Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକର ସର୍କିଟ୍ ହାଉସ୍‌ର ନୂଆ ବିଲ୍‌ଡିଙ୍ଗ ଓ ତହସିଲ ଅଫିସର ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

କଟକର ସର୍କିଟ୍ ହାଉସ୍‌ର ନୂଆ ବିଲ୍‌ଡିଙ୍ଗ ଓ ତହସିଲ ଅଫିସର ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

December 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଟକର ସ୍ପେଶାଲ ସର୍କିଟ୍ ହାଉସ୍‌
କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି।

ସୂଚନା ଯୋଗ୍ୟ ଯେ ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍‌ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ୪ ମହଲା ବିଶିଷ୍ଟ ଏହି ବିଲ୍‌ଡିଙ୍ଗଟି ପ୍ରାୟ ୩,୬୭୨ ବର୍ଗ ମିଟର ଅଞ୍ଚଳରେ ୧୮ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ।

ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ର ନୂତନ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଯେଉଁ ମାନେ ଜମିଜମା କାମରେ ତହସିଲ ଓ ସବ୍-ରେଜିଷ୍ଟର ଅଫିସକୁ ଆସିବେ, ସେମାନେ ସୁବିଧାରେ ସମସ୍ତ ସେବା ପାଇପାରିବେ। ଏହାଦ୍ବାରା ଲୋକଙ୍କ ସମସ୍ୟା ଅଫିସରେ ସୁବିଧାରେ ସମାଧାନ ହୋଇପାରିବ, ସେମାନଙ୍କୁ ଆଉ ଉଚ୍ଚ ପଦାଧିକାରୀମାନଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ।

ଆମର ମୂଳଲକ୍ଷ୍ୟ ହେଉଛି ସବୁ କ୍ଷେତ୍ରରେ ଲୋକଙ୍କୁ ସହଜରେ ଓ ସୁବିଧାରେ ବିଭିନ୍ନ ସରକାରୀ ସେବା ଯୋଗାଇଦେବା | ଏହାଦ୍ବାରା ଲୋକଙ୍କ ଇଜ୍ ଅଫ୍ ଲିଭିଙ୍ଗ୍ ରେ (Ease of Living) ଉନ୍ନତି ଆସିପାରିବ। ଏହିଲକ୍ଷ୍ୟ ହାସଲ ପାଇଁ ଆମର ଉଦ୍ୟମ ଜାରିରହିବ ।ଜମିଜମା ସଂକ୍ରାନ୍ତରେ ତହସିଲ ଅଫିସ ଗୁଡିକ ଏକ One Stop Solution ଭଳି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ ଯେ ରାଜ୍ୟର ସବୁ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ନ‌ଭେମ୍ବର ୧ ତାରିଖରେ ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଛି। ପ୍ରାୟ ୫୬ଟି ତହସିଲ ଛାଡି ସବୁ ତହସିଲ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଏଗୁଡିକ ମଧ୍ଯ ଖୁବଶୀଘ୍ର ଖୋଲାଯି ଲାଯିବ ଏବଂ ଏହାର ନୂଆ ଅଫିସ୍ ବିଲଡିଙ୍ଗ ମଧ୍ଯ କରାଯିବ। ଜମିଜମା ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ବିଷୟ ନେଇ ଅଧିକାଂଶ ବ୍ୟବସ୍ଥାକୁ ଆମେ ଡିଜିଟାଲ ମାଧ୍ଯମରେ କରୁଛୁ ।ଟେକ୍ନୋଲୋଜି ବ୍ୟବହାର କରି ରାଜସ୍ବ ସେବାକୁ ମଧ୍ୟସ୍ଥି ମୁକ୍ତ ଓ ଦୁର୍ନୀତି ଦୁର୍ନୀତି ମୁକ୍ତ କରାଯାଉଛି।

ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, କଟକ ବାରବାଟୀ ବିଧାୟିକା ଇଂ ସୋଫିଆ ଫିର୍ଦୋଷ, କଟକ ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଓ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।

cuttack କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ ତହସିଲ ଅଫିସ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ

December 12, 2025

ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ-ଅନ୍ତର୍ଭୂକ୍ତ ନେତୃତ୍ୱ ତାଲିମ ଆୟୋଜିତ

December 12, 2025

କ୍ୟୁସିଆଇ ପକ୍ଷରୁ ‘ଗୁଣବତ୍ତା ସମର୍ପଣ ଭୁବନେଶ୍ବର’ କାର୍ଯ୍ୟକ୍ରମ ଆୟୋଜିତ

December 12, 2025

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଏହି ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମି

December 12, 2025
Latest News

ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ

December 12, 2025

ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ-ଅନ୍ତର୍ଭୂକ୍ତ ନେତୃତ୍ୱ ତାଲିମ ଆୟୋଜିତ

December 12, 2025

କ୍ୟୁସିଆଇ ପକ୍ଷରୁ ‘ଗୁଣବତ୍ତା ସମର୍ପଣ ଭୁବନେଶ୍ବର’ କାର୍ଯ୍ୟକ୍ରମ ଆୟୋଜିତ

December 12, 2025

କଟକର ସର୍କିଟ୍ ହାଉସ୍‌ର ନୂଆ ବିଲ୍‌ଡିଙ୍ଗ ଓ ତହସିଲ ଅଫିସର ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

December 12, 2025

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଏହି ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମି

December 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.