Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ବିଶେଷ ଖବର

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ସମବାୟ କ୍ଷେତ୍ର
ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର: ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ସଚିବ ଶ୍ରୀ ଆଶିଷ କୁମାର ଭୂଟାନୀ, ଯୁଗ୍ମ ସଚିବ ଶ୍ରୀ ସିଦ୍ଧାର୍ଥ ଜୈନ ଏବଂ ନିର୍ଦ୍ଦେଶକ ଶ୍ରୀ ମୁକେଶ କୁମାରଙ୍କ ସହ ଓଡ଼ିଶା ଗସ୍ତ କରି ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସମବାୟ ବିକାଶ କମିଟି (ଏସସିଡିସି) ର ଚତୁର୍ଥ ବୈଠକରେ ଯୋଗ ଦେଇଥିଲେ। ଉଲ୍କେଖଯୋଗ୍ୟ ଯେ, ଭାରତ ସରକାରଙ୍କ  “ସହକାର ସେ ସମୃଦ୍ଧି” ଦୃଷ୍ଟିକୋଣ ଅନୁଯାୟୀ ଗ୍ରାମୀଣ ଅର୍ଥନୀତିକୁ ‘ସମବାୟ ମାଧ୍ୟମରେ ସମୃଦ୍ଧି’ କରିବା ଲକ୍ଷ୍ୟ ନେଇ ସମବାୟ ବ୍ୟବସ୍ଥାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସମବାୟ ବିକାଶ କମିଟି ସମୀକ୍ଷା ଓ ମାର୍ଗଦର୍ଶନ କରିଆସୁଛନ୍ତି।

ବୈଠକରେ ରାଜ୍ୟରେ ପ୍ରାଥମିକ କୃଷି  ସମବାୟ ସମିତି(ପାକ୍ସ) ଏବଂ ସମବାୟ ସମିତି ନିବନ୍ଧକ( ଆରସିଏସ) କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବା ସଂପର୍କରେ ଉପସ୍ଥାପିତ ହୋଇଥିଲା । ରାଜ୍ୟବ୍ୟାପୀ ନୂତନ ପାକ୍ସ, ବହୁମୁଖୀ ସେବା ସମବାୟ ସମିତି(ଲାମ୍ପ୍ସ)ଗୁଡିକର  ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟରେ ବିଶ୍ୱର ବୃହତ୍ତମ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ ପାକ୍ସରେ ଗୋଦାମ ଗୃହ ନିର୍ମାଣ  ବ୍ୟବସ୍ଥାର  କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ପାକ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି କେନ୍ଦ୍ର ଏବଂ ସାଧାରଣ ସେବା କେନ୍ଦ୍ର (କମନ ସର୍ଭିସ୍ ସେଣ୍ଟର) ର ପ୍ରତିଷ୍ଠା, ପାକ୍ସ, ଲାମ୍ପଗୁଡ଼ିକୁ ବହୁମୁଖୀ ଓ ଏକକ ସେବା କେନ୍ଦ୍ରରେ ପରିଣତ କରିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । କେନ୍ଦ୍ର ସଚିବ ରାଜ୍ୟର ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ସକ୍ରିୟ କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ।

ରାଜ୍ୟସ୍ତରରେ ସମବାୟ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରମୁଖ ରୂପାନ୍ତରଣ ପଦକ୍ଷେପ ସଂପର୍କରେ ଉପସ୍ଥାପନ କରାଯାଇଥିଲା ।  ଭିତ୍ତିଭୂମି ବିକାଶ ପାଇଁ  ପାକ୍ସ, ଲାମ୍ପସ୍ ଗୁଡ଼ିକୁ ଅତିକମରେ ଏକ ଏକର ସରକାରୀ ଜମି ପ୍ରଦାନ, ପାକ୍ସ ଓ ଲାମ୍ପ୍ସ ଦ୍ୱାରା କରାଯାଉଥିବା ଧାନ   ସଂଗ୍ରହ କେନ୍ଦ୍ର ( ପିପିସି) ର ଭିତ୍ତିଭୂମି ସୁଦୃଢ଼ୀକରଣ, ନୂତନ ଓ ପୁରାତନ ସମବାୟ ସମିତିଗୁଡ଼ିକୁ ସହାୟତା ପାଣ୍ଠି ଓ ଅଂଶଧନ ପ୍ରଦାନ, ସାର ବଣ୍ଟନରେ ସମବାୟ ସମିତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ,  ଚଳିତ ବର୍ଷ ଠାରୁ ରାଜ୍ୟରେ ଆବଶ୍ୟକ ହେଉଥିବା ୬୦% ସାର ସମବାୟ ସମିତି ମାଧ୍ୟମରେ ପ୍ରଦାନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି ।

ପାକ୍ସ ମାଧ୍ୟମରେ ‘ନାଫେଡ୍’ ବଜାର ଏବଂ ଓମଫେଟ୍ କିମ୍ବା ‘ଅମୁଲ’  ପାର୍ଲର ପ୍ରତିଷ୍ଠା।, ପାକ୍ସ, ଲାମ୍ପସ  ଜରିଆରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ,  ସେସବୁରେ  ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ  ପାଇଁ କ୍ୟାଡର ନିୟମ ଓ କେନ୍ଦ୍ରୀୟ ନିଯୁକ୍ତି ପ୍ରକ୍ରିୟା।, ସମବାୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ସୁଦୃଢ଼ୀକରଣ, ରାଜ୍ୟର ଅଚଳ ଥିବା  କଟକ ଜିଲ୍ଲାର ‘ବଡମ୍ବା ଚିନି କଳ’ ଏବଂ ବଲାଙ୍ଗିର ଜିଲ୍ଲାର ‘ବିଜୟାନନ୍ଦ ସମବାୟ ଚିନି କଳ’ର ପୁନଃ କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ପ୍ରତିନିଧିମାନେ ଏହି ଅଭିନବ ପଦକ୍ଷେପକୁ ପ୍ରଶଂସା କରିବା ସହ ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏସଡିସିସି ବୈଠକ ପରେ କେନ୍ଦ୍ର ସଚିବ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଜିଲ୍ଲାପାଳମାନଙ୍କ ସହ ଅନୁଷ୍ଠିତ ଆଭାସୀ ବୈଠକରେ ଆଲୋଚନା କରି ରାଜ୍ୟରେ ବିଶ୍ୱର ବୃହତ୍ତମ ଶସ୍ୟ ସଂରକ୍ଷଣ  ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏବଂ ନିୟମିତ ଭାବେ ଜିଲ୍ଲା ସମବାୟ ବିକାଶ କମିଟି (ଡିସିଡିସି) ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି  ସହିତ ଭାରତ ସରକାରଙ୍କ ସଚିବ ଶ୍ରୀ ଭୂଟାନ,  ପାକ୍ସ ଏବଂ ଲାମ୍ପସ କର୍ମଚାରୀଙ୍କ ପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍ ( ଓକେସିଏଲ) ସହାୟତାରେ ଆୟୋଜିତ ଡିଜିଟାଲ୍ ଓ ଆଇଟି ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଓମଫେଡ୍  ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ସେ ସମବାୟ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସୁଦୃଢ଼ ସମବାୟ ବ୍ୟବସ୍ଥା ଗଠନ ଉପରେ ଗୁରୁତ୍ୱ ଦେଇଥିଲେ ।

ଓଡ଼ିଶା ରାଜ୍ୟ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ କେନ୍ଦ୍ର ସଚିବ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଇବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଲକ୍ଷ୍ୟ ପୂରଣ ପାଇଁ ସହଯୋଗ ଲୋଡ଼ିଥିଲେ ।

ଅନୁ ଗର୍ଗ ଆଶିଷ କୁମାର ଭୂଟାନୀ ଏଣିକି ସମବାୟ କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026
Latest News

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.