Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ
ବିଶେଷ ଖବର

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର
ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋ ଭ୍ୟାଲିରେ ସିକସେମ ପ୍ରାଇଭେଟ୍ ଲିମିଟେଡର କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ସ୍ଥାପନ ନିମନ୍ତେ ଆଜି ଭୂମିପୂଜନ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଆଭାସୀ ମାଧ୍ୟମରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଶ୍ରୀ ବୈଷ୍ଣବ ତାଙ୍କର ଆଭାସୀ ବାର୍ତ୍ତାରେ କହିଛନ୍ତି, ଆଇଆଇଟି ଭୁବନେଶ୍ୱରଠାରେ ନମୋ ସେମିକଣ୍ଡକ୍ଟର ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ନିଜ ସାଂସଦ ପାଣ୍ଠିରୁ ୫ କୋଟି ଟଙ୍କା ଯୋଗାଇ ଦେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ଗତ ୧୦ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଭାରତରେ ବହୁତ ବଡ଼ ଶିଳ୍ପ ରୂପେ ଉଭା ହୋଇଛି । ଗତ ୧୧ ବର୍ଷ ମଧ୍ୟରେ ଏହି କ୍ଷେତ୍ର ୬ ଗୁଣ ହାରରେ ବୃଦ୍ଧି ପାଇଛି। ସେହିପରି ଇଲେକ୍ଟ୍ରୋନିକ୍ସ ରପ୍ତାନି ମଧ୍ୟ ୮ ଗୁଣ ବଢ଼ିଛି । ଆଜି ଇଲେକ୍ଟ୍ରୋନିକ୍ସ ରପ୍ତାନି ଦେଶରେ ତୃତୀୟ ସର୍ବବୃହତ ରପ୍ତାନି କ୍ଷେତ୍ର ପାଲଟିଛି। ଓଡ଼ିଶାକୁ ମଧ୍ୟ ଏହି ଶିଳ୍ପ କ୍ଷେତ୍ରରେ ଯେପରି ଆଗକୁ ନିଆଯିବ ସେଥିପାଇଁ ଓଡ଼ିଶା ସରକାର ପ୍ରୟାସ ଆରମ୍ଭ କରିବା ଉଚିତ୍‌ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ସେ ଆଶ୍ୱାସନା ଦେଇଥିଲେ।

ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ବଢ଼ାଇବା ଏବଂ ନୂଆ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ଲାଗି ଆବଶ୍ୟକ ନୀତି ପ୍ରଣୟନ କରିବା ଏବଂ ସଂସ୍କାର କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାମ କରିବେ। ଏହାଦ୍ୱାରା ରାଜ୍ୟରେ ହାଇଟେକ୍‌ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣ ହୋଇପାରିବ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ବିଶ୍ୱର ବଡ଼ ପ୍ରଯୁକ୍ତି କମ୍ପାନୀଗୁଡ଼ିକ ଭାରତରେ ଡାଟା ସେଣ୍ଟର ସ୍ଥାପନ କରିବା ଲାଗି ଚାହୁଁଛନ୍ତି। ଭାରତରେ ଥିବା ପ୍ରତିଭା ଭଣ୍ଡାର କାରଣରୁ ସେମାନେ ଏ ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଓଡ଼ିଶା ସରକାର ଏକ ଡାଟା ସେଣ୍ଟର ନୀତି ଆଣିବା ଲାଗି ସେ ଅନୁରୋଧ କରିଥିଲେ। ଡାଟା ସେଣ୍ଟର ଉଦ୍ୟୋଗ ସ୍ଥାପନ ନିମନ୍ତେ ଆବଶ୍ୟକ ବିଦ୍ୟୁତ, ଜଳ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବା ଲାଗି ଏହି ନୀତିରେ ବ୍ୟବସ୍ଥା ରହିବା ଉଚିତ୍‌। ଏହାଦ୍ୱାରା ଅନେକ ଡାଟା ସେଣ୍ଟର କମ୍ପାନୀ ଓଡ଼ିଶାରେ ନିବେଶ ଏବଂ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଆଗ୍ରହୀ ହେବେ ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ସମୁଦ୍ର ତଳ କେବୁଲ କ୍ଷେତ୍ରରେ ମଧ୍ୟ ଦେଶରେ ଯଥେଷ୍ଟ ସମ୍ଭାବନା ରହିଛି। ଗତ ଶତାବ୍ଦୀରେ ସିଙ୍ଗାପୁର ଭଳି ଆଣ୍ଡାମାନ ଓ ନିକୋବାର ଦ୍ୱୀପ ନିକଟରେ ମଧ୍ୟ ବିଶ୍ୱ ଡାଟା ସେଣ୍ଟର କେନ୍ଦ୍ରସ୍ଥଳୀ ହେବାର ବ୍ୟାପକ ସମ୍ଭାବନା ରହିଛି। ଏହି କ୍ଷେତ୍ର ଦେଇ ଭାରତର ଦକ୍ଷିଣ ଉପକୂଳ, ମ୍ୟାଁମାର ଓ ଉତ୍ତର-ପୂର୍ବ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ସମୁଦ୍ର ତଳ କେବୁଲ ସଂଯୋଗ କରାଯାଇପାରିବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଗତ କିଛି ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ଶ୍ରୀ ବୈଷ୍ଣବ କହିଥିଲେ। ସେ କହିଥିଲେ, ଓଡ଼ିଶାରେ ଏଆଇ ତାଲିମ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରିବ। ସେମିକଣ୍ଡକ୍ଟର ତାଲିମ ପାଇଁ ଭାରତ ସରକାର ଓଡ଼ିଶାକୁ ବହୁ ପରିମାଣରେ ଅନୁଦାନ ଯୋଗାଇ ଦେଇଛନ୍ତି। ସାରା ଦେଶରେ ୨୯୮ଟି ବିଶ୍ୱବିଦ୍ୟାଳୟ ରହିଛି, ଯେଉଁଠାରେ ସେମିକଣ୍ଡକ୍ଟର ତାଲିମ ଦିଆଯାଇଛି। ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ରାଉରକେଲା ଏନଆଇଟି ଓ ବ୍ରହ୍ମପୁର ଇଞ୍ଜିନିୟରିଂ କଲେଜର ପିଲାମାନେ ଚିପ୍‌ ଡିଜାଇନ କରିବା ରାଜ୍ୟ ପାଇଁ ଗୌରବର ବିଷୟ। ଶେଷରେ ଶ୍ରୀ ବୈଷ୍ଣବ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ପାଇଁ ଦୂରଦର୍ଶୀ ନୀତି ପ୍ରଣୟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ସହଯୋଗ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଦିଗରେ ଆଜି ଏକ ଅଭିନବ ଓ ଗୌରବପୂର୍ଣ୍ଣ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ସିକସେମ୍‌ ପ୍ରକଳ୍ପ ରାଜ୍ୟକୁ ଉନ୍ନତ ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣର ଏକ ପ୍ରମୁଖ କେନ୍ଦ୍ର କରିବାର ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ମାଇଲଖୁଣ୍ଟ ‘ଆତ୍ମନିର୍ଭର ଭାରତ’ ଦିଗରେ ଆମର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଇବା ସହିତ ଓଡ଼ିଶାର ପ୍ରଗତିଶୀଳ ନୀତି, ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ନବୋନ୍ମେଷ ପାଇଁ ଅନୁକୂଳ ପରିବେଶକୁ ପ୍ରମାଣିତ କରୁଛି। ରାଜ୍ୟ ସରକାର ଆରମ୍ଭରୁ ହିଁ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଏଆଇ ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସମର୍ପିତ ନୀତି ପ୍ରଣୟନ କରିଛନ୍ତି, ଯାହା ଓଡ଼ିଶାକୁ ଭାରତର ସର୍ବୋତ୍ତମ ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଅନ୍ୟତମ ଭାବେ ସ୍ଥାନ ଦେଇଛି।

ଭାରତୀୟ ସେମିକଣ୍ଡକ୍ଟର ମିଶନ୍ ଅନୁମୋଦିତ ଏହି କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ୍ ପ୍ରକଳ୍ପ ୨,୦୬୭ କୋଟି ଟଙ୍କା ନିବେଶ ସହିତ ସ୍ଥାପିତ ହେବ। ଏହା ଦ୍ୱାରା ପ୍ରାୟ ୫,୦୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାର ବାର୍ଷିକ କ୍ଷମତା ୬୦,୦୦୦ଟି ୱେଫର୍ ଉତ୍ପାଦନ ଏବଂ ୯ କୋଟି ୬୦ ଲକ୍ଷ ୟୁନିଟ ପ୍ୟାକେଜିଂ କରିବାକୁ ଲକ୍ଷ୍ୟ ରଖିଛି। ଏହି ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ ଇଲେକ୍ଟ୍ରିକ୍ ଯାନ, ପ୍ରତିରକ୍ଷା ବ୍ୟବସ୍ଥା, ରେଳପଥ ଏବଂ ନବୀକରଣୀୟ ଶକ୍ତି ଭଳି ସମାଜର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହୃତ ହେବ। ଏହା ସହିତ, ଆଇଆଇଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ଏକ ଗବେଷଣା ଓ ନବୋନ୍ମେଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, ଯାହା ସିଲିକନ୍ କାର୍ବାଇଡ୍ ପ୍ରଯୁକ୍ତିବିଦ୍ୟାରେ ଗବେଷଣାକୁ ଆଗକୁ ନେଇ ରାଜ୍ୟର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିବ।

ଅଶ୍ୱିନୀ ବୈଷ୍ଣବ ଏଟିଏମପି ପ୍ରକଳ୍ପ ଭୁବନେଶ୍ୱର ଭୂମିପୂଜନ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026
Latest News

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.