Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବିଶେଷ ଖବର

ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୁରୁ କେଳୁଚରଣ ମହାପାତ୍ର
ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସମେତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ଆୟୋଜିତ କେଳୁଚରଣ କୀର୍ତ୍ତି ଶତକମ୍ ନାମରେ ଆୟୋଜିତ ତିନିଦିନିଆ ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କେଳୁଚରଣ ମହାପାତ୍ରଙ୍କୁ ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ବୋଲି କହିଥିଲେ । ଗୁରୁ କେଳୁଚରଣ ମହାପାତ୍ର କେବଳ ଜଣେ ମହାନ ନୃତ୍ୟଶିଳ୍ପୀ ନୁହେଁ, ସେ ଥିଲେ ଓଡ଼ିଶୀ ନୃତ୍ୟର ଆତ୍ମା। ଯେତେବେଳେ ଓଡିଶୀ ନୃତ୍ୟ ଅବହେଳାର ଅନ୍ଧକାରରେ ଆବୃତ ଥିଲା, ସେତେବେଳେ ଗୁରୁଜୀ ତାଙ୍କର ଅସୀମ ସାଧନା, ଅତୁଟ ଆସ୍ଥା ଓ ଅଦମ୍ୟ ପରିଶ୍ରମରେ ଏହି ନୃତ୍ୟକଳାକୁ ପୁନର୍ଜୀବନ ଦେଇଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି, ମାହାରୀ ପରମ୍ପରା, ଶାସ୍ତ୍ରୀୟ ଓ ଲୋକକଳା, ସମସ୍ତଙ୍କ ସମନ୍ୱୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟକୁ ଏକ ଅଦ୍ଭୁତ ଶାସ୍ତ୍ରୀୟ ଆକୃତି ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଂସ୍କୃତି ବିଭାଗ ସଚିବ ଡ଼ ବିଜୟ କେତନ ଉପାଧ୍ୟାୟ, ଲଳିତକଳା ଏକାଡେମୀର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରଶେଖର ହୋତା, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଏବଂ ବରିଷ୍ଠ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ କଳାକାର ମାନେ ଉପସ୍ଥିତ ଥିଲେ।

Mohan Majhi କେଳୁଚରଣ କୀର୍ତ୍ତି ଶତକମ୍ ଗୁରୁ କେଳୁଚରଣ ମହାପାତ୍ର ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026
Latest News

ରାଶିଫଳ: ଏପ୍ରିଲ ୪ ତାରିଖରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚିନ୍ତାଜନକ ଖବର

April 4, 2026

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.