Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଆଜିର ଖବର

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ
ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ

ଭୁବନେଶ୍ଵର: ରାଜ୍ୟରେ ବଢ଼ୁଥିବା ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଡିଜିପି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜିପି (କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦ କେ., ଆଇଜିପି (ଟ୍ରେନିଂ, ବିପିଏସପିଏ) ଅନୁପ କୁମାର ସାହୁ, ଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଜିଲ୍ଲା ଏସପିମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୨୦ଟି ପୋଲିସ ଜିଲ୍ଲାରେ ନୂତନ ସାଇବର ଥାନା ସ୍ଥାପନ ପାଇଁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ଏହି ଥାନାଗୁଡ଼ିକୁ ଉଦଘାଟନ କରାଯାଇ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରାଯିବ।

ଏହି ଅବସରରେ ଡିଜିପି ଏହି ଥାନାଗୁଡ଼ିକୁ ସଶକ୍ତ କରିବା ପାଇଁ ସାଇବର ତାଲିମପ୍ରାପ୍ତ ପୋଲିସ କର୍ମଚାରୀ ଓ ବୈଷୟିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହାସହ ସାଇବର ଥାନାମାନଙ୍କର ଭିତ୍ତିଭୂମି ମଜବୁତ କରିବା, ଅତ୍ୟାଧୁନିକ ସଫ୍ଟୱେୟାର ଓ ହାର୍ଡୱେୟାର କ୍ରୟ, ଆବଶ୍ୟକ କର୍ମଚାରୀ ନିୟୋଜନ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ (CC & EO) ଥାନା କାର୍ଯ୍ୟ କରୁଛି। ଏହି ସାଇବର ଥାନାମାନଙ୍କର କାର୍ଯ୍ୟଶୈଳୀ ଓ ସାଇବର ଅପରାଧ ନିୟନ୍ତ୍ରଣ ପଦକ୍ଷେପ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।

ଏହା ସହିତ CEIR ପୋର୍ଟାଲ ମାଧ୍ୟମରେ ଚୋରି ହୋଇଥିବା ମୋବାଇଲ ଫୋନ ଟ୍ରାକିଂ, ବେନାମୀ ବ୍ୟାଙ୍କ ଖାତା ଓ ବେନାମୀ ସିମ କାର୍ଡ ବ୍ୟବହାରକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ବିଷୟରେ ମଧ୍ୟ ଡିଜିପି ଆଲୋଚନ କରିବାସହ ଏହାକୁ ରୋକିବା ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହ କ୍ରାଇମବ୍ରାଞ୍ଚର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ମାସ ୨୦ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଡ୍ରାଇଭ ଆୟୋଜନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ସାଇବର ଫୋରେନସିକ୍ ଓ ଆର୍ଥିକ ବିଶ୍ଳେଷଣ କ୍ଷେତ୍ରରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀମାନେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ‘ଜିରୋ ଟଲେରାନ୍ସ’ ନୀତି ଅନୁଯାୟୀ ସାଇବର ଅପରାଧୀମାନଙ୍କ ବିରୋଧରେ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ଅର୍ଥନୈତିକ ଅପରାଧ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଓଡିଶା ପୋଲିସ ବ୍ୟାପକ ପ୍ରସ୍ତୁତି ସାଇବର ଠକେଇ
Share. Facebook Twitter LinkedIn Email WhatsApp Copy Link

Related Posts

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026
Latest News

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.