ଭୁବନେଶ୍ବର: କଂଗ୍ରେସରୁ ବହିସ୍କାର ପରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି ଯେ, ମୋତେ କଂଗ୍ରେସ ବିଚାରଧାରରୁ କେହି ଦୂରେଇ ପାରିବ ନାହିଁ। ମୁଁ କଂଗ୍ରେସରେ ସଂସ୍କାର ଆଣିବା ପାଇଁ ଚିଠି ଲେଖିଥିଲି , ହେଲେ ମୋତେ ଦଣ୍ଡ ଦିଆଗଲା। ଏଥିରେ କୌଣସି ଅସୁବିଧା ନାହିଁ, ମୋର ଜନସେବା ଯେପରି ଜାରି ରହିଛି ତାହା ରହିବ।
ସେ ପୁଣି କହିଛନ୍ତି ଯେ, ରାଜନୈତିକ ଦଳ ଗୋଟିଏ ପ୍ଲାଟଫର୍ମ, ହେଲେ ଜନସେବା କରିବା ପାଇଁ ମୋତେ କେହି ରୋକିପାରିବେ ନାହିଁ। ତେବେ ତାଙ୍କର ପରବର୍ତ୍ତି ପଦକ୍ଷେପ କଣ ହେବ ବୋଲି ପଚରା ଯିବାରୁ ସେ କହିଥିଲେ ଯେ, ଭବିଷ୍ୟତ କଥା ମୋର କର୍ମିମାନେ ବିଚାର କରିବେ। ସେମାନଙ୍କ ନିଷ୍ପତି ଅନୁସାରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ। ମୋକିମଙ୍କୁ କଂଗ୍ରେସ ବହିସ୍କାର କରିବା ପରେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।


