ଭୁବନେଶ୍ବର: ପଶ୍ଚିମ ବଂଗରେ ବିଜେପି ସରକାର ଗଠନ କରିବ। ସେ ନେଇ ଦଳ ତରଫରୁ ରଣନୀତି ଆରମ୍ଭ ହୋଇଯାଇଛି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏହି ମୁଖ୍ୟମନ୍ତ୍ରୀ ଦୈଡରେ ଆଗରେ ଅଛନ୍ତି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ହେଲେ କେତେକ ପଶ୍ଚିମବଂଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ମତ ପ୍ରକାଶ ପରେ ସବୁ ଗଣିତ ଓଲଟପାଲଟ ହୋଇଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବାଛିବେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆଜି ରାଷ୍ଟ୍ରୀୟ ବିଜେପି ତରଫରୁ ନୂଆଦିଲ୍ଲୀରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ପଶ୍ଚିମବଂଗର ବିଜେପି ବିଧାୟକ ଦଳର ନେତା କିଏ ହେବ ସେ ନେଇ ଦୁଇଜଣିଆ କମିଟ ଗଠନ କରାଯାଇଛି। ଏହି କମିଟର ମୁଖ୍ୟ ଭାବେ ଗୃହମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅମିତ ଶାହା ଅଛନ୍ତି। ତାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସହ ପର୍ଯ୍ୟବେକ୍ଷକ ଭାବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ଗୁଜୁରାଟ ଗସ୍ତରେ ଅଛନ୍ତି।

ଫଳରେ ଏହି ଦୁଇଜଣ କୋଲକାତା ଗସ୍ତ କରି ନବନିର୍ବାଚିତ ବିଜେପି ବିଧାୟକ ତଥା ବିଧାୟିକାଙ୍କ ସହ ଆଲୋଚନା କରିବେ। ଏହାପରେ ଏହି ଦୁଇ ପର୍ଯ୍ୟବେକ୍ଷକ ଜଣଙ୍କ ନାମ ବିଧାୟକ ଦଳର ନେତା ଭାବେ ଘୋଷଣା କରିବେ।


