ଭୁବନେଶ୍ବର: ଆଜି ବିଜେଡିକୁ ବଡ ଧକ୍କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତରେ ସେ ଦଳରେ ସାମଲ ହୋଇଛନ୍ତି।
ଅମର ପଟ୍ଟନାୟକ ଆକାଉଣ୍ଟ ଜେନରାଲ ଭାବେ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲେ। ଏହାପରେ ସେ ବିଜେଡିରେ ସାମିଲ ହୋଇ ଦୁଇଥର ରାଜ୍ୟସଭା ସାଂସଦ ଭାବେ ଯାଇଥିଲେ। ଏହାପରେ ତାଙ୍କୁ ଦଳ ଆଇଟି ସେଲର ମୁଖ୍ୟ ଭାବେ ଅବସ୍ଥାପିତ କରିଥିଲା। ସେ ଏକଦା ନବୀନ ଓ ପଣ୍ଡିଆନଙ୍କ ଖାସ ଲୋକ ଭାବେ ପରିଚିତ ଥିଲେ।



