Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କ୍ରାନ୍ତି ଦିବସରେ ଅଣ ସଂଗଠିତ ଶ୍ରମିକମାନଙ୍କ ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସର ବିଧାନସଭା ଘେରାଉ
ବିଶେଷ ଖବର

କ୍ରାନ୍ତି ଦିବସରେ ଅଣ ସଂଗଠିତ ଶ୍ରମିକମାନଙ୍କ ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସର ବିଧାନସଭା ଘେରାଉ

August 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ସଂସଦ ଘେରାଉ ହେଉଥିବା ବେଳେ ଅଣ ସଂଗଠିତ ମାନଙ୍କର ମୌଳିକ ଅଧିକାର କୁ ନେଇ ଆଜି କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ରାଜ୍ୟର ସମସ୍ତ ଜିଲ୍ଲା କମିଟି ନେତୃବୃନ୍ଦ ବିଧାନସଭା ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ଏ.ଆଇ.ୟୁ.ଡବ୍ଲୁ.ସି ର ରାଜ୍ୟ ଉପଧ୍ୟକ୍ଷା ଜ୍ୟୋତ୍ସନା ସେନାପତି, ରାଜ୍ୟ ସଂପାଦକ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଉପସ୍ଥିତ ଥିଲେ।

ନିର୍ମାଣ ଶ୍ରମିକ, କୃଷି, ମନରେଗା, ଉଠା ଦୋକାନୀ, ଘରୋଇ ଶ୍ରମିକ ଭାବେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧.୬୨ କୋଟି ଅଣସଂଗଠିତ ଶ୍ରମିକ କାର‌୍ୟ୍ୟ କରୁଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାଁ ଭାଁ ୮୦ଲକ୍ଷ ଅଣ ସଂଗଠିତ ଶ୍ରମିକଙ୍କ ନାମ ପଞ୍ଜିକୃତକରି ଧର୍ମକୁ ଆଖିଠାର ମାରିଥିବା ପ୍ରତିବାଦରେ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ମନରେଗାରେ ଚାଲିଥିବା ମାଫିଆରାଜ ବନ୍ଦ କରିବା, ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କ ନାମ ପଞ୍ଜିକୃତ କରିବା ସହିତ ପଞ୍ଜିକୃତ ଅଣସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଓ ମନରେଗାରେ କାର‌୍ୟ୍ୟକରୁଥିବା ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବା ଓ ସେମାନଙ୍କୁ କୋଭିଡ ସହାୟତା ରାଶି ଯୋଗାଇ ଦେବା, ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଦେବା ସହିତ ସେମାନଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ କ୍ଷତିପୂରଣ ଯୋଗାଇଦେବା ରାଜ୍ୟରେ ସମସ୍ତ ପଞ୍ଜିକୃତ ନିର୍ମାଣ ଓ ଅଣସଂଗଠିତ ଶ୍ରମିକମାନଙ୍କୁ କୋଭିଡ ମହାମାରୀରେ ଆର୍ଥିକ ସହାୟତା ଯୋଗାଇଦେବା ସମେତ ୯ ଦଫା ଦାବିକୁ ନେଇ ବିଧାନସଭା ଘେରାଓ ସହିତ ମାନ୍ୟବର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଏକ ପ୍ରତିବାଦ ସଭା ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ପ୍ରଦେଶ ଅଣସଂଗଠିତ ଶ୍ରମିକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, କୃଷ୍ଣ ଚନ୍ଦ୍ର ସାହୁ, ଭବାନୀ ଶଙ୍କର ଜେନା, ସଂଯୋଜିକା ନିରୁପମା ଦାସ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଜିଲ୍ଲା ଅଧ୍ୟକ୍ଷ ସର୍ବଶ୍ରୀ ବିକାଶ କୁମାର ଦାସ, ନିରଞ୍ଜନ ଲେଙ୍କା, ଦୀପ୍ତିରଞ୍ଜନ ପଣ୍ଡା, ଜେମସ ବାହାଲା, ଗଣେଶ ଚନ୍ଦ୍ର ମଲ୍ଲିକ, ରାଜେଶ କୁମାର ସାହିସ, ଫିଲିପ କୁମାର, ରଞ୍ଜନ ତରାଇ, ମୀରା ମୁରସିଦ, ସୁଦର୍ଶନ ପଲାଇ, ଶିବପ୍ରସାଦ ନାଥ, ବନମାଳୀ ମହାରଣା, ସୁବାଶିଷ ନାୟକ, ସ୍ୱର୍ଣ୍ଣଲତା ବଳ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାର ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ୧୯୯୬, ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ ୨୦୦୮ ଓ ୨୦୧୪କୁ ଗୁରୁତ୍ୱ ନଦେଇ ବଡ଼ ବଡ଼ ଶିଳ୍ପପତି ମାନଙ୍କ ସୁରକ୍ଷା କବଚ ସାଜିବା ସହିତ ଆକାଶଛୁଆଁ ଦରଦାମ ବୃଦ୍ଧି ବିଶେଷକରି ଡିଜେଲ, ପେଟ୍ରୋଲ, ଓ ରନ୍ଧନଗ୍ୟାସ ଉପରେ ଅହେତୁକ ଟିକସ ବୃଦ୍ଧି କରି ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦୃଢ଼ ସମାଲୋଚନା କରିଥିଲେ ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଣସଂଗଠିତ ପ୍ରମୁଖ ବିଭିନ୍ନ ଜିଲ୍ଲାରେ ଦେଖା ଦେଇଥିବା ଶ୍ରମିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହିତ ଶତାଧିକ ଅଣସଂଗଠିତ ଶ୍ରମିକମାନେ ବିଧାନସଭା ଘେରାଉ କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।

ଅଣ ସଂଗଠିତ ଶ୍ରମିକ ରାଜ୍ୟ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ମୁହାଁମୁହିଁ ହେବେ ନୀରଜ ଚୋପ୍ରା ଏବଂ ଅରଶଦ ନଦୀମ: ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

‘ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢା

July 31, 2026

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026
Latest News

ଫାଇନାଲରେ ମୁହାଁମୁହିଁ ହେବେ ନୀରଜ ଚୋପ୍ରା ଏବଂ ଅରଶଦ ନଦୀମ: ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

୧୧୨ ବର୍ଷ ପରେ ପ୍ରଥମ ଥର: ଭାରତ-ବ୍ରାଜିଲ ମଧ୍ୟରେ ହେବ ଐତିହାସିକ ମ୍ୟାଚ୍, ଜାଣନ୍ତୁ ତାରିଖ

July 31, 2026

‘ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢା

July 31, 2026

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.