Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Nuapada Byelection: ନବୀନଙ୍କ ନୂଆ ଖେଳ, କାହିଁକି ଆଦିବାସୀ ପ୍ରାର୍ଥୀ ଦେଲେ ନାହିଁ ବୋଲି ଉଠିଛି ପ୍ରଶ୍ନ
ବିଶେଷ ଖବର

Nuapada Byelection: ନବୀନଙ୍କ ନୂଆ ଖେଳ, କାହିଁକି ଆଦିବାସୀ ପ୍ରାର୍ଥୀ ଦେଲେ ନାହିଁ ବୋଲି ଉଠିଛି ପ୍ରଶ୍ନ

October 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Nuapada Byelection
ନୂଆପଡା ଉପନିର୍ବାଚନ ନେଇ ନବୀନଙ୍କ ନୂଆ ଖେଳ, କାହିଁକି ଆଦିବାସୀ ପ୍ରାର୍ଥୀ ଦେଲେ ନାହିଁ ବୋଲି ଉଠିଛି ପ୍ରଶ୍ନ

Nuapada Byelection: ନୂଆପଡା ଉପନିର୍ବାଚନ ନେଇ ଓଡିଶା ରାଜନୀତି ବର୍ତ୍ତମାନ ସରଗରମ। ତିନି ପ୍ରମୁଖ ଦଳ ଧୂମଧାମରେ ସେମାନଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏହା ଭିତରେ ତିନିଦଳର ପ୍ରାର୍ଥୀଙ୍କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାହା ହେଲା ଯେ ବିଜେଡି କଣ ପାଇଁ ନୂଆପଡାରେ ଜଣେ ଆଦିବାସୀ ପ୍ରାର୍ଥୀ ଦେଲା ନାହିଁ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ହେଉଛନ୍ତି ଅନୁସୂଚିତ ଜାତି ପ୍ରାର୍ଥୀ। ନୂଆପଡାରେ ଆଦିବାସୀଙ୍କ ଭୋଟ ବ୍ୟାଙ୍କ ଥିବା ବେଳେ ବିଜେଡି କାହିଁକି ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କଲା ନାହିଁ ବୋଲି ଉଠିଛି ପ୍ରଶ୍ନ।

ବର୍ତ୍ତମାନ ବିଜେପି ଯାହାକୁ ପ୍ରାର୍ଥୀ କରିଛି ସେ ହେଉଛନ୍ତି ଜୟ ଢୋଲକିଆ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର। ବିଜେଡିରୁ ଭିଡିଆଣି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଅନୁକମ୍ଫା ଭୋଟ ହାତେଇବା ପାଇଁ ବିଜେପି ଏପରି ରଣ କୌଶଳ ଆପଣେଇଛି। ଯାହା ରାଜନୀତିରେ କୌଣସି ଅସୁବିଧା ନାହିଁ। ସେହିପରି କଂଗ୍ରେସ ଆଦିବାସୀ ପ୍ରାର୍ଥୀ ଭାବେ ଘାସିରାମ ମାଝୀଙ୍କୁ ଛିଡା କରାଇଛି। ଲକ୍ଷ୍ୟ ହେଉଛି ନୂଆପଡାର ଆଦିବାସୀ ଭୋଟ ତାଙ୍କ ସପକ୍ଷରେ ଯିବ। ଯାହା ରାଜନୀତିର ରଣନୀତି ବୋଲି କୁହାଯିବ।

ହେଲେ ନବୀନ ବିଜେଡିର ପ୍ରାର୍ଥୀ ଭାବେ ସ୍ନେହାଙ୍ଗନୀଙ୍କୁ କାହିଁକି ଛିଡା କଲେ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେବେ ଜଣେ ଅନୁସୂଚିତ ଜାତିର ପ୍ରାର୍ଥୀ ଛିଡା କରି ନବୀନ ଏକ ବଡ ଖେଳ ଖେଳିଛନ୍ତି ବୋଲି କୁହାଯାଉଛି। ପୂର୍ବରୁ ବିଭିନ୍ନ ସମୟରେ ନବୀନ ମାଷ୍ଟର ଷ୍ଟ୍ରୋକ ମାରିବାରେ ଧୁରନ୍ଧର। ଏଥର ମଧ୍ୟ ସେ ସେପରି କରିବେ ବୋଲି ଭାବିଛନ୍ତି। ହେଲେ ସ୍ନେହାଙ୍ଗନୀଙ୍କ ନାମ ଘୋଷଣା ପରେ ଏହା ଏକ ମାଷ୍ଟର ଷ୍ଟ୍ରୋକ ବୋଲି କେହି ଭାବୁ ନାହାଁନ୍ତି। କିନ୍ତୁ ତାହା ଭୁଲ।

କଥାଟି ହେଲା ନବୀନ ପ୍ରକୃତରେ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। କାରଣ ଏହି ଉପନିର୍ବାଚନରେ ବିଜେପିକୁ ପାନେ ଦେବା ପାଇଁ ନବୀନ ଜାଣିଶୁଣି ଜଣେ ଆଦିବାସୀଙ୍କୁ ଛିଡା କଲେ ନାହିଁ। ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ନବୀନ ଭିତରେ ଭିତରେ କଂଗ୍ରେସ ଉପରକୁ ଉଠୁ ବୋଲି ଚିନ୍ତା କରୁଛନ୍ତି। ହେଲେ ବିଜେପି ଚାପରେ ସେ ତାହା କରିପାରୁ ନାହାଁନ୍ତି। କିନ୍ତୁ ଏହି ଉପନିର୍ବାଚନରେ ନବୀନ ବିଜେପି ବିରୋଧରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି।

ତଥ୍ୟ ଅନୁସାରେ ନବୀନ ଯଦି ଜଣେ ଆଦିବାସୀ ଚେହେରା ଛିଡା କରାଇଥାଆନ୍ତା ତେବେ କଂଗ୍ରେସର ଆଦିବାସୀ ଭୋଟ ଭାଙ୍ଗିଯାଇଥାଆନ୍ତି। କଂଗ୍ରେସର ଭୋଟ ବ୍ୟାଙ୍କକୁ କୌଣସି କ୍ଷତି ନ କରିବା ପାଇଁ ନବୀନ ଆଦିବାସୀ ବଦଳରେ ଜଣେ ଅନୁସୂଚିତ ଜାତି ନେତ୍ରୀଙ୍କୁ ପ୍ରାର୍ଥୀ କରିଛନ୍ତି। ଅନ୍ୟପଟେ ବିଜେପି ପଟକୁ ଯେଉଁ ଅନୁସୂଚିତ ଜାତି ଭୋଟ ଯିବାର ଥିଲା ତାହାକୁ ସେ ଭାଗଭାଗ କରିଦେଇଛନ୍ତି। ତେଣୁ ଯେନତେନ ପ୍ରକାରେଣ ବିଜେଡି ନ ଜିତିଲେ ମଧ୍ୟ କଂଗ୍ରେସ ବିଜୟ ଲାଭ କରୁ ବୋଲି ନବୀନ ବୋଧହୁଏ ସେହି ହିସାବକିତାବ କରି ସ୍ନେହାଙ୍ଗନୀଙ୍କୁ ପ୍ରାର୍ଥୀ କରିଛନ୍ତି।

Run for Unity: PM Urges Citizens to Join on Oct 31 (CLICK HERE TO READ)

Biju Janata Dal Naveen Patnaik Nuapada Byelection ନୂଆପଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ପ୍ରେସ୍ ଦିବସ ସମାରୋହରେ ଅଂଶଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

November 16, 2025

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025
Latest News

ଜାତୀୟ ପ୍ରେସ୍ ଦିବସ ସମାରୋହରେ ଅଂଶଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

November 16, 2025

ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ

November 16, 2025

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.