Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବିଶେଷ ଖବର

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ
ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର (SIWC) ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କରିବା ସହ ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ତଥା ସୁପୋଷିତ ଓଡ଼ିଶା ମିଶନ (SOM) ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳାର ଶୁଭାରମ୍ଭ କରିବା ସହ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’ ଅଧୀନରେ ଶିଶୁମାନଙ୍କ ପାଇଁ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ସଂଶୋଧନ କରି ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ଅଭିଭାଷଣରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରେ ମା’ମାନଙ୍କୁ ଶିକ୍ଷିତ ତଥା ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ, ଯାହାଫଳରେ ସେମାନେ ଶିଶୁମାନଙ୍କ ଯତ୍ନ ନେବାରେ ସହାୟକ ହୋଇପାରିବେ।

ଏହାସହ ସେ ସ୍ଥାନୀୟ ସ୍ତରରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ନବନିର୍ମିତ ‘ପଞ୍ଚତତ୍ତ୍ୱ ପାର୍କ’ ବିଷୟରେ ଆଲୋକପାତ କରି ସେ ମହିଳାମାନଙ୍କ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ରାଜ୍ୟ ସରକାର ସଫଳତାର ସହ ୫୫,୦୦୦ ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ୱ ଗୃହ ଯୋଗାଇ ଦେଇଛନ୍ତି ।

ଏଥିସହ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଯେ, ସମାଜର ପ୍ରତ୍ୟେକ ବ୍ୟକ୍ତି ଯଦି ନିଜର ଶୁଭ ଅବସର ବା ଜନ୍ମଦିନରେ ଅଙ୍ଗନବାଡ଼ି ଶିଶୁଙ୍କୁ ଫଳ ବାଣ୍ଟିବା ପାଇଁ ସଂକଳ୍ପ ନେବେ, ତେବେ ଓଡ଼ିଶା ଖୁବ୍ ଶୀଘ୍ର ଏକ ସୁସ୍ଥ ଏବଂ ସମୃଦ୍ଧ ରାଜ୍ୟରେ ପରିଣତ ହେବ।

ପଞ୍ଚତତ୍ତ୍ୱ ପାର୍କ: ଏହି ଅଭିନବ ପାର୍କଟି ପ୍ରକୃତିର ପାଞ୍ଚଟି ତତ୍ତ୍ୱ (ପୃଥ୍ୱୀ, ଜଳ, ଅଗ୍ନି, ବାୟୁ ଓ ଆକାଶ) ଉପରେ ଆଧାରିତ ଏକ ଚିକିତ୍ସାମୂଳକ ସ୍ଥାନ।

• ଆକୁପ୍ରେସର ପଥ: ଏଥିରେ ‘୮’ ଆକୃତିର ଏକ ଚାଲିବା ପଥ ରହିଛି, ଯେଉଁଥିରେ ଗୋଡ଼ି, ବାଲି ଏବଂ ଗଛର ଛାଲି ବ୍ୟବହାର କରାଯାଇଛି। ଏହା ରକ୍ତ ସଞ୍ଚାଳନ ବୃଦ୍ଧି ଏବଂ ମାନସିକ ଶାନ୍ତି ପ୍ରଦାନ କରିବାରେ ସାହାଯ୍ୟ କରିବ।

• ୱେଲନେସ୍ ହବ୍: ଏହା ମହିଳା ଓ ଶିଶୁମାନଙ୍କୁ ପ୍ରକୃତି ସହ ଯୋଡ଼ିବା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

ସୁଭଦ୍ରା ରିସୋର୍ସ ସେଣ୍ଟର: ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ପ୍ରମୁଖ ସୂଚନା ଏବଂ ପ୍ରଶିକ୍ଷଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ, ଯାହାର ଶିଳାନ୍ୟାସ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।

ସୁପୋଷିତ ଓଡ଼ିଶା ମିଶନ ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳା : ସୁପୋଷିତ ଓଡ଼ିଶା ମିଶନର ଲକ୍ଷ୍ୟ ହେଉଛି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କୁପୋଷଣ ମୁକ୍ତ କରିବା। ଯେଉଁ କେନ୍ଦ୍ରରେ ଅତି କମ୍ ଓଜନର ଶିଶୁ ରହିବେ ନାହିଁ, ସେହି କେନ୍ଦ୍ରକୁ ‘ସୁପୋଷିତ’ ଘୋଷଣା କରାଯିବ ଏବଂ କର୍ମୀଙ୍କୁ ସମ୍ମାନିତ କରାଯିବ।

‘ସୁପୋଷିତ ଓଡ଼ିଶା ମିଶନ ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂ କର୍ମଶାଳା’ ମାଧ୍ୟମରେ ତୃଣମୂଳ ସ୍ତରରେ କର୍ମଚାରୀଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି।

ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ସଂଶୋଧନ: ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଶିଶୁମାନଙ୍କ ପାଇଁ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ରାଜ୍ୟ ସରକାର ଏକ ସଂଶୋଧନ କରିଛନ୍ତି ।

୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନୂତନ ମୂଲ୍ୟ ତାଲିକା ଅନୁଯାୟୀ:
• ବାଳକଙ୍କ ୟୁନିଫର୍ମ ୧୦୦ ଟଙ୍କାରୁ ୧୭୫ ଟଙ୍କାକୁ ବୃଦ୍ଧି କରାଯାଇଛି ।
• ବାଳିକାଙ୍କ ୟୁନିଫର୍ମ ୧୫୦ ଟଙ୍କାରୁ ୨୨୫ ଟଙ୍କାକୁ ବୃଦ୍ଧି କରାଯାଇଛି ।
• ଜୋତା ଓ ମୋଜା ପାଇଁ ୧୦୦ ଟଙ୍କା ବଦଳରେ ୧୫୦ ଟଙ୍କା ପ୍ରଦାନ କରାଯିବ ।
• ଶୀତବସ୍ତ୍ରର ମୂଲ୍ୟ ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ ମହୋଦୟ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି ମହୋଦୟା ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମାନଙ୍କ ସହ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ଶେଷରେ ‘କୁପୋଷଣ ମୁକ୍ତ ଓଡ଼ିଶା’ ପାଇଁ ସମୂହ ଶପଥ ପାଠ କରାଯାଇଥିଲା ।

ପଞ୍ଚତତ୍ତ୍ୱ ପାର୍କ ପ୍ରଭାତୀ ପରିଡା ସୁଭଦ୍ରା ସାଧନ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Latest News

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026

ରାଷ୍ଟ୍ରପତିଙ୍କ ବିଷୟରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ: କହିଲେ, “ସମ୍ମାନ କରାଯିବା ଉଚିତ, କିନ୍ତୁ…”

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.