Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ
ବିଶେଷ ଖବର

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଟାଟା ପାୱାର ଓଡିଶା ଛାଡ
'ଟାଟା ପାୱାର ଓଡିଶା ଛାଡ' ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଟାଟା ପାୱାରର ଶୋଷଣ, ଏମଜିଏନଆରଇଜିଏସ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ପରିବର୍ତ୍ତନ ତିନି ଗୁରୁତର ସମସ୍ୟାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।  ଏହି ସମ୍ମିଳନୀରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ ଭକ୍ତ ଦାସ କହିଲେ ଟାଟା ପାୱାର ଅତିରିକ୍ତ ଜମାରାଶି ତଥା ମିଟର ଏବଂ ବିଲରେ ଚଞ୍ଚକତା କରି ସାଧାରଣ ଜନତାଙ୍କୁ ଶୋଷଣ କରୁଛି, ତେଣୁ ଏହାର ବିରୁଦ୍ଧରେ କଂଗ୍ରେସ ଏକ ଜନ ଜାଗରଣ ଆରମ୍ଭ କରିବ।

ଜି ରାମ ଜି ପ୍ରତ୍ୟାହାର କରିବାକୁ ପଡିବ। ଦଳିତ, ଆଦିବାସୀ ଓ ପଛୁଆ ଗରିବ ଲୋକମାନେ କାମ ଅନ୍ୱେଷଣରେ ଶୋଷିତ ହେଉଥିଲେ ତାଙ୍କର ଅବସ୍ଥା ଦୟନୀୟ ଥିଲା କିନ୍ତୁ ରାଇଟ ଟୁ ୱାର୍କରେ ୟୁପିଏ-୧ ରୁ 2014 ପର୍ଯ୍ୟନ୍ତ ଶ୍ରୀମତୀ ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ଥିଲେ ଓ ନ୍ୟାସନାଲ ଏଡ଼ ଭାଇଜରି କମିଟିରେ ରାଜ୍ୟର ତଥା ଦେଶର ସମସ୍ତ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତ ଓ ସମସ୍ତଙ୍କୁ କର୍ମଯିବି କରିବା ପାଇଁ ଗୋଟିଏ ରଚନାତ୍ମକ କାଯ୍ୟକ୍ରମ ଯେଉଁଟା ଗାନ୍ଧିଜୀଙ୍କ ନିର୍ଦେଶ ତଥା ରଚନାବଳି ଅନୁସାରେ ମହାତ୍ମା ଗାନ୍ଧୀଙ୍କ ନାମରେ ଦିଆଯାଇଥିଲା ଓ ସେଥିରେ ସମସ୍ତ ଦେଶ ବାସି ଖୁସି ହେଇଥିଲେ।

ଗରିବ ଲୋକଙ୍କୁ କାଯ୍ୟ ଦେବେ ନଚେତ ପଇସା ଦେବେ କିନ୍ତୁ ଏ ସରକାର ଏଇ ଆଇନକୁ ଛିହ୍ନଭିନ୍ନ କରିଛନ୍ତି । ତେଣୁ ତାକୁ ପ୍ରତ୍ୟାହାର କରିବା ଆବଶ୍ୟକ ଅଛି। ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ 26 ଡିସେମ୍ବର ଦିନ ରାଲି ହେବ ଏବଂ ଟାଟା କମ୍ପାନୀ ବିରୁଦ୍ଧ ରେ ସାଧାରଣ ସଭା ହେବ ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ। ଡିସେମ୍ବର 30 ଆଗରୁ ଅତିରିକ୍ତ ଜମା ରାଶିକୁ ପ୍ରତ୍ୟାଖାନ କରିବାକୁ ପଡିବ। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଓଡିଶା ଜନତାଙ୍କ ସାଙ୍ଗେ ରାଜ୍ୟ ସରକାର ଠିଆ ହୁଅନ୍ତୁ। ନଚେତ ଆଇନ ଅମାନ୍ୟ ଆରମ୍ଭ ହେବ ଏବଂ ଯେତେବେଳ ପଯ୍ୟନ୍ତ ଟାଟା କମ୍ପାନୀ ବିଦା ହେବ ନାହିଁ ସେତେବେଳ ପଯ୍ୟନ୍ତ ସେ ଆନ୍ଦୋଳନ ଚାଲିବ ଏବଂ ଡିସେମ୍ବର 29 ରେ ଯେତେ ବିଜୁଳି ବିଭାଗ ଅଛି ତାକୁ ସମ୍ପୂର୍ଣ ଭାବେ ରଦ୍ଦ କରାଯିବ। ଜୋରଦାର ଆନ୍ଦୋଳନ ହେବ।

ଓଡିଶାରେ ଏତେ ଖଣିଜ ସମ୍ପଦ ଅଛି ଗୋଟେ ମିନିଟରେ ଏହାର ସମାଧାନ ହେଇ ପାରି। ଓଡିଶା ପାଇଁ ଟାଟା କମ୍ପାନୀ ବଞ୍ଚିକି ଅଛି। ଯଦି ଏ ଟାଟା କମ୍ପାନୀ ଓଡିଶାରେ ରହିବାର ଅଛି ତୁରନ୍ତ ଏହା ପ୍ରତ୍ୟାହାର କରୁ। ନଚେତ କମ୍ପାନୀକୁ ତଡି ଦିଆଯିବ ବୋଲି ନିଷ୍ପତି ହେଇଛି। 22 ତାରିଖରେ ପ୍ରତ୍ୟେକ ଜିଲ୍ଲା ରେ ପଦଯାତ୍ରା ମାଧ୍ୟମରେ ସମସ୍ତ କର୍ମକର୍ତା ମାନଙ୍କୁ ନେଇ ମହାତ୍ମା ଗାନ୍ଧୀ ନରେଗାକୁ ଯେଉଁ ପରିବର୍ତନ କରିଛନ୍ତି ତାକୁ ଭାରତ ସରକାର ପ୍ରତ୍ୟାହାନ କରନ୍ତୁ ବୋଲି ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ମିଳନୀର ଅନ୍ୟତମ ସଦସ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ, ଯଦି କଂଜପସନ ଅଧିକ ହେଲା ବିଲ୍ ବଢିବ ନଚେତ କମିବ। ଗତବର୍ଷ କମିଛି ଏବଂ କମିବା ପରେ କେଉଁ ଉପଭୋକ୍ତାକୁ ଅର୍ଥ କମ୍ପାନୀ ଫେରେଇଛି କି? ଏବଂ ତାହାର କିଛି ଡାଟା ଦେଇଛି କି? ଆପଣ ମାନେ ଜାଣିବା ଉଚିତ ଯେ ପାଖାପାଖୀ 86 ହଜାର କୋଟି ଟଙ୍କା ଲାଭ ହୋଇଛି କିନ୍ତୁ ତାର କିଛି ଡାଟା ନାହିଁ। କକୁଆଡେ ଗଲା ସେ ଟଙ୍କ।? ପୁଣି କମ୍ପାନୀ ପକ୍ଷରୁ ଅତିରିକ୍ତ ଜମାରାଶି କରିବାକୁ ଉପଭୋକ୍ତା ମୁଣ୍ଡରେ ଲଦିବା ଆଦୌ ଗ୍ରହଣୀୟ ନୁହେଁ? ତେଣୁ ରାଜ୍ୟଵ୍ୟାପୀ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ଆନ୍ଦୋଳନ କରିବାର ଆବଶ୍ୟକତା ଅଛି।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ଜଣେ ଗୁଜରାତି ମହାତ୍ମା ଗାନ୍ଧିଜୀ ଯିଏ ଇଂରେଜ ମାନଙ୍କୁ ଭାରତଛାଡ ଆନ୍ଦୋଳନ କରି ଇଂରେଜଙ୍କୁ ତଡିଥିଲେ ଏବଂ ଆଊ ଦୁଇଜଣ ଗୁଜୁରାତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ବାହାର କମ୍ପାନୀ ମାନଂକଙ୍କୁ ଭାରତଙ୍କୁ ଆଣିଲେ ଯେମିତି ଗାନ୍ଧିଜୀ ଇଂରେଜ ମାନଂକୁ ଭାରତ ଛାଡ ଡାକରା ଦେଇଥିଲେ ଠିକ ସେମିତି ଆମର ଗୋଟିଏ ନାରା ଟାଟା କମ୍ପାନୀ ଓଡିଶା ଛାଡ। କୃଷକଙ୍କ ଉତ୍ପାଦିତ ଧାନ କିଣାରେ ବ୍ୟାପକ ଅବହେଳା ଯୋଗୁଁ ଚାଷୀ ରାସ୍ତାରେ ଧାରଣାରେ ବସିଛି ଏବଂ ମିଲର ଟଙ୍କା ଗଣୁଛି। ମହାତ୍ମା ଗାନ୍ଧୀଙ୍କ ନାମ ପରିବର୍ତ୍ତନ କରିବା ଗଣତନ୍ତ୍ର ପ୍ରତି ଏକ ଆହ୍ୱାନ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ନେତୃତ୍ୱଙ୍କ ସହ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶରତ ରାଉତ ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଥିବାବେଳେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ।

ଟାଟା ପାୱାର ଟାଟା ପାୱାର ଓଡିଶା ଛାଡ ଭକ୍ତ ଦାସ ରାଜ୍ୟ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026

ଆଜି ମାର୍ଚ୍ଚ ୧୯ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.