Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ, ଏହା ସାମାଜିକ ସୁରକ୍ଷାକୁ ମଜବୁତ୍ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ ଅବସରରେ କହିଛନ୍ତି।
ଆଜି ମା’ ତାରା ତାରିଣୀଙ୍କ ପୀଠରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ 201 ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି।
ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ବିବାହ ମଣ୍ଡପରେ କର୍ତ୍ତା ଭାବେ ହୋମ କୁଣ୍ଡରେ ଆହୁତି ପ୍ରଦାନ କରି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଏପରି ଏକ ଓଡିଶା ଗଢିବା ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ। ଆହୁରି ମଧ୍ୟ ଏହି ଯୋଜନା ସମାଜକୁ ଏକ ନୂତନ ବାର୍ତ୍ତା ଦେବ ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ।
ସୂଚନା ଯୋଗ୍ୟ ଯେ, ଆଜିଠାରୁ ଆରମ୍ଭ ହୋଇଥିବା ଏହି ମାଙ୍ଗଳିକ ଯୋଜନାରେ ସାମିଲ୍ ହେବା ପାଇଁ କନ୍ୟାର ବୟସ ୧୮ରୁ ୩୫ ବର୍ଷ ଏବଂ ବରର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ।
ଏହି ଯୋଜନାରେ ଯୋଗ୍ୟ କନ୍ୟାଙ୍କୁ  ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ୪୫ ହଜାର ଟଙ୍କା ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଏବଂ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ୍ଚ କରାଯାଉଛି। ଯୋଗ୍ୟ ଦମ୍ପତ୍ତି ମାନଙ୍କୁ ଜିଲ୍ଲା/ବ୍ଲକ ସ୍ତରରୁ ଚୟନ କରାଯାଇଛି।
ଓଡ଼ିଶାର ପ୍ରସିଦ୍ଧ ମା ତାରାତାରିଣୀଙ୍କ ଆଦିଶକ୍ତିପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନଃ ବିବାହକୁ ଉତ୍ସାହିତ କରିବା, ଯୌତୁକ ପ୍ରଥାକୁ ନିବାରଣ କରିବା ଦିଗରେ ବହୁ ପରିମାଣରେ ସହାୟତା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ପୁଣି କହିଥିଲେ, ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ବଜେଟରେ ୫୯ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଡ଼ ଅଟ୍ଟାଳିକା କିମ୍ବା ରାସ୍ତା ଘାଟ କିମ୍ବା ଶିଳ୍ପ କେବଳ ବିକାଶ ନୁହଁ ପ୍ରକୃତ ବିକାଶ ହେଇଛି ରାଜ୍ୟର ମା ଏବଂ ଭଉଣୀମାନଙ୍କ ସୁରକ୍ଷା, ସେମାନଙ୍କ ପାଇଁ ସୁନ୍ଦର ଭବିଷ୍ୟତ ଗଠନ କରିବା। ଏକ ସମୃଦ୍ଧ ଓଡ଼ିଶାରେ ପ୍ରତ୍ୟେକ କନ୍ୟା ଶିକ୍ଷିତ ହେବା ଉଚିତ ଏବଂ ପ୍ରତ୍ୟେକ ମହିଳା ସୁରକ୍ଷିତ ହେବା ଉଚିତ ଏବଂ ପ୍ରତ୍ୟକ ପରିବାର ସ୍ୱାଭିମାନର ସହିତ ବଞ୍ଚିବା ଉଚିତ। ଆଗାମୀ ଦିନରେ ସୁଭଦ୍ରା ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରାଜ୍ୟର ମହିଳାମାନଙ୍କୁ ସମସ୍ତ ଦିଗରୁ ସୁରକ୍ଷା ଓ ଆତ୍ମସମ୍ମାନ ପ୍ରଦାନ କରିବାରେ ନିଶ୍ଚିତ ରୂପରେ ସହାୟକ ହେବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନବ ଦମ୍ପତ୍ତିଙ୍କୁ ସ୍ନେହ ଭରା ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏହି ମହତ୍ୱାକାଂକ୍ଷୀ ସରକାରୀ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରସ୍ତୁତ ଯୋଜନା । ପୂର୍ବରୁ ଆମେ କଥା ଦେଇଥିଲୁ ସୁଭଦ୍ରା ମା ମାନଙ୍କ ସାଥିରେ ସବୁଦିନ ରହିବୁ। ସେହି କଥାକୁ ଆଉ ଦି ପାଦ ଆଗକୁ ନେଇ କନ୍ୟା ବିବାହ ଦାୟିତ୍ୱ ସମ୍ପନ୍ନ କରୁଛୁ। ମା ତାରାତାରିଣୀ ଆଶୀର୍ବାଦ କରନ୍ତୁ ସମସ୍ତଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଏତିକି ବଡ଼ ଭଉଣୀ ଭାବେ ମୋର ଆନ୍ତରିକ କାମନା।
ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ରାଜ୍ୟ ସରକାରଙ୍କ ଏହା ଏକ ମହତ ଜନମଙ୍ଗଳକାରୀ ଯୋଜନା। ମୁଖ୍ୟମନ୍ତ୍ରୀ ସମାଜର ତୃଣମୂଳସ୍ତରରେ ଥିବା ସମସ୍ୟାକୁ ହୃଦୟଙ୍ଗମ କରି ଏହି ଯୋଜନାକୁ ପରିକଳ୍ପନା କରିଛନ୍ତି। ଗଞ୍ଜାମ ଜ଼ିଲ୍ଲାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ନାରୀ ମାନଙ୍କୁ ସମ୍ମାନ ଦେବାରେ ଆମ ସରକାର କେବେ ବି ଅବହେଳା କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ଯୋଜନା ଓଡ଼ିଶାରେ ଏକ ସାମାଜିକ କ୍ରାନ୍ତି ଆଣିବ। ପରିବାରରେ ଝିଅ ଏକ ବୋଝ ମାନସିକତାରେ ପରିବର୍ତ୍ତନ ଆଣିବ।
ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ – ମୁଖ୍ୟମନ୍ତ୍ରୀଙ୍କୁ ଏହି କଲ୍ୟାଣକାରୀ ଯୋଜନ ପ୍ରଣୟନ ପାଇଁ ସାଧୁବାଦ ଜଣାଇ ନବ ଦମ୍ପତ୍ତିଙ୍କ ସୁଖମୟ ଜୀବନ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଆସ୍କା ବିଧାୟକସରୋଜ କୁମାର ପାଢ଼ୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରମୁଖ ଉପସ୍ଥିତ ରହି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ଜ଼ିଲ୍ଲାପାଳ ଗଞ୍ଜାମ ଭି କୀର୍ତ୍ତି ୱାସନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ଜନମଙ୍ଗଳକାରୀ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମୋହନ ଚରଣ ମାଝୀ ସାମାଜିକ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026

ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026
Latest News

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026

ଦ୍ୱିତୀୟ ଦିନ ସକାଳ ୧୦ଟା ସୁଦ୍ଧା ସମସ୍ତ ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’: ଅତିକ୍ରମ କଲା ୧୫୦ କୋଟି

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.