Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଣପୁର ପୋଲ ଭୁଷୁଡିବା ଘଟଣା ‘ସମୀକ୍ଷା’ ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ବିଶେଷ ଖବର

ବାଣପୁର ପୋଲ ଭୁଷୁଡିବା ଘଟଣା ‘ସମୀକ୍ଷା’ ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ପୋଲ ଭୁଷୁଡିବା ଘଟଣା 'ସମୀକ୍ଷା' ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ବାଣପୁର ପୋଲ ଭୁଷୁଡିବା ଘଟଣା 'ସମୀକ୍ଷା' ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ବାଣପୁର ନିକଟସ୍ଥ ତୋରସିଂହ ଗ୍ରାମରେ ପୋଲ ଭୁଷୁଡିବା ଘଟଣା “ସମୀକ୍ଷା” ରେ ପ୍ରକାଶିତ ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଏ ନେଇ ମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ” ଆଜି ମୋ ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ଗ୍ରାମ ପାଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପୁରୁଣା ପୋଲ ଦୁର୍ଭାଗ୍ୟବଶତଃ ଭୁଶୁଡି ଯାଇଥିବା ସମ୍ବାଦ ପାଇ ତୁରନ୍ତ ପଦକ୍ଷେପ ନିଆଯାଇଛି। ନୂତନ ପୋଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଲୋକମାନଙ୍କର ଯାତାୟାତ ସୁବିଧା ନିମନ୍ତେ ସେହି ସ୍ଥାନରେ ତୁରନ୍ତ ଏକ Fair Weather Road ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ସେ ପୁଣି କହିଛନ୍ତି ଯେ,ଏହି ସ୍ଥାନରେ ପ୍ରାୟ ଚାରି ବର୍ଷ ପୂର୍ବରୁ ନିର୍ମାଣ ହେବାକୁ ଥିବା ନୂତନ ପୋଲ ପୂର୍ବତନ ସରକାରଙ୍କ ଅବହେଳା ହେତୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଯାଇଥିଲା ଏବଂ ସମ୍ପୃକ୍ତ ଠିକାଦାର କାମକୁ ଅଧାରେ ଛାଡ଼ି ଚାଲିଯାଇଥିଲେ।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ହସ୍ତକ୍ଷେପ କରାଯାଇ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯାହାର ପ୍ରକ୍ରିୟା ଏବେ ଆରମ୍ଭ ହୋଇସାରିଛି।

ଏହି ମଧ୍ୟବର୍ତ୍ତୀ ସମୟରେ ସ୍ଥାନୀୟ ଲୋକମାନେ ଆଗାମୀ କିଛିଦିନ ପାଇଁ ସାମୟିକ ଅସୁବିଧାକୁ ସହଯୋଗର ସହିତ ସହ୍ୟ କରିବେ ବୋଲି ମୁଁ ଆଶା କରୁଛି। ଖୁବଶୀଘ୍ର ଏହି ସ୍ଥାନରେ ନୂତନ ପୋଲ ନିର୍ମାଣ ସହ ରାସ୍ତା ପ୍ରଶସ୍ତିକରଣ କାର‌୍ୟ୍ୟ ଆରମ୍ଭ କରାଯିବ।

ଏହା ସହ, ସୁନାଖଳା–ଆୟତପୁର ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତିକରଣ ପାଇଁ ହୋଇଥିବା ଟେଣ୍ଡର୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବାବେଳେ ଖୁବ୍ ଶୀଘ୍ର ସେହି କାର‌୍ୟ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମୋ ନିର୍ବାଚନ ମଣ୍ଡଳୀରେ ଏକ ସୁଦୃଢ଼ ଓ ବିସ୍ତୃତ ରାସ୍ତା ନେଟୱାର୍କ ଗଠନ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ।ସେହି ଦୃଷ୍ଟିକୋଣରୁ ଚଳିତ ଓ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ପ୍ରାୟ ୨୦୦ କିଲୋମିଟରରୁ ଅଧିକ ଦୈର୍ଘ୍ୟର ରାସ୍ତା ନିର୍ମାଣ ପ୍ରକ୍ରିୟା ହାତକୁ ନିଆଯାଇଛି।

ତୋରସିଂହ ବାଣପୁର ପୋଲ ଭୁଷୁଡିବା ଘଟଣା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

June 27, 2026

ସୋରଡ଼ା ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମଦ ଓ ପୋଚ ଜବତ

June 27, 2026

ରାମ ମନ୍ଦିର ମାମଲା: ଏବେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ, ତଦନ୍ତ ଦାବି

June 27, 2026

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026
Latest News

ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

June 27, 2026

ସୋରଡ଼ା ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମଦ ଓ ପୋଚ ଜବତ

June 27, 2026

ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ: ଦିଲ୍ଲୀ, କାଶ୍ମୀର ପର୍ଯ୍ୟନ୍ତ ଥରିଲା ଧରିତ୍ରୀ

June 27, 2026

ରାମ ମନ୍ଦିର ମାମଲା: ଏବେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ, ତଦନ୍ତ ଦାବି

June 27, 2026

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.