Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ଆଦିବାସୀ ଗ୍ରାମ୍ୟ ପୂଜକଙ୍କୁ ମିଳିବ ଭତ୍ତା, ପୂଜାସ୍ଥଳୀର ହେବ ବିକାଶ, ପରିଷଦ ବୈଠକରେ ପ୍ରସ୍ତାବ
ବିଶେଷ ଖବର

ଏଣିକି ଆଦିବାସୀ ଗ୍ରାମ୍ୟ ପୂଜକଙ୍କୁ ମିଳିବ ଭତ୍ତା, ପୂଜାସ୍ଥଳୀର ହେବ ବିକାଶ, ପରିଷଦ ବୈଠକରେ ପ୍ରସ୍ତାବ

December 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ଆଦିବାସୀ ଗ୍ରାମ୍ୟ ପୂଜକ
ଏଣିକି ଆଦିବାସୀ ଗ୍ରାମ୍ୟ ପୂଜକଙ୍କୁ ମିଳିବ ଭତ୍ତା, ପୂଜାସ୍ଥଳୀର ହେବ ବିକାଶ, ପରିଷଦ ବୈଠକରେ ପ୍ରସ୍ତାବ

ଭୁବନେଶ୍ବର: ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ମଙ୍ଗଳବାରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜନଜାତି ଉପଦେଷ୍ଟା ମଣ୍ଡଳୀର ୧୮ ଜଣ ସଦସ୍ୟ ଉପସ୍ଥିତ ଥିଲେ।

ବୈଠକରେ ପ୍ରାରମ୍ଭିକ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଆମପାଇଁ ଜନଜାତି ସମ୍ପ୍ରଦାୟ କେବଳ ଯୋଜନାର ହିତାଧିକାରୀ ନୁହଁନ୍ତି, ସେମାନେ ଆମ ପ୍ରଗତିରେ ସହଭାଗୀ ମଧ୍ୟ।

ଆଦିବାସୀ ମାନଙ୍କ ଜୀବନଜୀବିକା, ଅର୍ଥନୈତିକ ବିକାଶ ସହିତ ସେମାନଙ୍କ ଧାର୍ମିକ ଭାବନା ପ୍ରତି ମଧ୍ୟ ଆମକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ମତ ଦେଇଥିଲେ। ଆଦିବାସୀ ଗ୍ରାମର ପୂଜକ ମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବା ଓ ସେମାନଙ୍କ ପୂଜାସ୍ଥଳୀ ଗୁଡିକର ବିକାଶ ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରିଷଦକୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ଏ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯିବ।

ଆଜିର ବୈଠକରେ, ଆଦିବାସୀ ଅଞ୍ଚଳ ଗୁଡିକରେ ଇକୋ ଟୁରିଜିମ ତ୍ୱରାନ୍ୱିତ କରାଯିବା ଓ ଟ୍ରାଇବାଲ ହୋମ ଷ୍ଟେ ବୃଦ୍ଧି କରାଯିବା ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ST ତାଲିକାରେ Record of Rights ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖା ଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିସହିତ ST ସମ୍ପ୍ରଦାୟରେ ଅଧିକ ବର୍ଗଙ୍କୁ ଅନ୍ତର୍ଭୁକ୍ତି କରିବାପାଇଁ SCSTRTI କୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦକୁ ସୁପାରିଶ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟପାଳଙ୍କ ଅଫିସରୁ ଆସିଥିବା ପ୍ରସ୍ତାବ ଗୁଡିକୁ ମଧ୍ୟ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଆଲୋଚନା କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସେହିଭଳି, inter-departmental committee ମାଧ୍ୟମରେ ପେସା ଅଧିନିୟମର ଓଡ଼ିଶାଭିତ୍ତିକ ନିୟମାବଳୀକୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକକୁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଆହୁରି ମଧ୍ୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗୁଡିକରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ପାଇଁ ସୁପାରିଶ କରାଯାଇଛି।

ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ସହିତ କମିଟିର ସଦସ୍ୟ ଓ ବିଧାୟକ ବୃନ୍ଦ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ପବିତ୍ର ମୋହନ ସାମଲ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ,ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଶ୍ରୀ ଗୀରିଶ ଏସ୍ ଏନ ପ୍ରମୁଖ ଉପସ୍ଥିତ ଥିଲେ।

Mohan Majhi ଆଦିବାସୀ ଗ୍ରାମ୍ୟ ପୂଜକ ଗ୍ରାମ୍ୟ ଦେବୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026

ସୋର ଷ୍ଟେସନରେ ମାଲବାହୀ ଟ୍ରେନର ୮ ବଗିରେ ଭୟାବହ ଅଗ୍ନିକାଣ୍ଡ

September 21, 2026
Latest News

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.