Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ ରେଳବାଇ ୨୦୨୫: ଆଗକୁ ଗଡିଛି କେତେ, ପଛକୁ ଝୁଣ୍ଟିଛି କେତେ !!
ବିଶେଷ ଖବର

ଭାରତୀୟ ରେଳବାଇ ୨୦୨୫: ଆଗକୁ ଗଡିଛି କେତେ, ପଛକୁ ଝୁଣ୍ଟିଛି କେତେ !!

December 29, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳବାଇ
ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନକୁ ନେଇ ଯାତ୍ରୀଙ୍କ ପ୍ରବଳ ଉତ୍ସାହ: ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍‌ ବୁକିଂ ଶେଷ

ନୂଆଦିଲ୍ଲୀ: ଲକ୍ଷ୍ୟବଦ୍ଧ ପ୍ରୟାସ, ନବସୃଜନ ଏବଂ ସ୍ୱଦେଶୀକରଣ ବଳରେ ଭାରତୀୟ ରେଳବାଇ ବିଶ୍ୱସ୍ତରୀୟ ରେଳ ନେଟୱର୍କରେ ପରିଣତ ହୋଇଛି।  ୨୦୨୫ ବର୍ଷରେ ଭାରତୀୟ ରେଳବାଇ ଅନେକ ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଏହା ରେଳ ଯାତ୍ରା ଅନୁଭୂତିକୁ ଅଧିକ ସୁବିଧାଯୁକ୍ତ ଏବଂ ଆରାମଦାୟକ କରିଛି।  ନୂଆବର୍ଷ ୨୦୨୬ରେ ରେଳବାଇ ଅନେକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ଆଗକୁ ବଢ଼ୁଛି।

୨୦୨୫ ବର୍ଷରେ ରେଳବାଇ ୧୫ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିଥିଲା। ଏଥିସହିତ ଦେଶବ୍ୟାପୀ ମୋଟ୍ ବନ୍ଦେ ଭାରତ ଟ୍ରେନ ସଂଖ୍ୟା ୧୬୪ରେ ପହଞ୍ଚିଛି ଯାହା ଯାତ୍ରୀଙ୍କୁ ସୁରକ୍ଷିତ, ସୁଲଭ ଏବଂ ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରୁଛି । ସେହିପରି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ୧୩ଟି ଅମୃତ ଭାରତ ଟ୍ରେନ ଚଳାଚଳ କରିଛି, ଫଳରେ ଏବେ ଅମୃତ ଭାରତ ଟ୍ରେନ ସଂଖ୍ୟା ୩୦ରେ ପହଞ୍ଚିଛି ।

ଭୁଜ – ଅହମ୍ମଦାବାଦ ଏବଂ ଜୟନଗର – ପାଟନା ମଧ୍ୟରେ ୨ଟି ନମୋ ଭାରତ ରାପିଡ୍ ରେଳ ସେବା କାର‌୍ୟ୍ୟକ୍ଷମ ହୋଇଛି। ନିୟମିତ ସେବା ବ୍ୟତୀତ, ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୨୦୨୫ରେ ରେଳବାଇ ୪୩,୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲା। ମହାକୁମ୍ଭ ପାଇଁ ୧୭,୩୪୦ରୁ ଅଧିକ ଟ୍ରେନ ଯାତ୍ରା କରିଥିଲା। ଏହାବ୍ୟତୀତ ୧୧୧୪ ହୋଲି ସ୍ପେଶାଲ, ୧୨,୪୧୭ ଗ୍ରୀଷ୍ମ ସ୍ୱତନ୍ତ୍ର, ୧୨,୩୮୩ ଛଟ୍ ପୂଜା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲା।

୧ ଏପ୍ରିଲରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ୯୦୦ କିଲୋମିଟର ନୂଆ ରେଳଲାଇନ୍ କାର‌୍ୟ୍ୟକ୍ଷମ ହୋଇଥିଲା। ସେହିପରି ୬୮୮୦ ଟ୍ରାକ୍ କିମି ରେଳର ନବୀକରଣ କରାଯାଇଥିଲା। ୭୦୫୧ ଟ୍ରାକ୍ କିମି ଟ୍ରେନ ଲାଇନ ନବୀକରଣ କରାଯାଇଥିଲା। ୨୦୧୪–୨୫ ଅବଧି ମଧ୍ୟରେ, ଭାରତୀୟ ରେଳବାଇରେ ପ୍ରତିଦିନ ହାରାହାରି ୮.୫୭ କିଲୋମିଟର ବେଗରେ ମୋଟ ୩୪,୪୨୮ କିଲୋମିଟର ନୂତନ ଟ୍ରାକ୍ ବିଛାଯାଇଥିଲା, ଯାହା ୨୦୦୯–୧୪  ଅବଧିରେ ପ୍ରତିଦିନ ହାରାହାରି କମିଶନିଂ (୪.୨ କିଲୋମିଟର/ଦିନ) ତୁଳନାରେ ଦୁଇଗୁଣରୁ ଅଧିକ। ଏହାବ୍ୟତୀତ ୫୯୯ ଟ୍ରାକ୍ କିମିରେ ସେକ୍ସନ ଗତିକୁ ଘଣ୍ଟାପ୍ରତି ୧୩୦ କିମି ଏବଂ ୪୦୬୯ ଟ୍ରାକ୍ କିମିରେ ଘଣ୍ଟାପ୍ରତି ବେଗକୁ ୧୧୦ କିମିକୁ ବୃଦ୍ଧି କରାଯାଇଥିଲା।

ଏବେ ସୁଦ୍ଧା ଦେଶର ୯୯.୨% ବ୍ରଡ ଗଜ୍ ରେଳ ନେଟୱର୍କର ବିଦ୍ୟୁତିକରଣ କରାଯାଇଛି। ଏହା ବ୍ରିଟେନ, ରୁଷ ଓ ଚୀନ ଭଳି ଦେଶଠାରୁ ଅଧିକ। ମୋଟ୍ ୧୪ଟି ରେଳ ଜୋନ୍ ଏବଂ ୨୫ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଶତପ୍ରତିଶତ ବିଦ୍ୟୁତିକରଣ କରାଯାଇଛି। ୨୦୨୫ରେ ଭାରତୀୟ ରେଳବାଇ ୧,୧୬୧ ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜ୍ ନିର୍ମାଣ କରିଥିଲା। ଗତ ୧୧ ବର୍ଷ ମଧ୍ୟରେ ମୋଟ୍ ୧୩,୦୦୦ ବ୍ରିଜ୍ ନିର୍ମାଣ କରାଯାଇଛି। ୨୦୨୫-୨ରେ ୪,୨୨୪ଟି ଏଲଏଚବି କୋଚ୍ ଉତ୍ପାଦନ ହୋଇଥିଲା। ଗତ ଦଶନ୍ଧିରେ ଏଲଏଚବି କୋଚ୍ ଉତ୍ପାଦନ ପରିମାଣ ପୂର୍ବ ଦଶନ୍ଧି ତୁଳନାରେ ୧୮ ଗୁଣ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ମୋଟ୍ ୪୨,୬୦୦ ଏଲଏଚବି କୋଚ୍ ନିର୍ମାଣ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୫ ବର୍ଷରେ ଭାରତ ପମ୍ବନରେ ଏହାର ପ୍ରଥମ ଭୂଲମ୍ବ-ଲିଫ୍ଟ ରେଳ ସେତୁ ଖୋଲିଥିଲା ଏବଂ ସବୁଦିନିଆ ରେଳ ସଂଯୋଗ (ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁ ସମେତ) ସହିତ କାଶ୍ମୀରରେ ଯୋଗାଯୋଗ ସୁଦୃଢ଼ ​​କରିଥିଲା। ଏହା ସହିତ ଭାରତ ନୂତନ ବୈରାବି-ସାଇରାଙ୍ଗ ଲାଇନ ସହିତ ଉତ୍ତର-ପୂର୍ବକୁ ରେଳ ସଂଯୋଗ ବିସ୍ତାର କରିଥିଲା। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପର ୫୫.୬୩% ନିର୍ମାଣ କାର‌୍ୟ୍ୟ ଅଗ୍ରଗତି କରିସାରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ୪୨ଟି ରେଳପ୍ରକଳ୍ପ ଲୋକାର୍ପଣ କରିଥିଲେ।

ଭାରତୀୟ ରେଳବାଇ ସୁରକ୍ଷା କାର୍ଯ୍ୟ ଦକ୍ଷତାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପରିଣାମସ୍ୱରୂପ ୨୦୦୪-୧୪ ମଧ୍ୟରେ ୧୭୧୧ (ବାର୍ଷିକ ହାରାହାରି ୧୭୧) ଟ୍ରେନ୍ ଦୁର୍ଘଟଣା ଘଟିଥିଲା ବେଳେ ୨୦୨୪-୨୫ ରେ ଏହା ୩୧କୁ ହ୍ରାସ ପାଇଛି ଏବଂ ୨୦୨୫-୨୬ ରେ (ନଭେମ୍ବର, ୨୦୨୫ ପର‌୍ୟ୍ୟନ୍ତ) ୧୧କୁ ହ୍ରାସ ପାଇଛି। ସୁରକ୍ଷା ବଜେଟ୍ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି, ଯାହା ୨୦୧୩-୧୪ ଆର୍ଥିକ ବର୍ଷରେ ୩୯,୪୬୩ କୋଟି ଟଙ୍କାରୁ ବୃଦ୍ଧି ପାଇ ଚଳିତ ଆର୍ଥିକ ବର୍ଷରେ ୧,୧୬,୪୭୦ କୋଟି ଟଙ୍କାରେ ପହଞ୍ଚିଛି। କୁହୁଡ଼ି ସୁରକ୍ଷା ଉପକରଣ ୨୦୧୪ ରେ ୯୦ରୁ ବୃଦ୍ଧି ପାଇ ୨୦୨୫ରେ ୨୫,୯୩୯ରେ ପହଞ୍ଚିଛି। କେବଳ ଗତ ଚାରି ମାସରେ, ୨୧ଟି ଷ୍ଟେସନରେ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ଏବଂ ଟ୍ରାକ୍ ସର୍କିଟିଂ ସମ୍ପୂର୍ଣ୍ଣ ହୋଇଛି।

ସ୍ୱଦେଶୀ ସୁରକ୍ଷା ପ୍ରଣାଳୀ କବଚ ତୁରନ୍ତ ଟ୍ରେନରେ ବ୍ରେକ୍ ଲଗାଇ ଆକସ୍ମିକ ରେଳ ଦୁର୍ଘଟଣାକୁ ରୋକିପାରିଛି। ଏହାର ଚତୁର୍ଥ ସଂସ୍କରଣକୁ ଦେଶର ବିଭିନ୍ନ ରେଳ ନେଟୱର୍କରେ କାର‌୍ୟ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ୭୩୮ ବର୍ଗ କିମିରେ ଏହା କାର‌୍ୟ୍ୟକ୍ଷମ ହୋଇଛି। ୧,୭୩୧ ଷ୍ଟେସନ ଏବଂ ୧୧,୯୫୩ କୋଚ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି। ୧,୩୩୭ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ରୂପେ ପୁନଃବିକଶିତ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୫ଟି ଷ୍ଟେସନର ଆଧୁନିକୀକରଣ କରାଯାଉଛି।

ଦେଶବ୍ୟାପୀ ୨୬୨୬ ରେଳ ଷ୍ଟେସନକୁ ରେଳବାଇ ସୌରଶକ୍ତି ଚାଳିତ ଷ୍ଟେସନ ରୂପେ ବିକଶିତ କରିଛି। ୬୧୧୭ ଷ୍ଟେସନରେ ଭାରତୀୟ ରେଳବାଇ ୱାଇଫାଇ ସେବା ଯୋଗାଇ ଦେଇଛି। ରେଲ୍ ୱାନ୍ ଆପ୍ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଯାତ୍ରୀ ସେବା ଯୋଗାଇ ଦେଉଛି। ଭାରତୀୟ ରେଳବାଇ ଆଧାର ଆଧାରିତ ସଂରକ୍ଷଣ ବ୍ୟବସ୍ଥା କାର‌୍ୟ୍ୟକାରୀ କରିଛି। ଏଆଇ ଭଳି ଆଧୁନିକ ପ୍ରଯୁକ୍ତି ଉପଯୋଗ କରି ରେଳବାଇ ସୁରକ୍ଷା ବ୍ୟବସ୍ଥାରେ ଅଧିକ ସୁଧାର ଆଣିଛି।

ଗତି ଶକ୍ତି କାର୍ଗୋ ଟର୍ମିନାଲ ଏବଂ ୱାଗନର ରେକର୍ଡ ଉତ୍ପାଦନ ମାଲ ପରିବହନକୁ ତ୍ୱରାନ୍ୱିତ କରିଛି । ସମର୍ପିତ ମାଲ ପରିବହନ କରିଡରରେ ପ୍ରତିଦିନ ୪୦୦ ରୁ ଅଧିକ ଟ୍ରେନ ଚଳାଚଳ କରୁଛି । ଆର୍ଥିକ ବର୍ଷ ୨୦୨୫-୨୬ ରେ, ଭାରତୀୟ ରେଳବାଇ ୧ ବିଲିୟନ ଟନ୍ ମାଲ ପରିବହନର ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି, ଯାହାର ଦୈନିକ ଲୋଡିଂ ୪.୪ ନିୟୁତ ଟନ୍ ଛୁଇଁଛି । କୋଇଲା, ଲୁହାପଥର, ସିମେଣ୍ଟ ଏବଂ କଣ୍ଟେନର ଟ୍ରାଫିକର ପ୍ରବଳ ଚାହିଦା ଯୋଗୁଁ ଏଥିରେ ଅଭିବୃଦ୍ଧି ଦେଖା ଦେଇଛି । ୧ ଜାନୁଆରୀରୁ୩୦ ନଭେମ୍ବର ୨୦୨୫ ମଧ୍ୟରେ, ଭାରତୀୟ ରେଳବାଇ ୧୫୪୨ଟି ବୈଦ୍ୟୁତିକ ଲୋକୋମୋଟିଭ୍ ଉତ୍ପାଦନ କରିଥିଲା।

ବାର୍ଷିକ କ୍ୟାଲେଣ୍ଡର ୨୦୨୪ ଏବଂ ୨୦୨୫ ଅନୁଯାୟୀ, ଭାରତୀୟ ରେଳବାଇରେ ଜୋନାଲ ରେଳବାଇ ଏବଂ ଉତ୍ପାଦନ ୟୁନିଟ୍ ସମେତ ୧,୨୦,୫୭୯ ପଦବୀରେ ନିଯୁକ୍ତି ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ରେଳବାଇ ସୁରକ୍ଷା ବଳ (ଆରପିଏଫ)ରେ ନିଯୁକ୍ତି ନିରନ୍ତର ଭାବରେ ଅଗ୍ରଗତି କରୁଛି । ୪୫୨ଟି ସବ-ଇନ୍ସପେକ୍ଟର (କାର‌୍ୟ୍ୟନିର୍ବାହୀ) ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହୋଇଥିବାବେଳେ ୪,୨୦୮ ଟି କନଷ୍ଟେବଲ ପଦବୀ ପାଇଁ ନିଯୁକ୍ତି ବର୍ତ୍ତମାନ ଚାଲିଛି।

East Coast Railway indian railways Indian Railways 2025 ଭାରତୀୟ ରେଳବାଇ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ରାଶିଫଳ: ଆଜି ଜାନୁୟାରୀ ୨୨ ତାରିଖ ଗୁରୁବାର ଦିନ ଆଠଟି ରାଶିର ଆର୍ଥିକ ସ୍ଥିତି ବେଶ ଉଜ୍ଜଳ

January 22, 2026

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026
Latest News

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଭରପୁର ମନୋରଞ୍ଜନ ଦେଲା ପଶୁ ମୁଖା ନୃତ୍ୟ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.