Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»23 ହଜାର କୋଟି ବଜେଟ ଟଙ୍କା ଟ୍ରେଜେରୀରେ ନ ରହି ବ୍ୟାଙ୍କରେ କାହିଁକି ? ତଦନ୍ତ ଦାବିକଲା କଂଗ୍ରେସ
ବିଶେଷ ଖବର

23 ହଜାର କୋଟି ବଜେଟ ଟଙ୍କା ଟ୍ରେଜେରୀରେ ନ ରହି ବ୍ୟାଙ୍କରେ କାହିଁକି ? ତଦନ୍ତ ଦାବିକଲା କଂଗ୍ରେସ

November 30, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
23 ହଜାର କୋଟି
23 ହଜାର କୋଟି ଟଙ୍କାର ବଜେଟ, ହେଲେ ଟ୍ରେଜେରୀରେ ନ ରହି ବ୍ୟାଙ୍କରେ କାହିଁକି ? ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଉପସ୍ଥାପନକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା ଏହି ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ଟ୍ୟାକ୍ସ ପରାମର୍ଶଦାତା ପ୍ରଶାନ୍ତ ଶତପଥୀ ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ।

ଶ୍ରୀ କାନୁନଗୋ କହିଲେ, ବର୍ତ୍ତମାନର ବିଜେପି ସରକାର ଓଡ଼ିଶାରେ ବଜେଟ ପରିଚାଳନାରେ ସମ୍ପୂର୍ଣ ରୂପେ ଅସଫଳ ହୋଇଛନ୍ତି l ସରକାର ଯେଉଁ 17440 କୋଟିର ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କଲେ ତାହାର ବିଶେଷ ଆବଶ୍ୟକତା ଥିଲା ଭଳି ମନେହୁଏ ନାହିଁ। ମୂଳ ବଜେଟର ଯାହା ବ୍ୟୟ ବରାଦ ହୋଇଥିଲା ସେଥିରୁ ଅଧା ରାଶି ମଧ୍ୟ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇପାରି ନାହିଁ । ମୂଳ ବଜେଟ 2 ଲକ୍ଷ 90 ହଜାର କୋଟି ହୋଇଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ମାତ୍ର 1 ଲକ୍ଷ 14 ହଜାର 91 କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି 40% ରୁ କମ। ଓଡ଼ିଶାର ଡବଲ ଇଞ୍ଜିନ ସରକାର ଅତିରିକ୍ତ ବଜେଟରେ ଶକ୍ତି ଶ୍ରୀ ନାମରେ କେବଳ ଗୋଟିଏ ନୂଆ ଯୋଜନା ଆଣିଛନ୍ତି ଯାହାର ବ୍ୟୟ ବରାଦ ରାଶି ମାତ୍ର 15 କୋଟି ଟଙ୍କା ଅଟେ।

ଏତଦ ବ୍ୟତୀତ କୌଣସି ନୂଆ ଯୋଜନା ଅତିରିକ୍ତ ବଜେଟରେ ନାହିଁ । ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନାରେ ଟଙ୍କା ଖର୍ଚ୍ଚ କମ ହେଉଥିବା ବେଳେ ରାଜ୍ୟ ସାରା ସବୁ ସମୟରେ ସରକାରୀ ଉତ୍ସବ ପାଳନ ଚାଲିଛି। ଶ୍ରୀ କାନୁନଗୋ କଟାକ୍ଷ କରି କହିଲେ ଯେ, ସୁଭଦ୍ରା ଉତ୍ସବ ଏକତା ଉତ୍ସବ ଏବଂ ଓଡିଶାକୁ ଆସୁଥିବା ସବୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ମଧ୍ୟ ଏକ ଉତ୍ସବ ଭାବେ ପାଳନ କରିବାରେ ଯେତିକି ସରକାରୀ ଟଙ୍କା ଖର୍ଚ୍ଚ ହେଉଛି ସେ ତୁଳନାରେ ରାଜ୍ୟର ଅର୍ଥନୀତିକୁ ଚଳାଚଞ୍ଚଳ କରିବା ପାଇଁ ତାର କାଣିଚାଏ ମଧ୍ୟ ଖର୍ଚ୍ଚ କରାଯାଉ ନାହିଁ।

ଗତ 9 ମାସରେ ରାଜ୍ୟର ଟିକସ ଅଭିବୃଦ୍ଧି ମାତ୍ର 13% ଥିବାବେଳେ ପୂର୍ବ ବର୍ଷ ସମାନ ସମୟରେ ରାଜ୍ୟର ଅଭିବୃଦ୍ଧି 14.7 % ଥିଲା ଏବଂ ଏହା ଦର୍ଶାଉଛି ଯେ ଏ ବର୍ଷ ତୁଳନାତ୍ମକ ଭାବେ ଅଭିବୃଦ୍ଧି ହାର କମ ଅଛି। ରାଜ୍ୟର ଅର୍ଥନୈତିକ ପରିଚାଳନା ଯେଉଁଭଳି ଢଙ୍ଗରେ ବିଜେପି ସରକାର କରୁଛି 2036 ମସିହା ସୁଦ୍ଧା ଯେଉଁ ବିକଶିତ ଓଡ଼ିଶାର ସ୍ବପ୍ନ ବଣ୍ଟଯାଉଛି ତାହା ଆଦୌ ସମ୍ଭବ ହେବ ନାହିଁ। ରାଜ୍ୟର ନିଜସ୍ୱ ଟିକସ ଏବଂ ଅଣଟିକସ ଆଦାୟ ଧାର୍ଯ୍ୟ ଲକ୍ଷଠାରୁ ଯଥେଷ୍ଟ କମ ରହିଛି ଏବଂ ତାହାର କାରଣ ରାଜ୍ୟର କମିଥିବା ଅର୍ଥନୈତିକ କାରବାର। କାରବାର କମ ରହିଲେ ଟିକସ ଆଦାୟ ପ୍ରଭାବିତ ହୋଇ କମ ହୁଏ।

ସରକାର ଯେପର୍ଯ୍ୟନ୍ତ ପାଟକୁ ପାଣି ଏବଂ ପେଟକୁ ପାଣି ସୁବ୍ୟବସ୍ଥା ନ କରିଛନ୍ତି ସେପର୍ଯ୍ୟନ୍ତ ରାଜ୍ୟର ସାମଗ୍ରିକ ଅର୍ଥନୀତି ଆଗକୁ ବଢ଼ିବ ନାହିଁ। ସେ ଦୃଢତାର ସହିତ କହିଥିଲେ, ଦୀର୍ଘ ବର୍ଷ ଧରି ବିଜେପି ଶାସିତ ରାଜ୍ୟ ବିହାର ଯାହାକି ଦେଶରେ ସବୁଠାରୁ ପଛୁଆ ରାଜ୍ୟ ରୂପେ ପରିଗଣିତ, ଯଦି ଅର୍ଥନୀତିରେ ସମୃଦ୍ଧି ହାସଲ କରି ଦେଶର ଏକ ନମ୍ବର ରାଜ୍ୟର ଦାବୀ ବିଜେପି ପୂରଣ କରି ପାରିବ ତାହାହେଲେ ଆମ ଦେଶ ସମଗ୍ର ବିଶ୍ୱରେ ଏକ ନମ୍ବର ହେବାରେ କିଛି ଅସୁବିଧା ନାହିଁ ଯାହାକି ଆଜିର ଦିନରେ ଦିବାସ୍ବପ୍ନ।

ଶ୍ରୀ କାନୁନଗୋ ସରକାରୀ ଟଙ୍କା ରାଜ୍ୟ ସରକାରଙ୍କ ଟ୍ରେଜେରିରେ ନ ରଖି ବିଭିନ୍ନ ବ୍ୟାଙ୍କରେ ରଖିବାକୁ ନେଇ ଆପତ୍ତି ଉଠାଇବା ସହିତ ଏହାର ଏକ ବିଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି। ରାଜ୍ୟ ସରକାରଙ୍କ ପାଖାପାଖି 23 ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ରହିଛି ଏବଂ ସରକାର ତାର ସୁଧ ପଇସାରୁ କର୍ମଚାରୀ ମାନଙ୍କ ଦରମା ଏବଂ ପେନସନ ବାବଦକୁ ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଧି ମୁତାବକ ସରକାରୀ ଟଙ୍କା ଟ୍ରେଜେରୀରେ ରହିବା କଥା। କିନ୍ତୁ ନ ରହିବା ଫଳରେ ସରକାରୀ ଅର୍ଥର ସଠିକ ହିସାବ ମିଳିପାରୁ ନାହିଁ।

ପ୍ରଦେଶ କଂଗ୍ରେସର ମୁଖପାତ୍ର ତଥା ଟ୍ୟାକ୍ସ ପରାମର୍ଶଦାତା ପ୍ରଶାନ୍ତ ଶତପଥୀ କହିଲେ, ରାଜ୍ୟ ସରକାର ବଡ଼ ବଜେଟର ଘୋଷଣା କରୁଛନ୍ତି ସତ କିନ୍ତୁ ବଜେଟ ପରିଚାଳନାରେ ସମ୍ପୂର୍ଣ ଅସଫଳ ହେଉଛନ୍ତି। ଅତିରିକ୍ତ ବଜେଟ ଆସିବାର ସାମ୍ବିଧାନିକ ବ୍ୟବସ୍ଥା ଅଛି ସତ କିନ୍ତୁ ତାର ଏକ ପ୍ରକ୍ରିୟା ମଧ୍ୟ ରହିଛି। ଯଦି କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ଅଧିକା ଆସେ ତାହାର ମ୍ୟାଚିଙ୍ଗ ଗ୍ରାଣ୍ଟ ଦେବାପାଇଁ ଅତିରିକ୍ତ ବଜେଟର ଆବଶ୍ୟକତା ପଡେ। ଠିକ ସେମିତି ଯଦି କିଛି ଅଧିକ ବ୍ୟୟ ବରାଦ ହୋଇଥିବା ନୁଆଁ ଯୋଜନା ଅଣାଯାଏ କିମ୍ବା ଗୋଟିଏ ବିଭାଗର ଖର୍ଚ୍ଚ ଅଧିକ କିମ୍ବା କମ ହେଲେ ତାକୁ ଭରଣା କରିବା ପାଇଁ ଅତିରିକ୍ତ ବଜେଟର ବ୍ୟବସ୍ଥା କରାଯାଏ। କିନ୍ତୁ ଦେଖାଯାଉଛି ଶକ୍ତି ଶ୍ରୀ ନାମରେ ମାତ୍ର ଗୋଟିଏ ନୁଆଁ ଯୋଜନା ଅଣାଯାଇଛି ଯାହାର ବ୍ୟୟ ବରାଦ କେବଳ 15 ହଜାର କୋଟି ଟଙ୍କା ଅଟେ।

ଓଡିଶାକୁ ଏ ବର୍ଷ କେନ୍ଦ୍ରୀୟ ଅନୁଦାନ ବିପଦ୍ଜନକ ଭାବରେ ହ୍ରାସ ପାଇଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ବାବଦରେ ଓଡିଶାକୁ ମିଳୁଥିବା ଟଙ୍କା ଯଥେଷ୍ଟ କମ ରହିଛି। କେନ୍ଦ୍ରୀୟ ଅନୁଦାନର ଲକ୍ଷ 41591 କୋଟି ହୋଇଥିବାବେଳେ ଓଡିଶା ପାଇଛି ମାତ୍ର 7163 କୋଟି ଯାହାକି ମାତ୍ର 17% ଅଟେ। ରାଜ୍ୟର ବଜେଟ ଅତିମାତ୍ରାରେ ଋଣ ଉପରେ ନିର୍ଭରଶୀଳ। ଏହି ବର୍ଷ ରାଜ୍ୟର ଋଣଭାର 1 ଲକ୍ଷ 35 ହଜାର କୋଟିରେ ପହଞ୍ଚିବ।

ଶ୍ରୀ ଶତପଥୀ କହିଥିଲେ ଯେ, ଆୟ ବୃଦ୍ଧି ବଜେଟ ପରିଚାଳନାର ଏକ ପ୍ରମୁଖ ଅଂଶ ହୋଇଥିବାବେଳେ ରାଜ୍ୟ ସରକାର ପୂର୍ବ ନିର୍ଦ୍ଧାରିତ ବର୍ଷ ତୁଳନାରେ ଆୟ ବୃଦ୍ଧିର ନୁଆଁ ଦିଗ ଉନ୍ମୋଚିତ କରିବାରେ ସମ୍ପୂର୍ଣ ରୂପେ ବିଫଳ ହୋଇଛନ୍ତି। ଏବର୍ଷ 13% ଟିକସ ଅଭିବୃଦ୍ଧିକୁ ଏକ ବଡ଼ ସଫଳତା ରୂପେ ବିବେଚନା କରାଯାଇ ପାରିବ ନାହିଁ।

ପୂର୍ବରୁ ଓଡିଶା 21 % ରୁ 27% ର ଅଭିବୃଦ୍ଧି ହାସଲ କରିଥିଲା। ଯାହା ଦେଖାଯାଉଛି ଜିଏସଟି ଲାଗୁହେବା ପୂର୍ବରୁ ଓଡିଶା ଯେଉଁ ହାରରେ ଟିକସ ଆଦାୟ କରୁଥିଲା ଏବେ ତା ଠାରୁ ଯଥେଷ୍ଟ କମ ହେଉଛି। ଏ ବର୍ଷ ରାଜସ୍ବପ୍ରାପ୍ତିର ଲକ୍ଷ 2 ଲକ୍ଷ 90 ହଜାର କୋଟି ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 32 ହଜାର 128 କୋଟି ଆଦାୟ ହୋଇଛି। ରାଜ୍ୟର ନିଜସ୍ୱ ଟିକସ ଏବଂ ଅଣଟିକସ ବାବଦକୁ 1 ଲକ୍ଷ 26 ହଜାର କୋଟିର ଲକ୍ଷ ଧାର୍ଯ୍ୟ ହୋଇଥିବାବେଳେ ରାଜସ୍ବ ସଂଗ୍ରହ ମାତ୍ର 65 ହଜାର 883 କୋଟି ହୋଇଛି।

ଏଥିରୁ ସ୍ପଷ୍ଟ ଜଣାପଡୁଛି ରାଜ୍ୟର ରାଜସ୍ବ ସମ୍ବଳ ସଂଗ୍ରହ ଆଦୌ ଆଖିଦୃଶିଆ ନୁହେଁ। ଡବଲ ଇଞ୍ଜିନରେ ଡବଲ ବିକାଶର ନାରା ଦେଉଥିବା ବିଜେପି ସରକାର କେନ୍ଦ୍ର ପାଖରେ କମୁଥିବା କେନ୍ଦ୍ରୀୟ ସହାୟତା ରାଶି ପାଇଁ ଦୃଢ ପ୍ରତିବାଦ ଜଣାଇବା ସହିତ ରାଜ୍ୟର ବଜେଟ ସୁପରିଚାଳନା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ବଜେଟର ଆଢୁଆଳରେ ବଜେଟ ପରିଚାଳନାଗତ ତ୍ରୁଟିକୁ ଲୁଚାଇବାର ଭରପୁର ପ୍ରୟାସ କରାଯାଇଛି ବୋଲି ମୁଖପାତ୍ର ଶ୍ରୀ ଶତପଥୀ କହିଛନ୍ତି।

Congress ଅତିରିକ୍ତ ବଜେଟ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026
Latest News

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.