ଭୁବନେଶ୍ଵର: ଚଳିତ ବର୍ଷ ଫେବୃଆରୀ ୧୭ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏପ୍ରିଲ ୮ ତାରିଖ ଯାଏଁ ଏହି ବଜେଟ ଅଧିବେଶନ ଚାଲିବ। ତେବେ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବୃଆରୀ ୨୦ ତାରିଖରେ ଆର୍ଥିକ ବର୍ଷ ୨୦୨୬-୨୭ ର ବଜେଟ ଆଗତ ହେବ। ପ୍ରଥମ ଦିନ ଗୃହରେ ରାଜ୍ୟପାଳ ଅଭିଭାଷଣ ରଖିବେ।
ଚଳିତ ବର୍ଷ ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିବ। ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୨ଟି କାର୍ଯ୍ୟ ଦିବସ ରହିଛି। ମାର୍ଚ୍ଚ ୩୧ ତାରିଖ ଦିନ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବ।


