Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ମହାପ୍ରୟାଣ ଦିବସରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା…
ବିଶେଷ ଖବର

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ମହାପ୍ରୟାଣ ଦିବସରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା…

January 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ
ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ମହାପ୍ରୟାଣ ଦିବସରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା...

ଭୁବନେଶ୍ବର: ଡକ୍ଟର ମହତାବଙ୍କ ଜୀବନ କାଳ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନ ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ଯେ କୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ବର ଉଠିଛି, ତା’ର ନେତୃତ୍ବ ମହତାବ ନେଇଛନ୍ତି କିମ୍ବା ସେହି ଆନ୍ଦୋଳନ ପଛରେ ଡକ୍ଟର ମହତାବଙ୍କ ଦୃଢ ପ୍ରେରଣା ରହିଛି ବୋଲି ଆଜି ମୁଖ୍ୟ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡକ୍ଟର ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ୩୯ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଅବସରରେ କହିଛନ୍ତି।

ଭୁବନେଶ୍ବର ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡକ୍ଟର ମହତାବଙ୍କ ମହାପ୍ରୟାଣ ଦିବସରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ କରାଯିବା ଏକ ଅପୂର୍ବ ସଂଯୋଗ ଏବଂ ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶର ସର୍ବଶ୍ରେଷ୍ଠ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଡକ୍ଟର ମହତାବଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

ଏହି ଅବସରରେ ଭୁବନେଶ୍ବର ମଧ୍ୟବର୍ତ୍ତୀ ଅଞ୍ଚଳରେ ଡକ୍ଟର ମହତାବଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ ସହିତ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କ ପାଇଁ କୁଟୁମ୍ବ ଯୋଜନା ପ୍ରକ୍ରିୟାରେ ରହିଛି, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେ କହିଥିଲେ ବରପୁତ୍ର ମାନଙ୍କୁ ସମ୍ମାନ ଦେବା ହେଉଛି ଆମର ନୈତିକ ଦାୟିତ୍ବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପ୍ରେରଣାରେ ଆମ ସରକାର ରାଜ୍ୟର ବରପୁତ୍ର ଓ ମହାମନିଷୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ପ୍ରଥମ ଦିନରୁ ଉଦ୍ୟମରତ ଅଛି। ବରପୁତ୍ର ଓ ମହାମନିଷୀଙ୍କ ଗ୍ରାମକୁ ଯାଇ ତାଙ୍କର ଜୟନ୍ତୀ ଓ ପୁଣ୍ୟତିଥି ଦିବସ ସେଠାରେ ପାଳନ କରାଯାଉଛି।

ଉପସ୍ଥିତ ସ୍ବାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀ ତଥା ଜରୁରୀକାଳୀନ ପରିସ୍ଥିତିରେ ଲଢେଇ କରିଥିବା ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦେଉଛନ୍ତି। ବନ୍ଦୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ପେନସନ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା କରାଯାଇଛି। ସେମାନଙ୍କ ଅନ୍ତେ ତାଙ୍କ ପତ୍ନୀ ଓ ଅବିବାହିତ ଝିଅ ମଧ୍ୟ ଏହି ସୁବିଧା ପାଇବେ। ସେହିପରି ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ ମାସିକ ପେନସନକୁ ୯ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।

କେନ୍ଦ୍ର ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ପ୍ରତୀକ ଭତ୍ତା ଭାବେ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥିସହିତ ଜରୁରୀ କାଳୀନ ପରିସ୍ଥିତି ସମୟରେ ମିଶା ଆଇନ୍‌ରେ ଗିରଫ ହୋଇଥିବା ୧୫୨ ଜଣ ଲୋକତନ୍ତ୍ର ସେନାନୀଙ୍କ ପାଇଁ ମଧ୍ୟ ମାସିକ ୨୦ ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଅଧିକ ଲୋକତନ୍ତ୍ର ସେନାନୀଙ୍କୁ ପେନସନ ଦିଆଯିବ ବୋଲି ସେ କହିଥିଲେ।

ଉପସ୍ଥିତ ସ୍ବାଧୀନତା ସଂଗ୍ରାମୀ ପରିବାରର ଦାୟଦ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଥିଲେ ଆଜି ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ନାହିଁ। କିନ୍ତୁ ଏବେ ଆଉ ଏକ ସଂଗ୍ରାମର ଆବଶ୍ୟକତା ରହିଛି। ତାହା ହେଉଛି ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସଂଗ୍ରାମ। ଏଥିରେ ସମସ୍ତେ ସାମିଲ ହେବା ପାଇଁ ସେ କହିଥିଲେ।

କାର୍ଯ୍ୟକ୍ରମରେ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ଓଡିଶାରେ ଯଦି ଡକ୍ଟର ମହତାବ ଜନ୍ମ ନେଇନଥାନ୍ତେ ତେବେ ଓଡିଶା ପ୍ରଦେଶର ଆମେ ଯେଉଁ ମାନଚିତ୍ର ପାଇଛୁ, ତାହା ଦେଖିବାକୁ ମିଳିନଥାନ୍ତା। ଓଡିଶାରେ ଭିତ୍ତିଭୂମି, ଶିଳ୍ପ, କୃଷି, ଜଳସେଚନ ଆଦି ପ୍ରତ୍ୟେକ କ୍ଷେତ୍ରର ବିକାଶର ମୂଳଦୁଆ ସ୍ଥାପନ କରିଥିଲେ ଡକ୍ଟର ମହତାବ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଏ ମାଟିରେ ଶହ ଶହ ସ୍ବାଧୀନତା ସଂଗ୍ରାମୀ ଦେଶ ମାତୃକାର ସ୍ବାଧୀନତା ପାଇଁ ଲୁହ ଓ ଲହୁ ଢାଳି ଆମକୁ ମୁକ୍ତିର ସ୍ବାଦ ଚଖାଇଛନ୍ତି। ସେମାନଙ୍କ ଅନନ୍ୟ ଦେଶଭକ୍ତି ଓ ଉତ୍ସର୍ଗୀକୃତ ଅବଦାନ ଆଗରେ କୌଣସି ଶକ୍ତି ସମତୁଲ ହେବ ନାହିଁ ବୋଲି ସେ କହିଥିଲେ।

କଟକ ସାଂସଦ ତଥା ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଭର୍ତ୍ତୃହରି ମହତାବ ତାଙ୍କ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, ପୂର୍ବରୁ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିବସ ନାମିତ ହୋଇନଥିଲା। ୧୯୮୭ ମସିହାରୁ ଏହି ଦିବସଟିକୁ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ କରିବା ପାଇଁ ସ୍ଥିର କରାଯାଇଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ପିଢି ପରେ ପିଢିଙ୍କ ମଧ୍ୟରେ ଆମ ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ନିତୀ, ଆଦର୍ଶ ଓ ତ୍ୟାଗକୁ ଉଜ୍ଜିବୀତ କରି ରଖି ସେମାନଙ୍କ ମଧ୍ୟରେ ଦେଶ ପ୍ରେମକୁ ଜାଗ୍ରତ କରିବା।

ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ଓଡିଶାକୁ ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ପରିଣତ କରିବାକୁ ଯେଉଁ କେତେଜଣ କାମ କରୁଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଡକ୍ଟର ମହତାବ। ନୂଆ ଓଡିଶା ଗଠନର ସ୍ବପ୍ନ ସେ କେବଳ ନିଜେ ଦେଖୁନଥିଲେ, ଓଡିଶାର ଯୁବ ବର୍ଗଙ୍କୁ ମଧ୍ୟ ପ୍ରେରଣା ଦେଉଥିଲେ।

ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଯୁଗ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ଆମେ ଆମ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ କେବେ ଭୁଲିବା ଉଚିତ୍ ନୁହେଁ। ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ଡକ୍ଟର ମହତାବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବର ସଭାପତି ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ବିମ୍ବାଧର ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଡକ୍ଟର ମହତାବଙ୍କ ସ୍ମୃତି ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ବୁଲିଦେଖିଥିଲେ।

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମୋହନ ମାଝୀ ହରେକୃଷ୍ଣ ମହତାବ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026
Latest News

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.