Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ବିଶେଷ ଖବର

ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

January 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ପାନ ମସଲା ଉପରେ କୌଣସି କଟକଣା ନାହିଁ। ପାନ ମସଲାରେ ଟବାକୋ ଓ ନିକୋଟିନ ନଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସିଟି ଏବଂ ଜିଏସଟି ସହିତ ଅର୍ଥ ବିଭାଗକୁ ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖି ସ୍ପଷ୍ଟୀକରଣ ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରି ତମାଖୁ, ଗୁଟଖା, ନିକୋଟିନ ଯୁକ୍ତ ସମସ୍ତ ଖାଦ୍ୟ ପଦାର୍ଥ ଉପରେ କଟକଣା ଲଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ।

ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି।

ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ରାଜ୍ୟରେ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ କିମ୍ବା ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନିଷେଧାଦେଶ ସମସ୍ତ ଚର୍ବଣକ୍ଷମ କିମ୍ବା ସୁଗନ୍ଧିତ ଖାଦ୍ୟ ପଦାର୍ଥ ପାଇଁ ପ୍ରଯୁଜ୍ୟ ହେବ। ଗୁଟଖା, ପାନ ମସଲା କିମ୍ବା ଅନ୍ୟ ଯେକୌଣସି ନାମରେ ବିକ୍ରି ହେଉଥିବା ସୁଗନ୍ଧିତ କିମ୍ବା ଚର୍ବଣକ୍ଷମ ଖାଦ୍ୟ ପଦାର୍ଥ ଉପରେ ଏହି କଟକଣା ଲାଗୁ ହେବ। ଯଦି ତମାଖୁ ଏବଂ ପାନ ମସଲା ଅଲଗା ଅଲଗା ପ୍ୟାକେଟରେ ମଧ୍ୟ ବିକ୍ରି କରାଯାଏ, ଯାହାକୁ ଗ୍ରାହକ ସହଜରେ ମିଶାଇ ବ୍ୟବହାର କରିପାରିବେ, ତେବେ ସେହିପରି ବିକ୍ରୟ ମଧ୍ୟ ନିଷିଦ୍ଧ। ଏହି ବିଜ୍ଞପ୍ତି ତାରିଖ ୦୩.୦୧.୨୦୧୩ ରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତି (ନଂ. ୩୬୭/H) ର ସ୍ଥାନ ନେବ ବୋଲି ସଦ୍ୟ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଟବାକୋ ନିକୋଟିନ ପାନ ମସଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଉ ଏକ ସ୍ଥାନରେ ଛୁରାମାଡ

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026
Latest News

ତାମିଲନାଡୁ ବିଜେପିରେ ବଡ଼ ପରିବର୍ତ୍ତନ: କେ. ଅନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ

June 5, 2026

OERCର ନୂଆ ସଦସ୍ୟ ହେଲେ ସୁଧାଂଶୁ ବଡପଣ୍ଡା

June 5, 2026

ଆପଣଙ୍କ ଫୋନର ବ୍ୟାଟେରୀ ଶୀଘ୍ର ଶେଷ କରିପାରେ ଏହି ଭୁଲ!: ଜାଣିବା ଜରୁରୀ

June 5, 2026

ପୁଣି ଆଉ ଏକ ସ୍ଥାନରେ ଛୁରାମାଡ

June 5, 2026

ରକ୍ଷକ ସାଜିଲା ଭକ୍ଷକ!: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.