Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ
ଜାତୀୟ ଖବର

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ଅନୁସୂଚିତ ଜାତି
ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ଉତ୍ତରାଖଣ୍‌ଡ ରାଜ୍ୟ ହଲଦ୍ୱାନିରେ ରାମଲୀଳା ମୈଦାନ ଶୁଦ୍ଧିକରଣ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମରେ ଉତ୍ତରାଖଣ୍ଡରେ ହୋଇଥିବା ଏତଲା ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ୱରର ଧାରଣାସ୍ଥଳରେ ଅହୋରାତ୍ର ଧାରଣା ବିଭାଗର ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଅଛି ।

ଯେ ପର୍ଯ୍ୟନ୍ତ ଶୁଦ୍ଧିକରଣରେ ଲିପ୍ତଥିବା ଦକ୍ଷିଣପନ୍ଥି ବିଜେପି ଆରଏସଏସ କର୍ମକର୍ତ୍ତାମାନେ ଆଇନ ଅନୁଯାୟୀ ଦଣ୍ଡିତ ନହୋଇଛନ୍ତି ଏବଂ ଯେପର୍ଯ୍ୟନ୍ତ ଆମ ନେତା ଜନନାୟକ ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ କରାଯାଇଥିବା ଏତଲାକୁ ଉତ୍ତରାଖଣ୍ଡ ସରକାର ରଦ୍ଦ ନକରିଛନ୍ତି, ସେ ପର୍ଯ୍ୟନ୍ତ ଏ ଧାରଣା ଜାରି ରହିବ ବୋଲି ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ କହିଛନ୍ତି । ପ୍ରଥମ ଦିନରେ ଧାରଣା ସ୍ଥଳରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଜୟଦେବ ଜେନା ଯୋଗଦେଇ ଦେଶରେ ବର୍ତ୍ତମାନ ଅରାଜକତା ଚାଲିଛି, ଗରିବ ଦଳିତ, ଆଦିବାସୀ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପାଟି ଖୋଲୁଥିବା ବ୍ୟକ୍ତି ମାନଙ୍କ ନାମରେ ବିଜେପି ସରକାର ଦ୍ୱାରା ମିଥ୍ୟା ମାମଲା କରାଯାଇ ସେମାନଙ୍କୁ ଚୁପ ରହିବା ପାଇଁ ଚାପ ପକାଯାଉଅଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ ।

ରାଜ୍ୟ କଂଗ୍ରେସର ଅନୁସୂଚିତ ଜାତି ବିଭାଗର ଶତାଧିକ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ଅଧ୍ୟକ୍ଷମାନେ ଆଜି ଧାରଣାରେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଜିର ଧାରଣାରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଆଇୟୁଏନଟିସର ରାଜ୍ୟ ଉପସଭାପତି ସତ୍ୟବ୍ରତ ନାୟକ, ଶ୍ରୀ ମନୋରଞ୍ଜନ ରାଉତରାୟ, ଶ୍ରୀ ଶୈଳେନ୍ଦ୍ର ଦାସ, ଶ୍ରୀ ଯଜାତି ପଟ୍ଟନାୟକ, ଆଦିବାସୀ ବିଭାଗର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ମୋଟରାଜ ଡୁଙ୍ଗଡୁଙ୍ଗ, ଇଂ ଇମ୍ରାନ ଅଲ୍ଲୀ ଖାନ, ଶ୍ରୀ ଶିବ ପ୍ରସାଦ ଦାସ, ଅନୁସୂଚିତ ଜାତି ବିଭାଗର ବାଲେଶ୍ୱର ସଭାପତି ବିଧାନ ଜେନା, ପୁରୀ ସଭାପତି ଶ୍ରୀ ଗୋବିନ୍ଦ ମଲ୍ଲିକ, କଟକ ସଭାପତି ପ୍ରତାପ ମଲ୍ଲିକ, ବରଗଡ଼ ସଭାପତି ଅଭିଷେକ ସେଠ, ଖୋର୍ଦ୍ଧା ସଭାପତି ଜୟନ୍ତ ଭୋଇ, ଭୁବନେଶ୍ୱର ଜମ୍ବେଶ୍ୱର ମଲ୍ଲିକ, ନୟାଗଡ଼ ସଭାପତି ଯିତେନ୍ଦ୍ର ଦେଳଇ, ବିଭାଗର ରାଜ୍ୟ ଉପାଧ୍ୟକ୍ଷ ଲକ୍ଷ୍ମଣ ଭରାସାଗର, ଆଇନଜୀବି ଭୋକାଲୀ ସେଠୀ, ଆଇନଜୀବି ସଂଜୟ ମଲ୍ଲିକ, ବିନୟ ମଲ୍ଲିକ, ତାପସ ସେଠୀ, ରାଜ୍ୟ ସାଧାରଣ ସଂପାଦକ ଅଭିଷେକ ଦଳବେହେରା, ଆଶିଷ ମଲ୍ଲିକ, ସୁରେନ୍ଦ୍ର ଦାସ, ରଞ୍ଜନ ଭୋଇ, ରାଜେନ୍ଦ୍ର ଜେନା, ରାଜ୍ୟ ସଂଯୋଜକ ପ୍ରମୋଦ ମଳିକ, ସୁକାନ୍ତ ତିଆଡ଼ି, ଶ୍ରୀ ଜେନା, ପ୍ରକାଶ ଜେନା, ପ୍ରତାପ ତାଣ୍ଡି, ସଚିଦାନନ୍ଦ ନାୟକ, ରାଜେନ୍ଦ୍ର ମଲ୍ଲିକ, ଜ୍ୟୋତି ରଞ୍ଜନ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।

Comgress କଂଗ୍ରେସ ରାଜ୍ୟ ଅନୁସୂଚିତ ଜାତି ରାଜ୍ୟ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମାଷ୍ଟମୀରେ ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ଦର୍ଶନ କରି ଦୂର କରନ୍ତୁ ସମସ୍ତ ଦୁଃଖ ଓ ଯନ୍ତ୍ରଣା

September 4, 2026

ଆଜି ସେପ୍ଟେମ୍ବର ୪ ତାରିଖରେ ଏହି ପାଞ୍ଚଟି ରାଶିରେ ହେବ ଧନ ବର୍ଷା

September 4, 2026

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026

ଜନ୍ମାଷ୍ଟମୀରେ ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ଦର୍ଶନ କରି ଦୂର କରନ୍ତୁ ସମସ୍ତ ଦୁଃଖ ଓ ଯନ୍ତ୍ରଣା

September 4, 2026

ଆଜି ସେପ୍ଟେମ୍ବର ୪ ତାରିଖରେ ଏହି ପାଞ୍ଚଟି ରାଶିରେ ହେବ ଧନ ବର୍ଷା

September 4, 2026

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.