Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….
ବିଶେଷ ଖବର

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତନ ମନ୍ତ୍ରୀ
ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ....

କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଜଣେ ଟାଣୁଆ ନେତା ସମୀର ଦେଙ୍କ କଟକ ସହିଦ୍ ଭବନ ଠାରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ସମୀର ଦେଙ୍କ ସହିତ ତାଙ୍କର ସଂପର୍କ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ….

ଚାହୁଁ ଚାହୁଁ ବର୍ଷେ ହୋଇ ଗଲାଣି। ଯେଉଁ ବଡ ଭାଇ ଆମ ହାତ ଧରି ଏଇ ରାଜନୀତିର ରଣଭୂମିରେ ଠିଆ କରାଇଥିଲେ ଆଉ କହୁଥିଲେ-ମୁଁ ତୁମମାନଙ୍କ ପଛରେ ସବୁବେଳେ ଅଛି । ସେଇ ବଡ ଭାଇ… ଆମ ସମୀର ଦା, ବର୍ଷେ ହେଲାଣି ଆମ ଗହଣରେ ଆଉ ନାହାନ୍ତି। ଏକଥା ବିଶ୍ବାସ ହେଉନାହିଁ କିନ୍ତୁ ଏହାହିଁ ସତ୍ୟ। ଏସତ୍ୟ ସହିତ ଆମକୁ ବଞ୍ଚିବାକୁ ପଡିବ।

ଓଡ଼ିଆରେ ଢଗଟିଏ ଅଛି –‘ଜନମ, ମରଣ, ବରଷା, କହି ନପାରଇ ପୁରୁଷା’

କେତେ ଯେ ଆମେ ଖୁସି ଥିଲୁ ଯେ, ଓଡିଶାରେ ଆମ ସରକାର ଆସିଲା। ସମୀର ଦା ଦେଖିଥିବା ସ୍ବପ୍ନ, ବରିଷ୍ଠ ନେତୃବୃନ୍ଦ ଏବଂ କର୍ମକର୍ତ୍ତାଙ୍କୁ ସାଥିରେ ନେଇ ନିଜ ଲହୁ ଲହୁକୁ ଏକ କରି ସେ ତିଆରି କରିଥିବା ଭାରତୀୟ ଜନତା ପାର୍ଟିର ସଂଗଠନ କ୍ଷମତାକୁ ଆସିଲା । କିନ୍ତୁ ସମୀର ଦା ରହିଲେନି। ତାଙ୍କ ବିୟୋଗର ଏକ ବର୍ଷ ହୋଇଗଲା, କିନ୍ତୁ ସମୀର ଦା’ଙ୍କ ଜନସେବା, ସରଳତା, ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ଆଜି ମଧ୍ୟ ଆମ ସମସ୍ତଙ୍କ ମନରେ ଜୀବନ୍ତ।

ପରିବାର ବାହାରେ ସେ ଗଢ଼ିଥିବା ପରିବାର ଆଜି ମଧ୍ୟ ଉଦବୁଦ୍ଧ। ବଡଭାଇ ସଜ୍ଜନ ଶର୍ମା, ଯିଏ ଆଜି ସମୀର ଦା’ଙ୍କ ନାମରେ ମେମୋରିଆଲ ଟ୍ରଷ୍ଟ ଗଢ଼ିଛନ୍ତି, ତାଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସୁଛି, ସମୀର ଦା’ଙ୍କ କଥା କହୁ କହୁ। ଆଜି ଛାତି କୋହରେ ଭରି ଯାଉଛି। ଦାଦାଙ୍କ ସହିତ ମୋର ସେଇ ପ୍ରତିଟି ମୁହୂର୍ତ୍ତ ଆଜି ମୋର ମନେପଡିଯାଉଛି । ସେଇ ଚାହା ଖଟି, ସେଇ ରାତି ରାତି ସଂଗଠନ ବିଷୟରେ ଆଲୋଚନା, ସେଇ ବିଭିନ୍ନ ଜାଗାକୁ ବୁଲି ଯିବା…ସବୁ ମନେ ପଡିଯାଉଛି।

ସମୀର ଦା’ଙ୍କ ରାଜନୈତିକ ଯାତ୍ରା କେବଳ ଦଳୀୟ ରାଜନୀତି ପର୍ଯ୍ୟନ୍ତ ସୀମାବଦ୍ଧ ନଥିଲା; ସେ ଥିଲେ ସାଧାରଣ ଲୋକମାନଙ୍କ ମଧ୍ୟରୁ ଉଠିଆସିଥିବା ଜଣେ ଦୃଢ଼ ପ୍ରତିନିଧି। ବିଭିନ୍ନ ଅଞ୍ଚଳର ଉନ୍ନତି, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ, ଯୁବମାନଙ୍କ ଆକାଂକ୍ଷା, ଓ ଦୁର୍ବଳ ବର୍ଗଙ୍କ ଅଧିକାର- ଏ ସବୁ ତାଙ୍କ ସେବାର କେନ୍ଦ୍ରବିନ୍ଦୁ ଥିଲା। ଜଣେ ସରଳ ସଚ୍ଚୋଟ ଉଦାର ମଣିଷଟେ ଥିଲେ ଦାଦା।

ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନର ସାକ୍ଷୀ। ସଂଗଠନଶୀଳ ନେତୃତ୍ୱ, ଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଓ ଉନ୍ନତି ପାଇଁ ଅତୁଟ ସଙ୍କଳ୍ପ- ଏହି ଗୁଣଗୁଡ଼ିକ ସମୀର ଦାଦାଙ୍କୁ ଜନମାନସରେ ଅମର କରି ରଖିଛି। ପ୍ରକୃତରେ ସେ ଥିଲେ ସମୀର… ଯେମିତି ଦଲକାଏ ଥଣ୍ଡା ପବନ, ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପକୁ ଅପସାରୀ ଦେଇଥାଏ। ସେମିତି ଜଣେ ଥିଲେ ସମୀର ଦା।

ଆଜିର ଏହି ଶ୍ରାଦ୍ଧ ବାର୍ଷିକୀ କେବଳ ଶୋକ ପାଳନ ନୁହେଁ; ଏହା ହେଉଛି ଗୋଟିଏ ଆନ୍ତରିକ ସଂକଳ୍ପ—ଯେ, ସମୀର ଦା’ଙ୍କ ଉଦ୍ଦେଶ୍ୟ, ତାଙ୍କ ମୂଲ୍ୟବୋଧ, ତାଙ୍କ ଆଦର୍ଶକୁ ଆମେ ଆଗକୁ ବଢ଼ାଇନେବୁ।

ଜଣେ ଖାଣ୍ଟି କଟକିଆ ଥିଲେ ସମୀର ଦା। କଟକର ମାଟି, ପାଣି, ପବନ ସହିତ ସେ ଓତପ୍ରୋତ ଭାବେ ଜଡିତ ଥିଲେ। କଟକ ସହର ଯେଉଁ ଭାଇଚାରା ପାଇଁ ପ୍ରସିଦ୍ଧ, ସମୀର ଦା ଥିଲେ ତାହାର ଜ୍ବଳନ୍ତ ପ୍ରତୀକ। କଟକର ସବୁ ସଂଗଠନ, ସବୁ କମିଟି, ବିଭିନ୍ନ କ୍ରୀଡା ସଂଘ, ବିଭିନ୍ନ କର୍ମଚାରୀ ସଂଗଠନ- ସବୁଥିରେ ସେ ଥିଲେ ଆଗ ଧାଡିର ସଂଗଠକ ଓ ନେତା।

ସମସ୍ତଙ୍କୁ ସାଥିରେ ନେଇ କାମ କରିବାର କଳା କୌଶଳ ତାଙ୍କୁ ଜଣାଥିଲା। ସେଥିପାଇଁ ସମସ୍ତେ ତାଙ୍କୁ ଭଲପାଉଥିଲେ। କଟକର ପ୍ରସିଦ୍ଧ ଦଶହରା ପୂଜା ଅନୁଷ୍ଠାନରେ ସେ ଥିଲେ ଆଗଧାଡିର ନେତା ଓ ମୁରବୀ। ସବୁ କାମ ସେ ଖୁବ୍ ସହଜରେ କରିପାରୁଥିଲେ। ସେଥିପାଇଁ ସେ ଥିଲେ ସମସ୍ତଙ୍କର ଭରସାର ପାତ୍ର। ସେ ବିଧାୟକ ହୋଇଥିଲେ, ମନ୍ତ୍ରୀ ବି ହୋଇଥିଲେ, କିନ୍ତୁ କଟକ ବାସୀଙ୍କ ପାଇଁ ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ସମୀର ଦା, ବା କେବଳ ‘ଦାଦା’।

ସ୍କୁଲରେ ପାଠ ପଢା ସମୟରେ ସେ ସ୍ବୟଂ ସେବକ ଭାବେ RSS ରେ ଯୋଗ ଦେଇଥିଲେ। ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଜଡିତ ହୋଇ ୧୯୮୦ ମସିହାରେ ABVP ର କଟକ ନଗର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୮୧ ମସିହାରେ ସେ କଟକ ଖ୍ରାଏଷ୍ଟ କଲେଜର ଛାତ୍ର ସଂସଦର ସଭାପତି ଥିଲେ। ତା ପରେ ଭାରତୀୟ ଜନତା ପାର୍ଟିକୁ ଆସିଥିଲେ।

ଓଡିଶାରେ ଯେତେବେଳେ ଭାରତୀୟ ଜନତା ପାର୍ଟିର ସଙ୍ଗଠନ ବିଶେଷ ସୁଦୃଢ ନଥିଲା, ସେତେବେଳେ ଯେଉଁ ଅଳ୍ପକିଛି ନେତା, ନିଜର ବ୍ୟକ୍ତିଗତ ଜନସମ୍ପର୍କ ଜରିଆରେ, ଭାରତୀୟ ଜନତା ପାର୍ଟିର ମୂଳଦୁଆକୁ ସୁଦୃଢ କରିଥିଲେ, ସେମାନଙ୍କ ମଧ୍ୟରେ ସମୀର ଦେ ଥିଲେ ସବୁଠାରୁ ଅଗ୍ରଣୀ। ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ, କ୍ରମାଗତ ଭାବେ ତିନିଥର କଟକ ସହରରୁ ବିଜୟୀ ହେବା ଏକ ସାମାନ୍ୟ କଥା ନୁହେଁ। ଏହା ତାଙ୍କ ଲୋକପ୍ରିୟତାର ଶ୍ରେଷ୍ଠ ପ୍ରମାଣ।

କଟକ ସହରର ଭାରତୀୟ ଜନତା ପାର୍ଟିର ସୁଦୃଢ ଢାଞ୍ଚାର ପ୍ରତ୍ୟେକଟି ଇଟା ସମୀର ଦା ହିଁ ଖଞ୍ଜିଛନ୍ତି। ଆମ ଦଳର ଚାରାକୁ ସାର ଓ ପାଣି ଦେଇ ସେ ଏକ ବିଶାଳ ଦୃମରେ ପରିଣତ କରିଛନ୍ତି। ଆଜି ଆମେ ସରକାରରେ ଅଛୁ । ତେବେ ଆମ ସଫଳତାର ମୂଳ ଶ୍ରେୟ ନିଶ୍ଚିତ ଭାବେ ସମୀର ଦେ’ ଙ୍କର। ଏକଥା ଆମେ ସମସ୍ତେ ଅନୁଭବ କରିବା ଆବଶ୍ୟକ।

ମନ୍ତ୍ରୀ ଭାବରେ ସମୀର ଦେ’ ଙ୍କ ସମୟରେ ରେଭେନ୍ସା ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ହୋଇଥିଲା। ସେହି ସମୟରେ ମଧ୍ୟ କଟକରେ ନ୍ୟାସନାଲ ଲ’ ୟୁନିଭରସିଟି ସ୍ଥାପିତ ହୋଇଥିଲା। କଲେଜ ପିଲାଙ୍କ ପାଇଁ ଡ୍ରେସ୍ କୋଡ୍ ଆଣିଥିଲେ। ମନ୍ତ୍ରୀ ଭାବେ ତାଙ୍କର ବହୁ ଉଲ୍ଲେଖନୀୟ ଅବଦାନ ରହିଛି।

ସେଗୁଡିକ ମଧ୍ୟରୁ କଟକ-ଭୁବନେଶ୍ବର ଟ୍ବିନ ସିଟି ଘୋଷଣା, କମିଶନରରେଟ୍ ପୋଲିସ ବ୍ୟବସ୍ଥା ଆରମ୍ଭ, ଶ୍ରୀ ଶ୍ରୀ ରବି ଶଙ୍କର ୟୁନିଭରସିଟି, ଭୁବନେଶ୍ବର ଠାରେ ଦୀନ ଦୟାଲ ଉପାଧ୍ୟାୟ ପାର୍କ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ପ୍ରତିଷ୍ଠା, ବାରବାଟୀ ଦୁର୍ଗର ଖନନ ପ୍ରକ୍ରିୟା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନକୁ ଜାତୀୟ ମାନ୍ୟତା ଦାବୀ ସହିତ ନେତାଜୀ ସଂଗ୍ରାହଳୟ ପ୍ରତିଷ୍ଠା ଇତ୍ୟାଦି କାର୍ଯ୍ୟ ତାଙ୍କୁ ଓଡିଶା ବାସୀଙ୍କ ପାଖରେ ଚିର ସ୍ମରଣୀୟ କରି ରଖିବ।

ଏଥି ସହିତ ସେ ଓଡିଶା ଅଲମ୍ପିକ୍ ଆସୋସିଏସ୍‌ନ, ଓଡିଶା ଫୁଟବଲ ଆସୋସିଏସନ ଏବଂ ଓଡିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍‌ର ମଧ୍ୟ ସଭାପତି ଭାବେ ଉଲ୍ଲେଖନୀୟତାର ସହ ଦାୟିତ୍ବ ନିର୍ବାହ କରିଛନ୍ତି। ପ୍ରକୃତରେ ଆମ ରାଜନୈତିକ ଜୀବନରେ ସମୀର ଦା ଆମକୁ ରାସ୍ତା ଦେଖାଇ ଆଗକୁ ନେଇଛନ୍ତି।

ତାଙ୍କର ଅଭାବ ଆମେ ସମସ୍ତେ ଅନୁଭବ କରୁଛୁ ଓ ଆଗକୁ ମଧ୍ୟ ତାଙ୍କ ଅଭାବ ଅନୁଭୂତ ହେବ। କିନ୍ତୁ, ତାଙ୍କର ଦିବ୍ୟାତ୍ମା ଏକ ଉଜ୍ଜଳ ଦୀପଶିଖା ଭଳି ଆମକୁ ନିଶ୍ଚୟ ରାସ୍ତା ଦେଖାଇବ ଏଥିରେ ସନ୍ଦେହ ନାହିଁ। ସମୀର ଦା ଆମ ପାଖରେ ଶାରୀରିକ ଭାବେ ନାହାନ୍ତି ସତ, କିନ୍ତୁ ସେ କାନେ କାନେ କହି ଯାଇଥିବା ଦାୟିତ୍ୱବୋଧ, ସେ ବୁଣିଥିବା ଉନ୍ନତିର ସୁତା, ଓ ସେ ଶିଖାଇଥିବା ସେବାଭାବ ଆଗାମୀ ପିଢ଼ୀ ପାଇଁ ଏକ ପଥଦର୍ଶକ ହୋଇ ରହିବ। ମୁଁ ତାଙ୍କ ଆତ୍ମାର ଶାନ୍ତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ପୂର୍ବତନ ମନ୍ତ୍ରୀ ମୋହନ ମାଝୀ ସମୀର ଦେ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.