Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା
ବିଶେଷ ଖବର

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

February 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ

ନୂଆଦିଲ୍ଲୀ: ସେବା ତୀର୍ଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଅତି ଜରୁରୀ ଫାଇଲରେ ସ୍ୱାକ୍ଷର କରିଛନ୍ତି ଯାହା ତାଙ୍କର ସେବା ଭାବନାକୁ ପ୍ରତିଫଳିତ କରୁଛି। ସେ ଆଜି ନେଇଥିବା ନିଷ୍ପତ୍ତି ଦେଶର ଚାଷୀ, ମହିଳା, ଯୁବବର୍ଗ ଏବଂ ବଞ୍ଚିତ ନାଗରିକଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗକୁ ଲାଭାନ୍ୱିତ କରିବ।

  1. ପିଏମ ରାହତ ଯୋଜନା: ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନ ରକ୍ଷାକାରୀ ସୁରକ୍ଷା

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମ ରାହତ ଯୋଜନା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି।

ଏହି ପଦକ୍ଷେପ ଅଧୀନରେ, ଦୁର୍ଘଟଣା ପୀଡିତମାନେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦମୁକ୍ତ ବା କ୍ୟାସଲେସ୍‌ ଚିକିତ୍ସା ପାଇବେ, ଯାହାଦ୍ୱାରା ତୁରନ୍ତ ଚିକିତ୍ସା ସହାୟତା ଅଭାବରୁ କେହି ଜୀବନ ହରାଇବେ ନାହିଁ।

  1. ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ୱିଗୁଣିତ କରି 6 କୋଟି କରାଗଲା।

ସରକାର ମାର୍ଚ୍ଚ 2027ର ଧାର୍ଯ୍ୟ ସମୟସୀମାଠାରୁ ଗୋଟିଏ ବର୍ଷରୁ ଅଧିକ ସମୟ ପୂର୍ବରୁ 3 କୋଟି ଲକ୍ଷପତି ଦିଦିଙ୍କ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏବେ ମାର୍ଚ୍ଚ 2029 ସୁଦ୍ଧା 6 କୋଟି ଲକ୍ଷପତି ଦିଦିଙ୍କ ଏକ ନୂତନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି, ଯାହା ଏହି ପଦକ୍ଷେପର ବ୍ୟାପକତା ଏବଂ ମହତ୍ୱାକାଂକ୍ଷା ଉଭୟକୁ ଦ୍ୱିଗୁଣିତ କରିଛି।

  1. କୃଷକମାନଙ୍କ ପାଇଁ ବଡ଼ ଉପହାର: କୃଷି ଭିତ୍ତିଭୂମି ପାଣ୍ଠିର ଋଣ ଲକ୍ଷ୍ୟକୁ ଦୁଇ ଗୁଣ ବୃଦ୍ଧି କରି 2 ଲକ୍ଷ କୋଟି ଟଙ୍କା କରି ଦିଆଯାଇଛି।

ଭାରତର ସମଗ୍ର କୃଷି ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ, ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ପାଣ୍ଠିର ଋଣ ଲକ୍ଷ୍ୟକୁ 1 ଲକ୍ଷ କୋଟିରୁ 2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

  1. 10,000 କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍‌ ଫଣ୍ଡସ୍‌ 2.0: ନବସୃଜନର ପରବର୍ତ୍ତୀ ଧାରା

ଭାରତର ନବସୃଜନ ଇକୋସିଷ୍ଟମକୁ ସଶକ୍ତ କରିବା ପାଇଁ, ବିଶେଷକରି ଡିପ୍‌ ଟେକ୍‌, ପ୍ରାରମ୍ଭିକ ପର୍ଯ୍ୟାୟ ଉପାୟ, ଉନ୍ନତ ଉତ୍ପାଦନ ଏବଂ ବ୍ରେକ୍‌ ଥ୍ରୁ ଟେକ୍ନୋଲୋଜି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ 10,000 କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍‌ ଫଣ୍ଡସ୍‌ (ଏଫଓଏଫ) 2.0 କୁ ଅନୁମୋଦନ କରିଛନ୍ତି।

‘ସେବା ତୀର୍ଥ’ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Latest News

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ଆଜିଠୁ କମିବ ବର୍ଷାର ପ୍ରକୋପ: କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

September 13, 2026

ୟୁଏଇ ଗସ୍ତ ଶେଷ: ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ

September 13, 2026

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.