Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ
ବିଶେଷ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ

November 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦ ଅପରାଜିତା ଷଡଙ୍ଗୀ
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ..

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତଥା ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତାଙ୍କ ବାହାଘର। ଆଜି ଦିଲ୍ଲୀ ଅଶୋକାରୋଡରେ ଏହି ବର୍ଣ୍ଣାଢ୍ୟ ବାହାଘର ପାଇଁ ବଡ ଆୟୋଜନ ଚାଲିଛି। ଦୁଇଦିନ ପୂର୍ବରୁ ଅପରାଜିତାଙ୍କ ବନ୍ଧୁବାନ୍ଧବ ସହିତ କେତେକ ବିଶେଷ ଅତିଥି ସେଠାରେ ଡେରା ପକାଇଛନ୍ତି। ସେମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଅର୍ଚ୍ଚିତାଙ୍କ ହଳଦୀ ମେହେନ୍ଦୀ ଉତ୍ସବ ଆୟୋଜନ ହୋଇଯାଇଛି।

ଦିଲ୍ଲୀରେ ଆୟୋଜିତ ହଳଦୀ ଉତ୍ସବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଜେପି ନେତା ବିଶ୍ବରଞ୍ଜନ ବଡଜେନା, ଉମେଶ ଖଣ୍ଡେୱାଲ ପ୍ରମୁଖ ବହୁ ନେତା ଯୋଗ ଦେଇଛନ୍ତି। ତେବେ ଆଜିର ବାହାଘର ଉତ୍ସବରେ ଦେଶର ପ୍ରମୁଖ ଭିଭିଆଇପିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ ଶାହା, ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଯୋଗଦେବେ। ସେହିପରି ବହୁ ବରିଷ୍ଠ ଆଇଏଏସ ଅଧିକାରୀ ମଧ୍ୟ ଏହି ବାହାଘରରେ ଅତିଥୀ ହେବେ। ତେବେ ପ୍ରଧାନମନ୍ତ୍ରୀ ଦେଶ ବାହାରେ ଥିବାରୁ ସେ ଏଥିରେ ଯୋଗ ଦେଉପାରୁ ନାହାଁନ୍ତି।

ତେବେ ଅପରାଜିତାଙ୍କ ଝିଅ ଅର୍ଚ୍ଚିତା କାହାକୁ ବାହା ହେଉଛନ୍ତି ଏବଂ ନିଜେ ଅର୍ଚ୍ଚିତା କଣ କରୁଛନ୍ତି ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଅର୍ଚ୍ଚିତା ଷଡଙ୍ଗୀ ବର୍ତ୍ତମାନ ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଏମବିଏ କରୁଛନ୍ତି। ଆଉ ତାଙ୍କ ଭାବି ସ୍ବାମୀ ବା ଅପରାଜିତାଙ୍କ ଜ୍ବାଇଁ ହେଉଛନ୍ତି ଆନ୍ଧ୍ର କ୍ୟାଡରର ୨୦୨୪ ବ୍ୟାଚର ଆଇଏଏସ ଅଫିସର। ତାଙ୍କ ନାମ ହେଉଛି ସଚୀନ ରାହା। ତାଙ୍କ ଘର ରାଜସ୍ଥାନ ଝୁନଝୁନ ଜିଲ୍ଲାରେ ଅବସ୍ଥିତ।ଏହି ବାହାଘର ନେଇ ଦିଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ବେଶ ଚର୍ଚ୍ଚା ଚାଲିଛି।

ଡିସେମ୍ବର ୧୪ ତାରିଖରେ ଅପରାଜିତା ଭୁବନେଶ୍ବର ବରମୁଣ୍ଡା ପଡିଆରେ ରିସେପ୍ସନ ଭୋଜି ଦେବାର ଯୋଜନା କରିଛନ୍ତି।

Ayush Pavilion Emerges as a Major Attraction at India International Trade Fair 2025 ( Click Here To Read)

MP Aparajita Sarangi Santosh Sarangi ଅପରାଜିତା ଷଡଙ୍ଗୀ ଅପରାଜିତାଙ୍କ ଝିଅ ବାହାଘର ଅର୍ଚ୍ଚିତା ଷଡଙ୍ଗୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସନ୍ତୋଷ ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026
Latest News

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.