Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି
ବିଶେଷ ଖବର

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପେଜ୍ ଇଣ୍ଡଷ୍ଟ୍ରିଜ୍‌
ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

ଭୁବନେଶ୍ୱର: ବ୍ୟାପକ ଶିଳ୍ପାୟନ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ନିଯୁକ୍ତି ପାଇଁ ଆଉ ମାଇଗ୍ରେସନ୍ ନ ହୋଇ, ରିଭର୍ସ ମାଇଗ୍ରେସନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଆଜି ଏହି ପେଜ୍‌-ଇଣ୍ଡଷ୍ଟ୍ରିଜ୍‌ର ଆଉ ଗୋଟିଏ ୟୁନିଟ୍‌ର ଭୂଇଁପୁର ଠାରେ ଶିଳାନ୍ୟାସ କରାଯାଇଛି। ୨୫୮ କୋଟି ଟଙ୍କା ବିନିଯୋଗରେ ଏହାର ଭୂଇଁପୁର ୟୁନିଟ୍‌ରେ ୩୫୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ସହିତ ଆଜି ଭୂଇଁପୁର ଠାରେ ମଧ୍ୟ MAS India Clothing Pvt Ltd ର ଟେକ୍ସଟାଇଲ ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବୟନ ଓ ପୋଷାକ ଶିଳ୍ପ ଉପରେ ଫୋକସ୍ ରଖିଛନ୍ତି। ଏହି କ୍ଷେତ୍ରରେ କମ୍ ପୁଞ୍ଜି ବିନିଯୋଗରେ ଅଧିକ ନିଯୁକ୍ତି ଅବସର ମିଳିଥାଏ । ବିଶେଷକରି ମହିଳାମାନଙ୍କୁ ଅଧିକ ନିଯୁକ୍ତି ମିଳେ। ନିଯୁକ୍ତି ଓ ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ ନୂଆ ନୂଆ ଆପାରେଲ୍ ଇଣ୍ଡଷ୍ଟ୍ରି ସ୍ଥାପନ କରୁଛନ୍ତି। ଖୋର୍ଦ୍ଧା, କଟକ, ଗଞ୍ଜାମ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବ୍ୟାପକ ସଂଖ୍ୟାରେ ଟେକ୍ସଟାଇଲ ଓ ଆପାରେଲ୍ ଉଦ୍ୟୋଗ ପ୍ରତିଷ୍ଠା କରାଯାଉଛି। ଗତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଟେକ୍ସଟାଇଲ ସମିତ୍ ହୋଇଥିଲା। ପ୍ରାୟ ୭୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଥିଲା। ଏହିସବୁ ପ୍ରସ୍ତାବ ଗୁଡ଼ିକ ଏବେ ଦୃତ ଗତିରେ କାର୍ଯ୍ୟକାରୀ ହେଉଛି।

ସେ କହିଥିଲେ ଯେ, ଶିଳ୍ପାୟନ ଦ୍ୱାରା କେବଳ ନିଯୁକ୍ତି ସୃଷ୍ଟି ନୁହେଁ, ବରଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ଥାନୀୟ ସପ୍ଲାଇ ଚେନ୍ ଓ ଦକ୍ଷତା ବିକାଶରେ ମଧ୍ୟ ଏହାର ପ୍ରଭାବ ପଡିଥାଏ। ଏହା ଏକ ସୁଦୃଢ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ ଗଠନ କରେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଓଡ଼ିଶା ପାଇଁ ଶିଳ୍ପ ଉନ୍ନତିରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆଜି ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୪୧ ହଜାର କୋଟି ଟଙ୍କାର ଅନେକ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଥିବା ବେଳେ, ଏହି ନୂଆ ଆପାରେଲ୍ ୟୁନିଟ୍ ରାଜ୍ୟରେ ଟେକ୍ସଟାଇଲ୍ ଓ ପୋଷାକ ଶିଳ୍ପକୁ ଆହୁରି ଗତିଶୀଳ କରିବ।

ସେ ଆହୁରି କହିଥିଲେ ଯେ, ଆଜି ଦିନରେ ପ୍ରାୟ ୬୦ ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି, ଯାହା ଓଡ଼ିଶାର ଯୁବଶକ୍ତି ପାଇଁ ଏକ ନୂଆ ଆଶା ଜଗାଇଛି।

ସେ କହିଥିଲେ ଯେ, ଓଡ଼ିଶାକୁ ପୂର୍ବ ଭାରତର “ସୁରାଟ” କିମ୍ବା “ତିରୁପୁର” ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଟେକ୍ସଟାଇଲ୍ ଓ ଆପାରେଲ୍ କ୍ଷେତ୍ରରେ ଦକ୍ଷ ଓଡ଼ିଆ କାରିଗରମାନଙ୍କ ସମ୍ଭାବନାକୁ ରାଜ୍ୟରେ ହିଁ ଉପଯୋଗ କରିବା ପାଇଁ ନୀତିଗତ ସୁଧାର ଓ ଶିଳ୍ପ-ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି।

ସେ ଆହୁରି କହିଥିଲେ ଯେ, ରାଜ୍ୟରେ ଆପାରେଲ୍ ପାର୍କଗୁଡିକରେ ‘ପ୍ଲଗ୍ ଆଣ୍ଡ ପ୍ଲେ’ ସୁବିଧା ଅର୍ଥାତ୍ ଜମି, ବିଜୁଳି, ପାଣି ଓ ଯାତାୟାତ ସହିତ ସମସ୍ତ ମୌଳିକ ଢାଞ୍ଚା ଉପଲବ୍ଧ କରାଯାଉଛି। ଏହାଦ୍ୱାରା ନିବେଶକମାନଙ୍କ ପାଇଁ ଓଡ଼ିଶା ଏକ ଆକର୍ଷଣୀୟ ଗନ୍ତବ୍ୟ ହୋଇପାରିଛି। ଟେକ୍ସଟାଇଲ୍ କ୍ଷେତ୍ରରେ ପ୍ରାୟ ୭,୨୧୨ କୋଟି ଟଙ୍କାର ବିନିଯୋଗ ଓ ୪୦ ହଜାର ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସାଲେପୁରର ଝିଅ ସ୍ୱର୍ଣ୍ଣପ୍ରଭା ରାଉତରାୟ ଓ ମୟୂରଭଞ୍ଜର ଝିଅ ଯମୁନା ଟୁଡୁ, ଯିଏକି ତାମିଲନାଡୁରୁ ଆସି ଓଡ଼ିଶା textile ଇଣ୍ଡଷ୍ଟ୍ରି ରେ କାର୍ଯ୍ୟକରୁଛନ୍ତି ସେମାନଙ୍କ ସହ ବାର୍ତ୍ତାଳାପ କରି ତାଙ୍କର ଅଭିଜ୍ଞତା ଓ ଦକ୍ଷ କାର୍ଯ୍ୟ ପ୍ରଣାଳୀ ବିଷୟରେ ଜାଣିବାକୁ ପାଇଥିଲେ।

ଶିଳ୍ପ ଓ ନିଯୁକ୍ତି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ସରକାରଙ୍କ ଫୋକସ୍ ହେଉଛି କିପରି ଇଣ୍ଡଷ୍ଟ୍ରି ଜରିଆରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରାଯାଇପାରିବ। ଏହି ସବୁ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଅନେକ MSME ମଧ୍ୟ ଗଢ଼ି ଉଠିବ, ଯାହାଦ୍ୱାରା ଅନେକ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପାଇବେ।

ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ କହିଥିଲେ ଯେ, Textile ଇଣ୍ଡଷ୍ଟ୍ରି ଓଡ଼ିଶାର ଶିଳ୍ପ ବିକାଶରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ଆମର ଦକ୍ଷ ମାନବ ସମ୍ବଳ ପାଇଁ ରାଜ୍ୟରେ ପୁଞ୍ଜି ନିବେଶ ଅନେକ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରୀପାଠୀ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ, ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଭି.ଏସ୍. ଗଣେଶ୍ ଓ Executive Director କେ ଶ୍ରୀନିବାସନ୍ ପ୍ରମୁଖ ଉପସ୍ଥିତ ଥିଲେ।

ଆପାରେଲ୍ ୟୁନିଟ୍ କଟକ ନିଯୁକ୍ତି ପେଜ୍ ଇଣ୍ଡଷ୍ଟ୍ରିଜ୍‌ ମୋହନ ଚରଣ ମାଝୀ ରାମଦାସପୁର ଶିଳ୍ପାୟନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ

April 8, 2026
Latest News

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026

ଆଜି ଏପ୍ରିଲ ୯ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 9, 2026

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.