Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ବିଜେଡି ବିଧାୟକଙ୍କୁ କିଣିବା ଲାଗି ଆରମ୍ଭ ହୋଇଛି ବିଜେପିର ଗୋପନ ଅଭିଯାନ; ୫୨ବିଜେଡି ବିଧାୟକଙ୍କ ସହ ବିଜେପିର ଯୋଗାଯୋଗ ରହିଛି !!
ବିଶେଷ ଖବର

ଓଡିଶାରେ ବିଜେଡି ବିଧାୟକଙ୍କୁ କିଣିବା ଲାଗି ଆରମ୍ଭ ହୋଇଛି ବିଜେପିର ଗୋପନ ଅଭିଯାନ; ୫୨ବିଜେଡି ବିଧାୟକଙ୍କ ସହ ବିଜେପିର ଯୋଗାଯୋଗ ରହିଛି !!

August 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କଥାଟି ବର୍ତ୍ତମାନ ପାଇଁ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଭିତ୍ତିହୀନ ନୁହେଁ। ଓଡିଶାରେ ବିଜୁ ଜନତା ଦଳ ଭିତରେ ଏକ ବଡ ଧରଣର ବିଭାଜନ ସୃଷ୍ଟି କରିବାକୁ ବିଜେପି ତରଫରୁ ଏକ ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ ହୋଇଛି। ଯଦିଓ ବିଧାନସଭାରେ ବିଜେପିର ମାତ୍ର ୨୩ ଜଣ ବିଧାୟକ ରହିଛନ୍ତି, ତଥାପି ବିଜେଡିରେ ବିରାଟ ବିଭାଜନ ସୃଷ୍ଟି କରି ଓଡିଶା ଦଖଲ କରିବାକୁ ବିଜେପି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଜରିଆରେ ବିଜେଡ଼ିର ପ୍ରାୟ ୫୨ ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ଉପାୟରେ ଘରଭେଦୀ ହେବାକୁ ପ୍ରବର୍ତ୍ତାଯାଉଛି। ଉତ୍ତର ପୂର୍ବ ରାଜ୍ୟ ସିକିମରେ ବିଜେପି ଯାହା କରିଛି, ଓଡିଶାରେ ଠିକ ତାହାର ପୁନରାବୃତ୍ତି ହୋଇ ପାରିବ ବୋଲି, ବିଜେପି ଆଶା କରୁଛି।

ଗତ ଏପ୍ରିଲ ମାସରେ ସିକିମରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ଆସନ ଜିତି ନଥିବା ବେଳେ, ମାତ୍ର ତିନି ମାସ  ଭିତରେ ସେଠି ବିଜେପି ମୁଖ୍ୟ ବିରୋଧୀ ଦଳର ଭୂମିକା କୁ ଆସି ଯାଇଛି। ବିଧାନସଭା ନିର୍ବାଚନରେ ମାତ୍ର ୧.୬୨% ଭୋଟ ପାଇଥିବା ବିଜେପି ସେଠାକାର ମୁଖ୍ୟ ବିରୋଧୀ ଦଳ ସିକିମ ଡେମୋକ୍ରାଟିକ ଫ୍ରଣ୍ଟର ୧୦ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଛି। ବୋଧ ହୁଏ ଜନମତ ଓ ଗଣତନ୍ତ୍ର କୁ ବିଚ ବଜାରରେ ବେଇଜ୍ଜତ କରିବାର, ୟାଠୁ ବଡ ଉଦାହରଣ ଆଉ କିଛି ମିଳିବ ନାହିଁ। ଅବଶ୍ୟ ବିଧାୟକ ଓ ସାଂସଦ କିଣିବା ଏବେ ବିଜେପିର ଜିଦ ପାଲଟି ଯାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟର ବିରୋଧୀ ବିଧାୟକଙ୍କୁ ବେଫିକର କିଣି ଚାଲିଥିବା ବିଜେପିକୁ ଏହି ପ୍ରସଙ୍ଗରେ କେହି ପ୍ରଶ୍ନ ପଚାରିବାର ଅବସ୍ଥାରେ ଆଉ ନାହାନ୍ତି। ଏବେ ବିଜେପି ଯାହା କରୁଛି, ତାହା ହିଁ ଶେଷକଥା ବୋଲି ଭାରତର ଗଣମାଧ୍ୟମ ଓ ବଡ ଭାଗ ଜନସାଧାରଣ ଗ୍ରହଣ କରି ନେଇଛନ୍ତି।

ଏଠି ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପିର କାୟା ବିସ୍ତାର ଲାଗି ସିକିମ ଡେମୋକ୍ରାଟିକ ଫ୍ରଣ୍ଟ ର ନେତା ତଥା ୨୫ ବର୍ଷ ଧରି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିବା ପବନ କୁମାର ଚାମଲିଙ୍ଗ ପ୍ରଚୁର ସହାୟତା କରିଥିଲେ। ତାହାର ପ୍ରତି ବଦଳରେ ଆଜି ଚାମଲିଙ୍ଗଙ୍କ ଦଳକୁ ବିଜେପି ଖତମ କରି ଦେଇଛି। ଓଡିଶାରେ ମଧ୍ୟ ବିଭିନ୍ନ ଉପାୟରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସହାୟତା ନେଇ, ସୁବିଧା ସମୟରେ ବିଜେଡ଼ିକୁ ଖତମ କରିଦେବାର ଏକ ରଣନୀତି ବିଜେପି ତରଫରୁ ଆରମ୍ଭ କରାଯାଇଛି। ଉପରକୁ ବିଜେଡି ଓ ବିଜେପି ଭିତରେ ମଧୁର ସମ୍ପର୍କ ଦେଖା ଯାଉଥିବା ବେଳେ କୌଣସି ମୁହୂର୍ତ୍ତରେ, ଅତର୍କିତ ଭାବେ ବିଜେଡ଼ିକୁ ଭାଙ୍ଗିବାର ଉଦ୍ୟମ ବିଜେପି କରିବ।

ସଂଖ୍ୟା ଖେଳରେ ବିଜେଡ଼ି ବିଧାୟକ ଦଳକୁ ଭାଙ୍ଗିବା ଟିକେ କଷ୍ଟକର। କାରଣ ବିଜେଡ଼ିର ୧୧୨ ସଦସ୍ୟଙ୍କ ଭିତରୁ ଅତିକମରେ ୭୦ ଜଣଙ୍କୁ ବିଜେପି ପକ୍ଷକୁ ଆଣିବାକୁ ପଡିବ। ଏହା ହୁଏତ ସହଜ କଥା ନୁହେଁ। ହେଲେ ବିଜେପି ଯେଉଁ ପ୍ରକାର କିଣାବିକା ଓ ଭଙ୍ଗା ଗଢା ରାଜନୀତିରେ ପାରଙ୍ଗମାତା ହାସଲ କରିଛି, ସେଥିରେ କୌଣସି ବି ସଂଖ୍ୟା ତାଙ୍କ ପାଇଁ ବଡ କଥା ନୁହେଁ। ଆଗକୁ ବିଜେପି ନିଜ ଲକ୍ଷ୍ୟ ପୂରଣ ଲାଗି କିଛି ବି କରିପାରିବ, ଏକଥା ଜଳ ଜଳ ଦିଶି ଯାଉଛି। ବିଜେଡ଼ିର ବିପର୍ୟୟ ଘଟାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜାଣି ଜାଣି ଦୁଇଟି ଦୁଧିଆଳି ବିଭାଗ (ମନି ବ୍ୟାଗ ମିନିଷ୍ଟ୍ରି) ଦିଆ ଯାଇଛି। ଓଡିଶାରେ ପରାଜୟ ସତ୍ତ୍ୱେ ଧର୍ମେନ୍ଦ୍ରଙ୍କୁ ଏତେ ବଡ ପୁରସ୍କାର ଦେବା ପଛରେ ଏକ ଦୀର୍ଘସୂତ୍ରୀ ଯୋଜନା ରହିଛି, ଏକଥା ବିଜେଡି ନେତୃତ୍ଵ ମଧ୍ୟ ଜାଣନ୍ତି।

ଇତି ମଧ୍ୟରେ ବିଜେଡି ବିଧାୟକମାନଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଂସ୍ଥା ଯଥା- ସିବିଆଇ, ଇଡି, ଆୟକର ବିଭାଗ ଇତ୍ୟାଦିଙ୍କୁ କୁହାଯାଇଛି। ଚିଟ ଫଣ୍ଡ କିମ୍ବା ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତି ଥିବା ବିଧାୟକଙ୍କ ଉପରେ ଚାପ ପକେଇବାର ବିଭିନ୍ନ ଉପାୟ ପ୍ରସ୍ତୁତ କରାଯାଉଛି। ସେହିପରି ବିଧାୟକଙ୍କ ସମ୍ପତ୍ତି ତାଲିକା କୁ ଯାଞ୍ଚ କରିବା ଲାଗି ଇଡି ଓ ଆୟକର ବିଭାଗକୁ ମଧ୍ୟ ନିୟୋଜିତ କରା ଯାଇଛି। ସେହିପରି ଓଡିଶା ସରକାର ବିରୋଧରେ କେନ୍ଦ୍ରୀୟ ଅଡିଟ ସଂସ୍ଥା ସିଏଜି ଶକ୍ତିଶାଳୀ ରିପୋର୍ଟ କରିବାକୁ ମଧ୍ୟ ଚାପ ପକା ଯାଉଛି। ବିଜେଡି ତରଫରୁ ସଂସଦରେ ବିଜେପି କୁ ସମର୍ଥନ ଦେଇ ଏକ ପ୍ରକାର ସୁରକ୍ଷିତ ରହିବାର ରଣନୀତି ବିଜେଡିକୁ ଯଥେଷ୍ଟ ମହଙ୍ଗା ପଡିପାରେ। ବିଜେଡି ଭିତରେ କିଛି ପୁରୁଣା ବିଧାୟକ ମନ୍ତ୍ରୀ ହୋଇ ନପାରି ବଡ ଛଟପଟ ହେଉଛନ୍ତି। ସେମାନଙ୍କ ଆଗରେ ବିଜେପି ଲୋଭନୀୟ ଥୋପ ଥୋଇଛି।

କର୍ଣ୍ଣାଟକର ‘ଅପରେସନ କମଳା” ପରେ ଓଡିଶା ଉପରେ ବିଜେପିର ସତର୍କ ନଜର ରହିଛି। ଗତ ନିର୍ବାଚନ ପୂର୍ବରୁ ବିଜେଡ଼ିର ଜଣେ ପୂର୍ବତନ ଲୋକସଭା ସଦସ୍ୟଙ୍କ ଜରିଆରେ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କରା ଯାଇଥିଲା। ଏବେ ସେଇ ଗୁଜବକୁ ପୁଣି ଥରେ କାନକୁହାଙ୍କ ଜରିଆରେ ବ୍ୟାପକ କରାଯାଉଛି। ସବୁଠୁ ବଡ କଥା ହେଉଛି, ରାଜ୍ୟର କେତେ ଜଣ ବରିଷ୍ଠ ପୋଲିସ ଅଧିକାରୀ ଏ କ୍ଷେତ୍ରରେ “ଭେଦିଆ” ଓ “ଖବରୀ” ର ଭୂମିକା ତୁଲାଉଛନ୍ତି। ’

BJD BJP mla odianews odishanews
Share. Facebook Twitter LinkedIn Email WhatsApp Copy Link

Related Posts

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.