Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୩୦୨ ଯୁବକଯୁବତୀଙ୍କୁ ସରକାରୀ ଚାକିରି ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ
ବିଶେଷ ଖବର

୩୦୨ ଯୁବକଯୁବତୀଙ୍କୁ ସରକାରୀ ଚାକିରି ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

October 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରୋଜଗାର ମେଳା
ଭୁବନେଶ୍ଵରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ ଭୁବନେଶ୍ୱର ଏମ୍ସ ଆଦି ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ମିଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆଭାସୀ ପ୍ରସାରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ, ଏହି ମେଳାରେ ଓଡ଼ିଶାର ଅନେକ ଯୁବକଯୁବତୀ ନିଜର ସ୍ଵପ୍ନକୁ ସାକାର କରିବାର ସୁଯୋଗ ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵରେ ଦେଶର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପ୍ରଦାନ କରାଯାଉଛି। ରୋଜଗାର ସୃଷ୍ଟି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସଶକ୍ତିକରଣ ଓ ଦେଶର ଉନ୍ନତିର ମୂଳମନ୍ତ୍ର। ଏହି କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ପାଇଥିବା ଯୁବବର୍ଗଙ୍କ ଆଶା ଓ ଉତ୍ସାହ ଦେଖି କେନ୍ଦ୍ରମନ୍ତ୍ରୀ ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି କହିଥିଲେ, ମୋଦୀ ସରକାର ଯୁବ ଶକ୍ତିକୁ ଦେଶର ପ୍ରଗତିର ମେରୁଦଣ୍ଡ ଭାବରେ ଦେଖୁଛନ୍ତି ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ  ଅଛନ୍ତି।

ଜୁଏଲ ଓରାମ ନିଯୁକ୍ତିପତ୍ର ବଣ୍ଟନ ଭୁବନେଶ୍ୱର ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Latest News

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.