Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରବାସରେ ଓଡ଼ିଶାକୁ ଆବିଷ୍କାର କରିବାର ଆଉ ଏକ ମୁହୂର୍ତ୍ତ
ବିଶେଷ ଖବର

ପ୍ରବାସରେ ଓଡ଼ିଶାକୁ ଆବିଷ୍କାର କରିବାର ଆଉ ଏକ ମୁହୂର୍ତ୍ତ

December 19, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁଧାଶ୍ରୀ ଦାଶ

ଜଣେ ପ୍ରବାସୀ ଭାରତୀୟ ହିସାବରେ ନିଜ ସଂସ୍କୃତି ଓ ଗରିମାକୁ ଧରି ରଖିବାର ଦାୟିତ୍ଵକୁ ମୁଁ ସବୁବେଳେ ଅନୁଭବ କରେ। ସେ ନିଜ ବେଶ ପୋଷାକ ଦ୍ଵାରା ହେଉ ବା ଚାଲିଚଳନ, ମୁଁ ଚେଷ୍ଟା କରେ ନିଜକୁ ଓଡିଆ ବୋଲି ପରିଚିତ ହେବାକୁ। ଚେଷ୍ଟା କରେ ମୋର ସାତ ବର୍ଷ ର ଝିଅ ମଧ୍ୟ ଓଡିଆ ବୋଲି ଗର୍ବିତ ହେଉ। କିନ୍ତୁ ସେ ଜନ୍ମରୁ ପ୍ରବାସ ରେ ରହିଥିବାରୁ ଓଡିଶାର ଗର୍ବ – ଗରିମାଠାରୁ ଦୂରରେ। ମୋ ଝିଅ ର ଘନିଷ୍ଠ ବାନ୍ଧବୀ ଆଦ୍ୟ୍ୟାଶା କିନ୍ତୁ ଆନେକ କିଛି ଶିକ୍ଷା ପାଏ ଓଡିଶା ବିଷୟରେ। ଯେତେବେଳେ ମୁଁ ତାକୁ ଦେଖେ କାହିଁକି କେଜାଣି iମନ ଖୁସିରେ ନାଚି ଉଠେ। ସାତ ବର୍ଷର ଝିଅ ଆଦ୍ୟାଶା ବେହେରା। ଗତ ଦୁଇ  ବର୍ଷ ଧରି ଓଡିଶୀ ନୃତ୍ୟ କୁ ଆଦରି ନେଇଛି। ତାର କୁନି କୁନି ପାଦରେ ଘୁଙ୍ଗୁର, ଯେମିତି କଥା କୁହେ। ଗତ ଦୁଇ ବର୍ଷରେ ଅନେକ ମଞ୍ଚରେ ସେ ପ୍ରଦର୍ଶନ କରିଛି।  ଆଉ ପ୍ରତିଟିଥର ସେ ପ୍ରଶଂସାରେ ପାତ୍ରୀ ହୁଏ। ଦେଖିବାକୁ ଗଲେ ଏତେ କମ ବୟସରେ ନୃତ୍ୟ ପରିବେଷଣ କରିବା କିଛି କମ କଥା ନୁହେଁ।

ଗତ କିଛିଦିନ ତଳେ ଆୟୋଜିତ ଏକ ମଞ୍ଚ କାର୍ୟକ୍ରମ ରେ କିନ୍ତୁ ମୋର ହୃଦବୋଧ ହୋଇଥିଲା ଆମର ଅସଲ ପରିଚୟ ବିଷୟରେ। ଆଦ୍ୟାଶାର ଏକ ମଞ୍ଚ କାର୍ୟକ୍ରମ ଥିଲା ଗ୍ଲୋବାଲ ଭିଲେଜ, ଦୁବାଇ ରେ । ଗ୍ଲୋବାଲ ଭିଲେଜ ହେଉଛି ଦୁବାଇର ଏକ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଯେଉଁଠି ଲକ୍ଷାଧିକ ଲୋକ ପ୍ରତିଦିନ ସମବେତ ହୁଅନ୍ତି। ଓଡିଶୀ ନୃତ୍ୟ ପରିବେଷଣ କରି ଓଡିଆ ଝିଅ ଟି ସମସ୍ତ ଙ୍କୁ ସେଦିନ ଆଶ୍ଚର୍ଯ୍ୟ ଚକିତ କରିଥିଲା। stageରୁ ଓହ୍ଲାଇବା ପରେ ଲୋକଙ୍କ ଲମ୍ବା ଧାଡି ଥିଲା ତା  ସାମ୍ନାରେ। ସତେ ଯେମିତି ସେ ଗୋଟେ ଷ୍ଟାର । କିଏ ତା ନୃତ୍ୟ ଶୈଳୀର ପ୍ରଶଂସା କରୁଥିଲା ତ ଆଉ କିଏ ଓଡିଶୀ ବେଶ ପୋଷକର।, ପୁଣି ଆଉ କିଏ କହୁଥିଲା ଏତେ ସୁନ୍ଦର ନୃତ୍ୟଟିଏ ଅଛି ବୋଲି ଆମେ ଜାଣିନଥିଲୁ।

ଘର ମୁହାଁ ହେବା ସମୟରେ ସମସ୍ତେ ଆମ କୁନି ଝିଅଟିକୁ ଓଲଟି ଚାହୁଁଥିଲେ। ମୋ ମନ କୁଣ୍ଢେମୋଟ ହୋଇ ଯାଉ ଥିଲା। ଅନେକ ବିଦେଶୀ ଆସି ଆଦ୍ୟାଶା ସହ ସେଲଫି ନେଇଥାନ୍ତି। ଆଉ କେତେଜଣ ତାର ଫୋଟୋ ଉଠାଉଥାନ୍ତି। ମାନେ ହେଉଥାଏ ଏହା ହି ଆମ ପରିଚୟ। କେତେଜଣ ବିଦେଶିନୀ ଆସି ପଚାରିଲେ ଏହା କୋଉଠିକର ନୃତ୍ୟ, ଆଦ୍ୟାଶା କେଉଁଠୁ ନୃତ୍ୟ ଶିକ୍ଷା କରୁଛି। ଓଡିଶା ର ନୃତ୍ୟ ଏତେ ସୁନ୍ଦର ଆମେ ଜାଣିଥିଲୁ, ଏତେବଡ  ଜାଗାରେ ନିଜ ରାଜ୍ୟ ର ଏତେ ପ୍ରଶଂସା କାହାକୁ ବ ଭଲ ନ ଲାଗିବ।

ସେଦିନ ଗୋଟିଏ କଥା ମୁଁ ଅନୁଭବ କଲି ଯେ, ଆମର ପ୍ରକୃତ ପରିଚୟ ଆମ ମା ମାଟି କୁ ନେଇ। ଆମେ ବାହାରେ ରହି, ମହଙ୍ଗା ପୋଷାକ ପିନ୍ଧିଲେ କେବଳ ଆମର ଚେହେରା ବଦଳେ, ପରିଚୟ ନୁହେଁ। ଇଂରାଜୀରେ କଥା କହିଲେ କେବଳ ବାହାରେ ରହିହୁଏ। କିନ୍ତୁ ଆମ ସଂସ୍କୃତି ଓ ପରମ୍ପରା ହାତ ଧରିଲେ ଆମକୁ ସମ୍ମାନ  ମିଳେ। ଏହା ମୋ ପରି ପ୍ରବାସରେ ରହୁଥିବା ଏକ ମା’ ବୁଝିସାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026
Latest News

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଇରାନୀ ଆତଙ୍କବାଦୀ ଅଲ-ସାଦି !

May 23, 2026

ଜାତୀୟ ରାଜପଥ ଦୁର୍ଘଟଣାରେ ବାପା ମୃତ ଝିଅ ଗୁରୁତର

May 23, 2026

ଅସହ୍ୟ ଗରମ : କଲବଲ କରୁଛି ଗୁଳୁଗୁଳି

May 23, 2026

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.