Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି
ବିଶେଷ ଖବର

କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି

August 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି ?
କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି ?

ସମୀକ୍ଷା ବ୍ୟୁରୋ

ନୂଆ ସରକାର ଗଠିତ ହେବାପରେ ସଂସଦର ବର୍ଷାକାଳୀନ ଅଧିବେଶନ ସବୁଠୁ ସଫଳ ଓ ସବୁଠୁ କାର୍ୟକ୍ଷମ ବୋଲି କୁହାଯାଉଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସାଂସଦମାନେ ଚଳିତ ଅଧିବେଶନରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବିଜେଡି ଓ ବିଜେପିର ସାଂସଦମାନଙ୍କୁ ପ୍ରାୟ ସବୁ ବିତର୍କରେ, ଶୂନ୍ୟକାଳରେ ଓ ପ୍ରଶ୍ନୋତ୍ତର ରେ ଉତ୍ସାହର ସହିତ ଭାଗ ନେଉଥିବାର ଦେଖିବାକୁ ମିଳୁଛି। ଏପରିକି କୋରାପୁଟରୁ ନିର୍ବାଚିତ ଏକମାତ୍ର କଂଗ୍ରେସ ଲୋକସଭା ସଦସ୍ୟ ସପ୍ତଗିରି ଉଲାକାଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଥିଲା। ତେବେ ସଂସଦର ଏହି ବିଶେଷ ଅଧିବେଶନରେ କେବଳ ଜଣେ ସଦସ୍ୟଙ୍କ ମୁହଁ ଦିଶୁନଥିଲା, ସେ ହେଲେ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ। ଯଦିଓ ରାଜ୍ୟସଭା ସଚିବାଳୟ ତରଫରୁ ସେ କିଛି ପ୍ରଶ୍ନ ପଚାରିଥିବାର ତଥ୍ୟ ମିଳୁଛି, ହେଲେ ସେଗୁଡିକ ସେମିତି ବିଶେଷ ଗୁରୁତ୍ଵ ବହନ କରେନାହିଁ। ସେ କୌଣସି ବିତର୍କରେ ଭାଗନେବା, ଆଲୋଚନା କରିବା କିମ୍ବା କୌଣସି ପ୍ରସଙ୍ଗ ପ୍ରଭାବଶାଳୀ ଢଙ୍ଗରେ ଉଠାଇବାର କୌଣସି ଉଦାହରଣ ଗତ ପାଞ୍ଚ ବର୍ଷରେ ମିଳିନାହିଁ।

ଏକ ସଙ୍କଟଜନକ ସ୍ଥିତିରେ ଥିବା ସମୟରେ କଂଗ୍ରେସ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତେବେ ନିର୍ବାଚିତ ହେବା ପରଠୁ ରାଜ୍ୟ କଂଗ୍ରେସର ସ୍ଵାର୍ଥ ହେଉ ବା ରାଜ୍ୟର ସ୍ଵାର୍ଥ, କୌଣସି ପ୍ରସଙ୍ଗରେ ରଞ୍ଜିବ ବିଶ୍ଵାଳଙ୍କ ଭାଗୀଦାରୀ ପ୍ରାୟ ଶୂନ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ସେ ରହିଥିଲେ ମଧ୍ୟ, କଂଗ୍ରେସର ନିର୍ବାଚନ ପ୍ରଚାରରେ ତାଙ୍କର ଅବଦାନ କିଛି ନଥିଲା। ଜାତୀୟ ସ୍ତରରେ ଜଣେ କ୍ରିକେଟ ପ୍ରଶାସକ ଭାବରେ ତାଙ୍କର ଯେଉଁ ପ୍ରଭାବ ରହିଛି, ସେଥିରୁ ପାଞ୍ଚ ପଇସାର ଲାଭ ତାଙ୍କ ଦଳ ବା ଓଡିଶା ବାସୀ ପାଇନାହାନ୍ତି। ଏତେ ବଡ ସୁଯୋଗ ତାଙ୍କୁ ଓଡିଶାବାସୀ ଓ କଙ୍ଗ୍ରେସଦଳ ଦେଇଥିଲା କାହିଁକି, ତାହା ଆଜି ବଡ ପ୍ରଶ୍ନ।

ରଞ୍ଜିବ ବିଶ୍ବାଳଙ୍କର ରାଜନୀତି ବଡ ବିଚିତ୍ର। ସେ ଆଗରୁ ଲୋକସଭାରେ ଥିଲେ, ଏବେ ରାଜ୍ୟସଭାରେ ଅଛନ୍ତି। ଅଥଚ ଓଡିଶାର ସାମାଜିକ ଜୀବନ ସହିତ ତାଙ୍କର ସମ୍ପର୍କ ପ୍ରାୟ ନଥାଏ। ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେ କେବେ କେମିତି ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଯୋଗଦାନ ନାହିଁ। ଟୁଇଟର ବା ଫେସବୁକ ରେ ତାଙ୍କୁ କେହି ଦେଖିଥିବାର କହିପାରିବେ ନାହିଁ। କେବଳ ଫେସବୁକ ରେ ରହିଥିବା ତାଙ୍କର ଅଫିସିଆଲ ପେଜ ରେ ସେ କିଛି ପୋଷ୍ଟିଂ କରିଥାନ୍ତି, ଯାହାକୁ ଅତି ବେଶୀରେ ସାଧାରଣ ସୂଚନା ବୋଲି କୁହାଯାଇପାରିବା। ତାଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଭାବରେ ନିଯୁକ୍ତି ମିଳିଥିଲେ ମଧ୍ୟ ସେ କେବେ କେଉଁ ଟେଲିଭିଜନ ବିତର୍କରେ ଭାଗ ନେଇଥିବା, କେହି ଦେଖିନଥିବେ। ତା ସତ୍ତ୍ୱେ ରାଜନୀତିରେ ସେ ଏତେ ବର୍ଷ ଧରି ସଫଳତା ପାଉଛନ୍ତି କେମିତି?

ଏବେ ରଞ୍ଜିବଙ୍କୁ ନେଇ ଯେଉଁ ନୂଆ ଚର୍ଚ୍ଚା ଚାଲିଛି, ସେଥିରୁ ସେ ଏବେ ଆଉ କଂଗ୍ରେସ ପ୍ରତି ଆସକ୍ତ ନାହାନ୍ତି ବୋଲି ସୂଚନା ମିଳୁଛି। କଂଗ୍ରେସର ଭଲଦିନରେ ଯେଉଁମାନେ ସବୁଠୁ ବେଶୀ ସୁବିଧା ସୁଯୋଗ ଭୋଗ କରୁଥିଲେ, ଏବେ ସେମାନେ କଂଗ୍ରେସକୁ ବୁଡେଇ ଅନ୍ୟଦଳକୁ ଡେଇଁବା ପ୍ରୟାସ ଆରମ୍ଭ କରିଛନ୍ତି। ରଞ୍ଜିବ ରାଜ୍ୟସଭାରେ ଆଉ କଂଗ୍ରେସ ଶିବିରରେ ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି। ସେ ଯଥାଶୀଘ୍ର ବିଜେପିରେ କିମ୍ବା ବିଜେଡିରେ ଯୋଗଦେବେ ବୋଲି ଶୁଣାଯାଉଛି। କ୍ରିକେଟ ରାଜନୀତି ଦୃଷ୍ଟିରୁ ତାଙ୍କୁ ବିଜେଡି ଅପେକ୍ଷା ବିଜେପି ତାଙ୍କ ଲାଗି ବେଶୀ ସହାୟକ ହେବ। ଆଗାମୀ ପାଞ୍ଚ ବର୍ଷ ଯାଏ ବିଜେପିର ପ୍ରଭାବ ଭାରତୀୟ କ୍ରିକେଟ ବୋର୍ଡ ରେ ରହିବା ସୁନିଶ୍ଚିତ। ତେଣୁ ବିଜେପି ଏବେ ତାଙ୍କ ଲାଗି ସ୍ଵାଭାବିକ ପସନ୍ଦ ହୋଇପାରେ। ହେଲେ ଜଗତସିଂପୁର ତଥା ସାମଗ୍ରିକ ଭାବରେ ଓଡିଶା ରାଜନୀତିରେ ଆଜି ମଧ୍ୟ ବିଜେପିର ଦୁର୍ବଳ ସ୍ଥିତି ରହିଛି। ସେଥିପାଇଁ ବିଜେଡି ଯିବା ବାଟକୁ ମଧ୍ୟ ସେ ପରୀକ୍ଷା ନିରୀକ୍ଷା କରୁଥିବାର କୁହାଯାଉଛି।

ତେବେ ରଞ୍ଜିବ ବିଶ୍ଵାଳ ଯେଉଁ ଦଳକୁ ଗଲେ ମଧ୍ୟ ସେ କ୍ରିକେଟ ଗ୍ରାଉଣ୍ଡରୁ ଆଉ ଆଗକୁ ଯିବାର ସମ୍ଭାବନା ନାହିଁ। ଯେ କୌଣସି ଦଳରେ ରହିଲେ ମଧ୍ୟ ସେ ଦଳ ପାଇଁ କିଛି ବି ମୂଲ୍ୟ ଯୋଡିବା ଭଳି ଦକ୍ଷତା ବା ନେତୃତ୍ଵ ରଞ୍ଜିବ ବିଶ୍ବାଳଙ୍କର ନାହିଁ।

cong jagatsinghpur
Share. Facebook Twitter LinkedIn Email WhatsApp Copy Link

Related Posts

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025

ଲିଙ୍କଡିନ୍‌ରେ ଦାବିହୀନ ସମ୍ପତ୍ତି ବିଷୟରେ ଆକର୍ଷଣୀୟ ତଥ୍ୟ ସେୟାର କଲେ ପ୍ରଧାନମନ୍ତ୍ରୀ 

December 10, 2025

ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ ସଫଳତା, ଓଡିଶାକୁ ଆଣିଲେ ୪୨,୮୯୯ କୋଟି ଟଙ୍କାର ସଡକ ପ୍ରକଳ୍ପ

December 10, 2025

ଓଡିଶା ବିଧାୟକମାନଙ୍କ ବଢିଲା ଦରମା, ଏକାଥରେ ତିନିଗୁଣା ବୃଦ୍ଧି, ଜାଣନ୍ତୁ କେତେ ହେଲା..

December 10, 2025
Latest News

ରୋକୋଙ୍କ ଦମଦାର ପ୍ରଦର୍ଶନ: ODIରେ ବିଶ୍ୱର ନମ୍ବର-୨ ହେଲେ ବିରାଟ, ଶୀର୍ଷରେ ରୋହିତ

December 10, 2025

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ବାଲୁଗାଁ କଲେଜର ଛାତ୍ରଙ୍କୁ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ

December 10, 2025

ମୁମ୍ବାଇରେ ଶୁଭାରମ୍ଭ ହେଲା “ରଜନୀ ୨.୦”, ୪୦ ବର୍ଷ ପରେ ଡିଡି ନ୍ୟାସନାଲରେ କରିବ ପ୍ରତ୍ୟାବର୍ତ୍ତନ

December 10, 2025

ଜାତୀୟ ସଙ୍ଗୀତ ଗାଇବାକୁ ମନା କରିଥିବା ବ୍ୟକ୍ତି କିଏ?: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଅମିତ ଶାହ

December 10, 2025

ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.