Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କହିଲେ….
ବିଶେଷ ଖବର

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କହିଲେ….

January 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ
ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କହିଲେ....

ଭୁବନେଶ୍ବର: ଆଜି ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ଏହି ଉତ୍ସବରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ,ଆରକ୍ଷୀ ବାହିନୀ ଓ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ।

ସେ କହିଥିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ରଙ୍କ ଅତୁଳନୀୟ ଅବଦାନ ଆମ ପାଇଁ ସଦା ସ୍ମରଣୀୟ ଓ ପ୍ରେରଣାଦାୟୀ। ଆଜି ସେହି ମହାପୁରୁଷଙ୍କୁ ମନେ ପକାଇବା ସହ ଏକ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶପଥ ନେବାର ଦିନ। ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥିଲେ ମଧ୍ୟ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ ଭାରତ ଆଜି ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତି। ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ସହ ୨୦୪୭ ସୁଦ୍ଧା ସଂପୂର୍ଣ୍ଣ ‘ବିକଶିତ ଭାରତ’ ର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଥିଲେ ଯେ, ୨୦୨୬ ମସିହା ସୁଦ୍ଧା ବିକଶିତ ଓଡ଼ିଶାର ମାନଚିତ୍ର ସଂପୂର୍ଣ୍ଣ ହେବାକୁ ଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସୁଛି। ସମାଜର ସର୍ବାଙ୍ଗୀନ ବିକାଶ ଜାରି ରହିଛି। ‘ମେକ ଇନ ଇଣ୍ଡିଆ’ ଜରିଆରେ ନୂତନ ସୁଯୋଗ ଆସିଛି। ଚାଷୀଙ୍କ ଆୟ ବୃଦ୍ଧି ସହ ଶ୍ରମିକଙ୍କ ମଜୁରୀ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି ଆମ ସରକାର। ସ୍ୱାସ୍ଥ୍ୟ ସେବାକୁ ଫୋକୋସ କରାଯାଉଛି।

ଓଡ଼ିଶାରେ ‘ଲକ୍ଷପତି ଦିଦି’ ଅଭିଯାନ ସଫଳ ହୋଇଛି, ମା’ ମାନଙ୍କ ମୁହଁରେ ହସ ହିଁ ଜାତିର ଉନ୍ନତି। ଆମ ସରକାରଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼ିଥିବା ‘ମିସା ବନ୍ଦୀ’ଙ୍କୁ ସମ୍ମାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏବଂ ସବୁଠାରୁ ଅଧିକ ମିସା ବନ୍ଦୀ ଏହି ଢେଙ୍କାନାଳ ଜିଲ୍ଲାରୁ ହିଁ ଅଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଏସପି ଶ୍ରୀ ଅଭିନବ ଶଙ୍କର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ଢେଙ୍କାନାଳ ମିନି ଷ୍ଟାଡିୟମ ପୃଥୀରାଜ ହରିଚନ୍ଦନ ବିକଶିତ ଭାରତ ଲକ୍ଷପତି ଦିଦି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

ବିମାନ ସେବା କ୍ଷେତ୍ରରେ ଏକ ରେକର୍ଡ, ଗୋଟିଏ ମାସରେ ୧.୫ କୋଟି ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026
Latest News

ଆୟକର ନିୟମରେ ବଡ଼ ପରିବର୍ତ୍ତନ! TDS ପାଇଁ ଆଉ ୪ଟି ଫର୍ମ ନୁହେଁ, ଗୋଟିଏ ଫର୍ମରେ ହେବ ସବୁ କାମ

October 21, 2026

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026

ଭାରତରେ ଭିଟାମିନ୍ D ସଙ୍କଟ: ଜାଣନ୍ତୁ ଏହାର ୫ଟି ବଡ଼ କାରଣ

October 21, 2026

ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାରେ କଟକଣା ଲଗାଇଲେ ଏଲନ୍‌ ମସ୍କ

October 21, 2026

ସିନ୍ଦେଙ୍କ CM ହେବା ଚର୍ଚ୍ଚା ତେଜ, ଶିବସେନା ନେତାଙ୍କ ବୟାନରେ ନୂଆ ରାଜନୈତିକ ଝଡ଼

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.