ଭୁବନେଶ୍ୱର: ମା ଭଗବତୀ ବିକାଶ ପରିଷଦ ତାହାର ଷୋଡ଼ଶତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ପାଳନ କରିଛି। ଉକ୍ତ ଉତ୍ସବକୁ ପୌରହିତ୍ୟ କରିଥିଲେ ପରିଷଦ ସଭାପତି ପ୍ରାକ୍ତନ ମନ୍ତ୍ରୀ ଡାଃ ଦେବେନ୍ଦ୍ର ନାଥ ମାନସିଂହ। ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦାନ କରି ଚିଲିକା ନିର୍ବାଚନ ମଣ୍ଡଳୀର ବିକାଶ ସମ୍ବନ୍ଧରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ପରିଷଦ ତରଫରୁ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ବିକାଶ ପାଇଁ 70 ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସମ୍ବଳିତ ଏକ ପୁସ୍ତିକା ତାଙ୍କୁ ଅର୍ପଣ କରାଯାଇଛି।

ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ନ୍ୟାୟ ମୂର୍ତ୍ତି ମାନ୍ୟବର ଆଦିତ୍ୟ କୁମାର ମହାପାତ୍ର, ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସେମାନଙ୍କ ଅଭିଭାଷଣରେ ପରିଷଦ ର କାର୍ଯ୍ୟକ୍ରମ ର ଭୁରି ଭୁରି ପ୍ରଶଂସା କରିବା ସହ ଭୁବନେଶ୍ୱର ମହାନଗର ନିଗମ ରେ ରହି ମା ମାଟି ମମତା ପ୍ରତି ଏତେ ସମବେଦନା,ଆନ୍ତରୀକତା, ଇଛାଶକ୍ତି କୁ ଭୁରି ଭୁରି ପ୍ରଶଂସା କରିଥିଲେ।ଏକ ସ୍ମରଣିକା ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ।
କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ। ତାଙ୍କୁ ସହଯୋଗ କରିଥିଲେ ଅଧ୍ୟାପିକା ତ୍ରିବେଣୀ ଭୋଳ। ସଂପାଦକ ସୁବଳ ଚରଣ ଭୋଳ ବାର୍ଷିକ ବିବରଣୀ ପାଠ ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁଗ୍ମ ସଂପାଦକ ବିବୁଧେନ୍ଦୁ ଭୋଳ ପ୍ରସ୍ତାବନା ପୁସ୍ତିକା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ସଭାପତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ ଚନ୍ଦ୍ର ନାୟକ।
ଚିଲିକା ନିର୍ବାଚନ ମଣ୍ଡଳୀ ର ଚାରି ଜଣ ପ୍ରତିଭାଧର ଡଃ ଲଡୁକିଶୋର ଭୋପା , ଡ଼ାଃ ଗୋଦାବରୀଶ ଜେନା, ଗାର୍ଗୀ (ପଣ୍ଡା) ମହାପାତ୍ର, ପ୍ରମୁଖ ଙ୍କୁ ମା ଭଗବତୀ ପ୍ରତିଭା ସମ୍ମାନ; ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀଧର ଭୋଳ ସ୍ମାରକୀ ଚିଲିକା ନିର୍ବାଚନ ମଣ୍ଡଳୀର ଦଶମ ଶ୍ରେଣୀ ରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବାଣପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଚନ୍ଦନ ସ୍ୱାଇଁ ଙ୍କୁ ପ୍ରଦାନ କରାଯାଇଥିଲା।


