ବୃତ୍ତିଗତ ଜୀବନରୁ ଟିକେ ବିରାମ ନେଉଛି। ତାକୁ ବେଶୀ ସମୟ ଦେବାକୁ ନିଷ୍ପତ୍ତି ନେଲି। ୠକ୍ସରରକ୍ଷବଦ୍ଭମର ଇଦ୍ଭମଷକ୍ଟକ୍ସସଦ୍ଭଶ ଓ ଲେଖାଲେଖି ଜାରିରହିବ। ଭଲପାଇବା ଅଜାଡୁଥିବେ ସବୁଦିନ ଭଳି, ସମୟ ସୁବିଧା ଦେଖି ପୁଣି କେବେ ଫେରିବି ..

ଇତି ଆପଣଙ୍କ ସ୍ମୃତିଲଗ୍ନା।

Read More- R|Elan™ Challenge: India Leads Global Circular Fashion Dialogue

BJP Ads
Argus TV Smrutilagna Nanda ଅର୍ଗସ ନ୍ୟୁଜ ନ୍ୟୁଜ ଆଙ୍କର ସ୍ମୃତିଲଗ୍ନା ନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025

ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ

November 5, 2025

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହି ଦିନ କ’ଣ କରିବା ଉଚିତ?

November 5, 2025
BJP Ads
Latest News

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025

ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.