Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କହିଲେ….
ବିଶେଷ ଖବର

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କହିଲେ….

January 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ
ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କହିଲେ....

ଭୁବନେଶ୍ବର: ଆଜି ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ଏହି ଉତ୍ସବରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ,ଆରକ୍ଷୀ ବାହିନୀ ଓ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ।

ସେ କହିଥିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ରଙ୍କ ଅତୁଳନୀୟ ଅବଦାନ ଆମ ପାଇଁ ସଦା ସ୍ମରଣୀୟ ଓ ପ୍ରେରଣାଦାୟୀ। ଆଜି ସେହି ମହାପୁରୁଷଙ୍କୁ ମନେ ପକାଇବା ସହ ଏକ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶପଥ ନେବାର ଦିନ। ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥିଲେ ମଧ୍ୟ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ ଭାରତ ଆଜି ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତି। ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ସହ ୨୦୪୭ ସୁଦ୍ଧା ସଂପୂର୍ଣ୍ଣ ‘ବିକଶିତ ଭାରତ’ ର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଥିଲେ ଯେ, ୨୦୨୬ ମସିହା ସୁଦ୍ଧା ବିକଶିତ ଓଡ଼ିଶାର ମାନଚିତ୍ର ସଂପୂର୍ଣ୍ଣ ହେବାକୁ ଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସୁଛି। ସମାଜର ସର୍ବାଙ୍ଗୀନ ବିକାଶ ଜାରି ରହିଛି। ‘ମେକ ଇନ ଇଣ୍ଡିଆ’ ଜରିଆରେ ନୂତନ ସୁଯୋଗ ଆସିଛି। ଚାଷୀଙ୍କ ଆୟ ବୃଦ୍ଧି ସହ ଶ୍ରମିକଙ୍କ ମଜୁରୀ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି ଆମ ସରକାର। ସ୍ୱାସ୍ଥ୍ୟ ସେବାକୁ ଫୋକୋସ କରାଯାଉଛି।

ଓଡ଼ିଶାରେ ‘ଲକ୍ଷପତି ଦିଦି’ ଅଭିଯାନ ସଫଳ ହୋଇଛି, ମା’ ମାନଙ୍କ ମୁହଁରେ ହସ ହିଁ ଜାତିର ଉନ୍ନତି। ଆମ ସରକାରଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼ିଥିବା ‘ମିସା ବନ୍ଦୀ’ଙ୍କୁ ସମ୍ମାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏବଂ ସବୁଠାରୁ ଅଧିକ ମିସା ବନ୍ଦୀ ଏହି ଢେଙ୍କାନାଳ ଜିଲ୍ଲାରୁ ହିଁ ଅଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଏସପି ଶ୍ରୀ ଅଭିନବ ଶଙ୍କର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ଢେଙ୍କାନାଳ ମିନି ଷ୍ଟାଡିୟମ ପୃଥୀରାଜ ହରିଚନ୍ଦନ ବିକଶିତ ଭାରତ ଲକ୍ଷପତି ଦିଦି
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2026

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026
Latest News

ଜେଡିୟୁରେ ଯୋଗ ଦେଲେ ନିଶାନ୍ତ କୁମାର: ଜାଣନ୍ତୁ ବାପା ନୀତିଶ କୁମାରଙ୍କ ବିଷୟରେ କ’ଣ କହିଲେ?

March 8, 2026

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.