Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»SOA Yuva Sahitya Sammana: ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ପ୍ରଦାନ କରାଗଲା ସୋଆ ଯୁବ ସାହିତ୍ୟ ସମ୍ମାନ 
ବିଶେଷ ଖବର

SOA Yuva Sahitya Sammana: ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ପ୍ରଦାନ କରାଗଲା ସୋଆ ଯୁବ ସାହିତ୍ୟ ସମ୍ମାନ 

December 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
SOA Yuva Sahitya Sammana
SOA Yuva Sahitya Sammana: ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ପ୍ରଦାନ କରାଗଲା ସୋଆ ଯୁବ ସାହିତ୍ୟ ସମ୍ମାନ 

SOA Yuva Sahitya Sammana: ସମାଜରେ ଯଦି ଜନଜାତି ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରାଯାଏ ତେବେ ବର୍ତମାନ ସମାଜରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ରବିବାର କହିଛନ୍ତି ବିଶିଷ୍ଟ ସାନ୍ତାଳୀ ଲେଖିକା ଶ୍ରୀମତି ଦମୟନ୍ତୀ ବେସ୍ରା ।

ଜନଜାତି ସଂସ୍କୃତିରେ ଯୌତୁକ ପ୍ରଥା ନାହିଁ ଏବଂ ମହିଳାଙ୍କୁ ଆଦିବାସୀ ସମାଜରେ ଅନେକ ସମ୍ମାନ ପ୍ରଦାନ କରାଯାଏ ବୋଲି ତୃତୀୟ ସୋଆ ସାହିତ୍ୟ ଉତ୍ସବର ଦ୍ୱିତୀୟ ଦିନରେ ନିଜ ବକ୍ତବ୍ୟରେ କହିଛନ୍ତି ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀମତି ବେସ୍ରା ।

ଓଡ଼ିଶାର ଜନଜାତି ସମ୍ପ୍ରଦାୟ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିଥାନ୍ତି ଏବଂ ଓଡ଼ିଶାର ସଂସ୍କୃତି ଆଦିବାସୀମାନଙ୍କର ଜୀବନଶୈଳୀର ଅନୁଶୀଳନ ବୋଲି ଶ୍ରୀମତି ବେସ୍ରା କହିଛନ୍ତି । ଜନଜାତି ସମ୍ପ୍ରଦାୟ ତିନି ମୂର୍ତୀ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ତାଙ୍କର ଭଉଣୀ ଦେବୀ ସୁଭଦ୍ରାଙ୍କୁ ଆରାଧନା କରିଥାନ୍ତି । ସାରା ରାଜ୍ୟର ସାନ୍ତାଳ, କନ୍ଧ ଏବଂ ଶବର ସମ୍ପ୍ରଦାୟ ମଧ୍ୟ ତିନି ଠାକୁରଙ୍କୁ ଆରାଧ୍ୟ ଦେବତା ଭାବେ ବିବେଚନା କରିଥାନ୍ତି ବୋଲି ସେ କହିଛନ୍ତି ।

ଏହି ଅବସରରେ ୬୪ଟି ଜନଜାତି ଭାଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ଚିନ୍ତା ବ୍ୟକ୍ତ କରିବା ସହ ଏହା ଫଳରେ ଆଦିବାସୀ ପିଲାମାନେ ଏହି ସବୁ ଭାଷାର ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମାରୋହର ଦ୍ୱିତୀୟ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଜରୁରୀ କାର୍ଯ୍ୟବଶତଃ ସେ ଯୋଗ ଦେଇ ପାରିନଥିଲେ। ମୁଖ୍ୟମନ୍ତ୍ରୀ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବାରୁ ସୋଆ ବିଶ୍ୱବିଦ୍ୟାଳୟକୁ ଏକ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ।

ନିଜ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଏବଂ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିବାରେ ଭାଷାର ଯେତିକି ଭୂମିକା ରହିଛି, ଠିକ ସେମିତି ଭୂମିକା ରହିଛି ଲେଖକଙ୍କର ।

ସାହିତ୍ୟ ଉତ୍ସବର ପ୍ରସଙ୍ଗ ‘ସଂସ୍କୃତି, ସୃଜନଶୀଳତା ଏବଂ କୃତ୍ରିମ ବୁଦ୍ଧିମତା’କୁ ସମୟ ଉପଯୋଗୀ ବୋଲି କହିବା ସହ ଏହି ଉତ୍ସବରେ ଯୋଗ ଦେଇଥିବା ଲେଖକ, କବି ଓ ବକ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସୋଆର ଏଭଳି ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ ବୋଲି ଶ୍ରୀ ମାଝୀ କହିଥିଲେ।

ଚଳିତ ବର୍ଷ ଆରମ୍ଭ କରାଯାଇଥିବା ସୋଆ ଯୁବ ସାହିତ୍ୟ ପୁରସ୍କାର ଯୁବ ସାହିତ୍ୟିକ ଶ୍ରୀ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆ ପୁଚି ନାରଙ୍ଗ’ ନିମନ୍ତେ ପ୍ରଦାନ କରାଯାଇଥିଲା।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀ ତ୍ରିପାଠୀଙ୍କୁ ଏକ ରୌପ୍ୟ ଫଳକ, ମାନପତ୍ର, ଉତରୀୟ ଏବଂ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ସମ୍ମାନ ଗ୍ରହଣ କରିବା ଅବସରରେ ନିଜ ଭାଷଣରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆମେ ସମସ୍ତେ ଅସହିଷ୍ଣୁତା, ଆତ୍ମଗର୍ବ ଓ ଆତ୍ମମୁଗ୍ଧତାର ଗୋଲକଧନ୍ଦା ଭିତରୁ ବାହାରିବାର ଆବଶ୍ୟକତା ରହିଛି । ସାହିତ୍ୟ ଏବଂ ଶିକ୍ଷା ହିଁ ସମାଜକୁ ସୁଦୃଢ଼ କରିପାରିବ ବୋଲି ସେ କହିଥିଲେ।

ଦୁଇ ଦିନିଆ ସାହିତ୍ୟ ଉତ୍ସବର ମୁଖ୍ୟ ପ୍ରସଙ୍ଗ ଏଆଇ ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆମ ମଣିଷମାନଙ୍କର ହୃଦୟ ଏବଂ ଭାବାବେଗ ରହିଛି । ତେଣୁ ଏଆଇ ଆମକୁ କବଳିତ କରିପାରିବ ନାହିଁ।

ନିଜ ଅଭିଭାଷଣରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଥିଲେ ଯେ ସାହିତ୍ୟ ଏବଂ ସଂସ୍କୃତିକୁ ଅଣଦେଖା କରି କୌଣସି ସମାଜ ଅଗ୍ରଗତି କରିପାରିବ ନାହିଁ । ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହକୁ ବୃଦ୍ଧି କରିବା ହିଁ ଏଭଳି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଓ ଅଧିକ୍ଷକ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ଓ ମୁଖ୍ୟ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ।

SOA Yuva Sahitya Sammana: ଶ୍ରୀମତି ଦମୟନ୍ତୀ ବେସ୍ରା ସୂର୍ଯ୍ୟସ୍ନାତ ତ୍ରିପାଠୀ ସୋଆ ଯୁବ ସାହିତ୍ୟ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.