Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

 ‘ଘରେ ଘରେ କଂଗ୍ରେସ’ ନାରା ନେଇ ଆଜିଠାରୁ ସାରା ଓଡ଼ିଶାରେ ଦଳ କରିବ ପଦଯାତ୍ରା

ଭୁବନେଶ୍ୱର: ଆଜିଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ପଦଯାତ୍ରା କରିବ। ଘରେଘରେ କଂଗ୍ରେସ ନାରା ନେଇ ଏହି ପଦଯାତ୍ରା କରାଯିବ। ଏଥିରେ କର୍ମିମାନେ ଘରକୁ ଘରୁ ପହଂଚି ୨୪ ବର୍ଷର ନବୀନ ସରକାର ଏବଂ କେନ୍ଦ୍ରରେ ୯ ବର୍ଷରୁ ଅଧିକ ସମୟ ଧରି ରହିଥିବା ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି ଏହାର ଏକ ପ୍ରଚାର ପତ୍ର ପ୍ରଦାନ କରାଯିବ।

ଏ ସଂପର୍କରେ କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ୍ କାନୁନ୍‌ଗୋ କହିଲେ ଯେ, ଆମେ ଯେଉଁ ପ୍ରଚାର ପତ୍ର ଲେଖିଛୁ ତାହାକୁ ଜନସାଧାରଣଙ୍କ ପାଖରେ ପହଂଚାଇବୁ। ଯଦି ଏଥିରେ ଗୋଟିଏ ବି ମିଛ ଅଛି ଉଭୟ ଦଳ ଏହାକୁ ଖଣ୍ଡନ କରିବାର ସତ୍‌ସାହସ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୯ ତମ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟଳୟ ଠାରେ କଂଗ୍ରେସ ଭବନ ଠାରେ ନେତୃବୃନ୍ଦ ରାଜୀବଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, କିଶୋର ଜେନା, ଭୂଜବଳ ମାଝୀ, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ଜ୍ୟୋତିଷ ସାହୁ, ରଣଜିତ ଦାଶ, ବିଧୁଭୂଷଣ ତ୍ରିପାଠୀ, ବାଙ୍କନିଧି ବେହେରା, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଶ୍ରେୟାସ୍ମିତା ପଣ୍ଡା, ରଜନୀ ମହାନ୍ତି ଯୋଗଦେଇଥିଲେ।

ସେହିପରି ପ୍ରକାଶ ମିଶ୍ର, ଜୟକୃଷ୍ଣ ମଲ୍ଲିଆ, ସୁଧାଂଶୁ ମହାନ୍ତି, ମିହିର ଆଚାର୍ଯ୍ୟ, ନରୋତମ ନାୟକ, ପ୍ରଦୀପ ମହାପାତ୍ର, ପ୍ରଭାସ କର ମହାପାତ୍ର, ମୋତି କୈବର୍ତ, ସବିର ହୁସେନ, ଇନ୍ଦ୍ରମୋହନ ପଣ୍ଡା, ଏମଡି ଶାହାଦୁଲ୍ଲା, ଭାସ୍କର ସେଠୀ, ଅଜୟ ସାହୁ, ସଂକୁନା କହଁର, ପ୍ରଭାତ ପ୍ରତାପ ସିଂ, ସଂଜୟ ମିଶ୍ର, ଆଲୋକ ମହାନ୍ତି, ସୁଭାଷ ପ୍ରଧାନ, ଖଗେଶ୍ୱର ମଲ୍ଲିକ, ପ୍ରଶନ୍ନ ପାଇକରାୟ, ଦେବେନ୍ଦ୍ର ଦାସ, କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ନୂତନ କମିଟି ଘୋଷଣା କରିଛନ୍ତି। ସେମାନେ ହେଲେ

ଉପଦେଷ୍ଟା
ସୁଧାଂଶୁ ଶେଖର ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶିର କୁମାର ପରିଡ଼ା, ବିଶ୍ୱଭୂଷଣ ଛୋଟରାୟ, ଅମିତ କୁମାର ମହାନ୍ତି, ସ୍ୱାଗତିକା ପଟ୍ଟନାୟକ, କଳିଙ୍ଗ ସାହୁ, ପ୍ରମୋଦ ସାହାଣି, ନଗେନ ସିଂ, ପଦ୍ମଚରଣ ସୁବୁଦ୍ଧି, ଇନ୍ଦୁ ଭୂଷଣ ଭଞ୍ଜ, ସୁନିଲ କୁମାର ରାଉତରାୟ, ଯୋଗିନାଥ ବାହୁ ବଳେନ୍ଦ୍ର, ପ୍ରମୋଦ ହରିଚନ୍ଦନ।

ଉପ ସଭାପତି
ଅଶୋକ ପାତ୍ର, ସରଣେଶ୍ୱର ସାହୁ, ନୃସିଙ୍ଗ ନାଥ ମିଶ୍ର, ବିଜୟ କିଶୋର ଶିଶିର ଶେଖର ପଟ୍ଟନାୟକ, କୁମାର ଶିଲାଦିତ୍ୟ ପଟ୍ଟନାୟକ, ଧନେଶ୍ୱର ରାଉତରାୟ, ତ୍ରିଲୋଚନ ପ୍ରଧାନ, ମହମ୍ମଦ ଆକବର, ସୁଧାଂଶୁ ମୋହନ ପଟ୍ଟନାୟକ, ସୁବାଷ ପାତ୍ର, ପ୍ରଦୀପ କୁମାର ସ୍ୱାଇଁ, କାଳନ୍ଦୀ ମାଝୀ, ବେଣୁଧର ଭୋଇ, ପ୍ରଶାନ୍ତ ପରିଡ଼ା, ପ୍ରଦୀପ କୁମାର ସାହୁ, ଅଜିତ ଶ୍ରୀଚନ୍ଦନ

ସାଧାରଣ ସଂପାଦକ
ପୂର୍ଣ୍ଣ ଚନ୍ଦ୍ର ଜେନା, ଆଲୋକ ମହାନ୍ତି, ପ୍ରଦୋଷ ହରିଚନ୍ଦନ, ମୃତ୍ୟୁଞ୍ଜୟ ଛୋଟରାୟ, ବିଶ୍ୱଜିତ ରାଉତରାୟ, ରଘୁନାଥ ମଙ୍ଗରାଜ, ବିଭାଷ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ବଳିଆରସିଂ, ବିଶ୍ୱନାଥ ଭୋଇ, ଲୁସେନ ରାୟ, ଧୃବ ଚରଣ ମହାପାତ୍ର, ହରି ସୁବୁଦ୍ଧି, ତାପସ କୁମାର ସେଠୀ, ସମସର ଅଲ୍ଲି, ଫକୀର ମୋହନ ସାହୁ।

ସଂପାଦକ
ଇନା ହଲିମ ଖାନ, ଶ୍ରୀମତୀ ଜୟନ୍ତୀ ରାୟ, ବିଭୂତି ହରିଚନ୍ଦନ, ଦିଲ୍ଲୀପ ସେଠୀ, ବିଦ୍ୟୁତକାନ୍ତି ଦତ, ସୁଶାନ୍ତ କୁମାର ଜେନା, ଜିତେନ୍ଦ୍ର ବରାଳ, ଶରତ ଚନ୍ଦ୍ର ସାହୁ, ସୁଧାକର ଜେନା, ସଂଗ୍ରାମ ସାମଲ, ଗିତାଞ୍ଜଳି ସେଠୀ, ସିତା ରାଉତ, ଉଗ୍ରସେନ ବିଶ୍ୱାଳ, ସନ୍ତୋଷ କୁମାର ଷଡ଼ାଙ୍ଗୀ
ଏହି କମିଟିରେ ଖୋର୍ଦ୍ଧା ବ୍ଲକ କଂଗ୍ରେସ ସଭାପତି ଭାବରେ ପଦ୍ମଚରଣ ରାୟ, ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଭାବରେ ବିଷ୍ଣୁ ପ୍ରସାଦ ବାହିନୀପତି, ଜଟଣୀ ବ୍ଲକ କଂଗ୍ରେସ ସଭାପତି ଭାବରେ ଧୃବ ଚରଣ ମହାପାତ୍ର ନିଯୁକ୍ତି ପାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗଦେଲେ ଓଡିଶାର ୪ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଦଳରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମ୍‌ଏସ୍‌ଏମ୍‌ଇ ର ପୂର୍ବତନ ସଚିବ ପଞ୍ଚାନନ ଦାସ, ଷ୍ଟିଲ୍ ଓ ମାଇନ୍‌ସର ସ୍ୱତନ୍ତ୍ର ସଚିବ, ବିଶ୍ୱନାଥ ଆଚାର୍ଯ୍ୟ, ଅବସରପ୍ରାପ୍ତ ବି.ଡ଼ି.ଏ. ସଚିବ ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ) ସ୍ୱତନ୍ତ୍ର ସଚିବ ରବୀନ୍ଦ୍ର ନାଥ ମିଶ୍ର, ଅବସର ପ୍ରାପ୍ତ ଓ.ଏ.ଏସ୍‌., ଶ୍ରୀ ଉଦ୍ଧବ କର କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଆନୁଷ୍ଠାନକ ଭାବେ ସାମିଲ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭୂଜବଳ ମାଝି, ଡଃ ଲଲାଟେନ୍ଦୁ ମହାପାତ୍ର, ମାନସ ଚୌଧୂୁରୀ, ସୁଦର୍ଶନ ଦାସ, ତରୁଣ ମିଶ୍ର, ଅଶୋକ ଦାସ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ମୋତିଲାଲ ଦାସ, ନରୋତମ ନାୟକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ବଳିଆର ସିଂ, ପ୍ରମୁଖ ଅଂଶ୍ର ଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚନିଙ୍କ ନାମ ଘୋଷଣାକୁ ନେଇ ରାଜ୍ୟ କଂଗ୍ରେସ କରିବ ସମାବେଶ

ଭୁବନେଶ୍ୱର:​ ନିକଟରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଚରଣଜିତ ସିଂ ଚନିଙ୍କ ନାମ ଘୋଷଣା କରି ଦଳିତବର୍ଗ ପ୍ରତି ଥିବା କଂଗ୍ରେସର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେଥିନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ଘୋଷଣାକୁ ସ୍ୱାଗତ କରାଯାଇ ରାହୁଳ ଗାନ୍ଧୀଙ୍କୁ ଧନ୍ୟବାଦ ଦିଆଯାଇଛି।କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି।

ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ବାର୍ତାକୁ ଜନସାଧାରଣଙ୍କ ନିକଟରେ ପଂହଚାଇବାପାଇଁ ଆସନ୍ତା ୧୫ ତାରିଖ ମଙ୍ଗଳବାର ଦିନ ନବରଙ୍ଗପୁର ଠାରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ​ ଜନଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ଭୁଜବଳ ମାଝୀ, ​ ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଶ୍ରୀ ଜ୍ଞାନଦେବ ବେଉରା, ଓ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ସେକ୍ ଜିଆଉଲ ହକଙ୍କ ତତ୍ୱାବଧାନରେ ଏକ ସମାବେଶ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଙ୍କନିଧି ବେହେରା, ଶ୍ରୀ ଜ୍ଞାନଦେବ ବେଉରା, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ମୁଖପାତ୍ର ଅମିୟ ପାଣ୍ଡବ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କଂଗ୍ରେସର ନୂତନ ସଭ୍ୟସଂଗ୍ରହ ଅଭିଯାନ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ କଲା। ଏହି ସଭ୍ୟସଂଗ୍ରହ ଅଭିଯାନ ସାରା ରାଜ୍ୟର ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ପଂଚାୟତ ସ୍ତର ପର୍ଯ୍ୟନ୍ତ ଚାଲିବ।

ଆଜି ସକାଳ ୧୧ ଘଟିକା ସମୟରେ ଓଡ଼ିଶା ପ୍ରଭାରୀ ତଥା ଅଖିଳଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡ. ଏ ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, କାର୍ଯ୍ୟକାରି ସଭାପତି ଚିରଞ୍ଜିବ ବିଶ୍ୱାଳ, ସାଂସଦ ସପ୍ତଗିରୀ ଉଲ୍ଲାକା, ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଗାନ୍ଧୀ ସୁତା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ସମ୍ଭାଷଣରେ କହିଥିଲେ ଯେ, ସଭ୍ୟସଂଗ୍ରହ ହେଉଛି କଂଗ୍ରେସ ଦଳ ପାଇଁ ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ। ଏହି କାର୍ଯ୍ୟକୁ ଅତି ଆଗ୍ରହର ସହିତ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ନିତି ନିୟମ ଅନୁସାରେ ସଭ୍ୟ ସଂଗ୍ରହ କରାଯିବ।

ଡ. ଏ ଚେଲା କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଆଜି ଓଡ଼ିଶାରେ ଯାହା କିଛି ହେଇଛି ସେ ପାରାଦ୍ୱୀପ ପୋର୍ଟ, ନାଲକୋ, ରାଉରକେଲା ଷ୍ଟିଲପ୍ଲାଂଟ, କୋରାପୁଟର ହାଲ, ଏନଟି୍‌ପିସି ଇତ୍ୟାଦି କଂଗ୍ରେସ ସମୟରେ ହୋଇଥିଲା। ହଜାର ଦିନର ହଜାର ଶିଳ୍ପର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ମଧ୍ୟ ସେ କାର୍ଯ୍ୟକାରୀ କରାଇଥିଲେ।

ବିଧାୟକ ଶ୍ରୀ ବାହିନପୀତି କହିଲେ ଆମେ କାଗଜରେ ବାଘ ନୁହେଁ ଆମେ କାର୍ଯ୍ୟକ୍ଷେତ୍ରରେ ବାଘ। ଆମେ ଲୋକଙ୍କ ସହିତ ରହିଛୁ ଓ ଲୋକଙ୍କ ପାଇଁ ଲଢ଼ିବୁ ଏଇଟା ହିଁ କଂଗ୍ରେସର ଆଦର୍ଶ।

ଶ୍ରୀ ଜୟଦେବ ଜେନା ନିଜର କୋହକୁ ସମ୍ବରଣ କରି କହିଲେ କଂଗ୍ରେସ ହେଉଛି ମୋର ମା ଆଜି ମୋ ପାଇଁ ସୁଖର କଥା ହେଉଛି କଂଗ୍ରେସ ପାଟି ପାଇଁଁ ନୂତନ ସଭ୍ୟ ସଂଗ୍ରହ କାର୍ଯ୍ୟରେ ନିଜକୁ ନିୟୋଜିତ କରିବି ଓ କଂଗ୍ରେସକୁ ଶକ୍ତିଶାଳୀ କରିବି ଏବଂ ରାଜ୍ୟରେ କଂଗ୍ରେସକୁ ଫେରାଇବି ଏହାହିଁ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ରାଜନ ଏକା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ ଧନ୍ୟବାଦ ଦେବା ସହ ଆସନ୍ତା ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାପାଇଁ କହିଥିଲେ ।

ଏହି ସଭ୍ୟ ସଂଗ୍ରହ ଅଭିଯାନ ସଭାରେ ସମସ୍ତ ଜିଲ୍ଲା ସଭାପତି ତଥା ଜିଲ୍ଲା ମହିଳା ସଭାନେତ୍ରୀ ତଥା ଅନ୍ୟନେତୃବର୍ଗ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କ୍ରାନ୍ତି ଦିବସରେ ଅଣ ସଂଗଠିତ ଶ୍ରମିକମାନଙ୍କ ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସର ବିଧାନସଭା ଘେରାଉ

ଭୁବନେଶ୍ୱର, ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ସଂସଦ ଘେରାଉ ହେଉଥିବା ବେଳେ ଅଣ ସଂଗଠିତ ମାନଙ୍କର ମୌଳିକ ଅଧିକାର କୁ ନେଇ ଆଜି କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ରାଜ୍ୟର ସମସ୍ତ ଜିଲ୍ଲା କମିଟି ନେତୃବୃନ୍ଦ ବିଧାନସଭା ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ଏ.ଆଇ.ୟୁ.ଡବ୍ଲୁ.ସି ର ରାଜ୍ୟ ଉପଧ୍ୟକ୍ଷା ଜ୍ୟୋତ୍ସନା ସେନାପତି, ରାଜ୍ୟ ସଂପାଦକ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଉପସ୍ଥିତ ଥିଲେ।

ନିର୍ମାଣ ଶ୍ରମିକ, କୃଷି, ମନରେଗା, ଉଠା ଦୋକାନୀ, ଘରୋଇ ଶ୍ରମିକ ଭାବେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧.୬୨ କୋଟି ଅଣସଂଗଠିତ ଶ୍ରମିକ କାର‌୍ୟ୍ୟ କରୁଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାଁ ଭାଁ ୮୦ଲକ୍ଷ ଅଣ ସଂଗଠିତ ଶ୍ରମିକଙ୍କ ନାମ ପଞ୍ଜିକୃତକରି ଧର୍ମକୁ ଆଖିଠାର ମାରିଥିବା ପ୍ରତିବାଦରେ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ମନରେଗାରେ ଚାଲିଥିବା ମାଫିଆରାଜ ବନ୍ଦ କରିବା, ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କ ନାମ ପଞ୍ଜିକୃତ କରିବା ସହିତ ପଞ୍ଜିକୃତ ଅଣସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଓ ମନରେଗାରେ କାର‌୍ୟ୍ୟକରୁଥିବା ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବା ଓ ସେମାନଙ୍କୁ କୋଭିଡ ସହାୟତା ରାଶି ଯୋଗାଇ ଦେବା, ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଦେବା ସହିତ ସେମାନଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ କ୍ଷତିପୂରଣ ଯୋଗାଇଦେବା ରାଜ୍ୟରେ ସମସ୍ତ ପଞ୍ଜିକୃତ ନିର୍ମାଣ ଓ ଅଣସଂଗଠିତ ଶ୍ରମିକମାନଙ୍କୁ କୋଭିଡ ମହାମାରୀରେ ଆର୍ଥିକ ସହାୟତା ଯୋଗାଇଦେବା ସମେତ ୯ ଦଫା ଦାବିକୁ ନେଇ ବିଧାନସଭା ଘେରାଓ ସହିତ ମାନ୍ୟବର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଏକ ପ୍ରତିବାଦ ସଭା ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ପ୍ରଦେଶ ଅଣସଂଗଠିତ ଶ୍ରମିକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, କୃଷ୍ଣ ଚନ୍ଦ୍ର ସାହୁ, ଭବାନୀ ଶଙ୍କର ଜେନା, ସଂଯୋଜିକା ନିରୁପମା ଦାସ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଜିଲ୍ଲା ଅଧ୍ୟକ୍ଷ ସର୍ବଶ୍ରୀ ବିକାଶ କୁମାର ଦାସ, ନିରଞ୍ଜନ ଲେଙ୍କା, ଦୀପ୍ତିରଞ୍ଜନ ପଣ୍ଡା, ଜେମସ ବାହାଲା, ଗଣେଶ ଚନ୍ଦ୍ର ମଲ୍ଲିକ, ରାଜେଶ କୁମାର ସାହିସ, ଫିଲିପ କୁମାର, ରଞ୍ଜନ ତରାଇ, ମୀରା ମୁରସିଦ, ସୁଦର୍ଶନ ପଲାଇ, ଶିବପ୍ରସାଦ ନାଥ, ବନମାଳୀ ମହାରଣା, ସୁବାଶିଷ ନାୟକ, ସ୍ୱର୍ଣ୍ଣଲତା ବଳ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାର ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ୧୯୯୬, ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ ୨୦୦୮ ଓ ୨୦୧୪କୁ ଗୁରୁତ୍ୱ ନଦେଇ ବଡ଼ ବଡ଼ ଶିଳ୍ପପତି ମାନଙ୍କ ସୁରକ୍ଷା କବଚ ସାଜିବା ସହିତ ଆକାଶଛୁଆଁ ଦରଦାମ ବୃଦ୍ଧି ବିଶେଷକରି ଡିଜେଲ, ପେଟ୍ରୋଲ, ଓ ରନ୍ଧନଗ୍ୟାସ ଉପରେ ଅହେତୁକ ଟିକସ ବୃଦ୍ଧି କରି ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦୃଢ଼ ସମାଲୋଚନା କରିଥିଲେ ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଣସଂଗଠିତ ପ୍ରମୁଖ ବିଭିନ୍ନ ଜିଲ୍ଲାରେ ଦେଖା ଦେଇଥିବା ଶ୍ରମିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହିତ ଶତାଧିକ ଅଣସଂଗଠିତ ଶ୍ରମିକମାନେ ବିଧାନସଭା ଘେରାଉ କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।

Categories
ଆଜିର ଖବର

କୃଷି ବିଲ ବିରୋଧ କରିବା ପାଇଁ ଶୁକ୍ରବାର ଦିନ ରାଜ୍ୟ କଂଗ୍ରେସର କରିଛି ଏକ ବଡ ଯୋଜନା,

ଭୁବନେଶ୍ୱର, କେନ୍ଦ୍ର ମୋଦି ସରକାର ପ୍ରଣୟନ କରିଥିବା ୩ ଗୋଟି କଳା କୃଷି ଆଇନ୍ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ୍‌ର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପାଖାପାଖି ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି । ତା ସତ୍ୱେ ନିଜ ଜିଦ୍‌ରେ ଅଟଳ କେନ୍ଦ୍ର ସରକାର ଭାରତର ଅନ୍ନଦାତାମାନଙ୍କର ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି ।

ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି । ଏଭଳି ମୁହୁର୍ତରେ ସେହି ଅନ୍ନଦାତାମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ନିଷ୍ପତି ନେଇଛନ୍ତି ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କର ଏହା ନୈତିକ କର୍ତବ୍ୟ ବୋଲି କହିଛନ୍ତି । ଏକ ପକ୍ଷରେ ଏହି କଳା ଆଇନ୍‌କୁ ପ୍ରତ୍ୟାହାର ଦାବିରେ ଅନ୍ନଦାତାମାନେ ଲଢ଼େଇ ଜାରି ରଖିଥିବା ବେଳେ ଗତକାଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପ୍ରମୁଖ ଚାଷୀ ସଂଗଠନ ଗୁଡ଼ିକ ପ୍ରତ୍ୟାଖାନ କରିଛନ୍ତି ।

କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ବୃଦ୍ଧିରେ ପହଂଚିଛନ୍ତି । ଯାହାକି ୭୩ ବର୍ଷ ଇତିହାସରେ ପ୍ରଥମ । ଯାହାକି କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ କୃଷକମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ସୁପ୍ରିମକୋର୍ଟ ରାୟରେ ସ୍ଥଗିତ ଥିବା ତିନିଗୋଟି କଳା କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ଉଠାଇବା ନିମନ୍ତେ ଆଗାମୀ ୧୫ ତାରିଖ ଶୁକ୍ରବାର ଦିନ “କିଷାନ ଅଧିକାର ଦିବସ” ଭାବେ ପାଳନ ସହିତ ରାଜ ଭବନ ଘେରାଉ ପାଇଁ ନିଷ୍ପତି କରିଛି।