ଭୁବନେଶ୍ଵର: ଓଡିଶା ପ୍ରଦେଶ କଂଗ୍ରେସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଦଳର ୩ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା ଏବଂ ଦାଶରଥି ଗମାଙ୍ଗଙ୍କୁ କଂଗ୍ରେସ ନିଲମ୍ବନ କରିଛି। ଗତକାଲି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଯୋଗୁଁ କଂଗ୍ରେସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।
ଉଲ୍ଲେଖ ଯୋଗ୍ୟ ଯେ, ଦଳର ହ୍ଵିପ ସତ୍ତ୍ୱେ ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଏହି ତିନି ବିଧାୟକ ଭୋଟ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ଵାରା ଏହି ୩ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦଳର ପ୍ରେସ ବିବୃତ୍ତିରେ କୁହାଯାଇଛି।


