Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»CM To Visit Maa Tarini Temple: ମା’ତାରିଣୀଙ୍କ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ହେବ ବଡ ଘୋଷଣା
ବିଶେଷ ଖବର

CM To Visit Maa Tarini Temple: ମା’ତାରିଣୀଙ୍କ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ହେବ ବଡ ଘୋଷଣା

December 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
CM To Visit Tarini Temple
CM To Visit Tarini Temple: ମା'ତାରିଣୀଙ୍କ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ହେବ ବଡ ଘୋଷଣା

CM To Visit Maa Tarini Temple: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ନିଜ ଜିଲ୍ଲା କେଉଁଝର ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ; ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା’ ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ନୂଆ ଯୋଜନା ନେଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ମା’ତାରିଣୀଙ୍କ ପୀଠ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରେ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ କେଉଁଝର ବିକାଶ ପାଇଁ ତାଙ୍କର ବଡ଼ ଯୋଜନାର ଏକ ପ୍ରମୁଖ ଅଂଶ ହେଉଛି ମା’ ତାରିଣୀ ପୀଠର ବିକାଶ । କାଲିଠୁ ଆରମ୍ଭ ହେବ ମା’ଙ୍କ ପୀଠର କାୟାକଳ୍ପ ।

ଆଜି ମୁଖ୍ୟମନ୍ତ୍ରୀ ପାଖାପାଖି ୬୦ ଏକର ପରିମିତ ଜମି ଉପରେ ମା’ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ମୂଳଦୁଆ ରଖିବେ। ଏହି ପ୍ରକଳ୍ପ ସମହୂରେ ୩୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁମୋଦନ ଦିଆଯାଇ ସାରିଛି ।

ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା’ତାରିଣୀ ମନ୍ଦିର ସମ୍ବଦ୍ଧିତ ଏକ ସୁନ୍ଦର ଵ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ତତ୍ୱାବଧାନ ସହ ଯୋଜନା କରିଛନ୍ତି। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ ଟାୱାର ଆଦି ନିମନ୍ତେ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମା’ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳ ଗୁଡିକର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖାପାଖି ଅଞ୍ଚଳରେ ଅନେକ ଆନୁସଙ୍ଗିକ ବ୍ୟବସ୍ଥାର ଯୋଜନା ହୋଇଛି । ଯଥା ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଜଳ ଯୋଗାଣ, ବିଦ୍ୟୁତ ଏବଂ ଆଲୋକୀକରଣ ବ୍ୟବସ୍ଥା, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସମେତ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡି ପରିଚାଳନା ପାଇଁ ସୁବନ୍ଦୋବସ୍ତ ଏହି ଯୋଜନାରେ ସାମିଲ ଅଛି ।

ପୁଷ୍କରିଣୀ ଆମ ଧର୍ମୀୟ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଧ୍ୟାନରେ ରଖି ବୃହତ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ମନ୍ଦିରର ପଛ ପାର୍ଶ୍ୱରେ ପୁଷ୍କରିଣୀ ଏବଂ ଶିଶୁ ଖେଳ ପଡ଼ିଆ ନିକଟରେ ପୁଷ୍କରିଣୀକୁ ବିକାଶ ମାଧ୍ୟମରେ ସୁଦୃଶ୍ୟ କରିବା ପାଇଁ ଏହି ଯୋଜନାରେ ସାମିଲ କରାଯାଇଛି ।

ଏହା ସହ ସଡକ ବିକାଶ ଏହି ଯୋଜନାର ପ୍ରମୁଖ ଅଙ୍ଗ। ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ୧୨ ମିଟର ଚଉଡ଼ା ରାସ୍ତା ସଂଯୋଗ କରିବ । ଏହା ସହ ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି ।

ଆଜିର କେଉଁଝର ଜିଲ୍ଲା ଗସ୍ତ ଐତିହାସିକ ହେବ ବୋଲି ସାଧାରଣ ଲୋକ ମତ ବ୍ୟକ୍ତ କରୁଛନ୍ତି । କେଉଁଝର ଓଡ଼ିଶାର ଅର୍ଥନୀତି ବିକାଶରେ ଦୀର୍ଘ ଦଶନ୍ଧି ଧରି ବଡ଼ ଭୂମିକା ନେଇ ଆସିଛି । ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ କେଉଁଝର ଜିଲ୍ଲାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଲୋକଙ୍କ ମନରେ ଉତ୍ସାହ ଆଣିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜିଲ୍ଲାରେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକ ଖୁବ୍ ଉତ୍ସାହିତ ଅଛନ୍ତି ।

CM To Visit Maa Tarini Temple: CM To Visit Tarini Temple Maa Tarini Temple ଘଟଗାଁ ମା ତାରିଣୀ ମା ତାରିଣୀ ପୀଠ ମା' ତାରିଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଧୁ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ: ଚେତାବନୀ ଜାରି କଲା ଭାରତ

July 21, 2026

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026
Latest News

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026

ବନ୍ଧୁ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ: ଚେତାବନୀ ଜାରି କଲା ଭାରତ

July 21, 2026

ପ୍ରତିବାଦ ସମୟରେ ଔରଙ୍ଗଜେବଙ୍କ ଫଟୋକୁ ନେଇ ଉତ୍ତେଜନା: ଏହି ପଦକ୍ଷେପ ନେଲା ପୋଲିସ

July 21, 2026

ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସୋନମ ୱାଙ୍ଗଚୁକ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

July 21, 2026

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.