Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିପଦରେ ଓଡିଆ ଗଣମାଧ୍ୟମର ଭବିଷ୍ୟତ, ଟିଭି ଚ୍ୟାନେଲ ଗୁଡିକରେ ବ୍ୟାପକ କର୍ମଚାରୀ ଛଟେଇ ଆରମ୍ଭ
ବିଶେଷ ଖବର

ବିପଦରେ ଓଡିଆ ଗଣମାଧ୍ୟମର ଭବିଷ୍ୟତ, ଟିଭି ଚ୍ୟାନେଲ ଗୁଡିକରେ ବ୍ୟାପକ କର୍ମଚାରୀ ଛଟେଇ ଆରମ୍ଭ

August 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆପଣ କାମ କରିବାକୁ ନିଜ ଡେସ୍କରେ ପହଞ୍ଚିଲା ବେଳକୁ, ଆପଣଙ୍କୁ ଆପଣଙ୍କ ଏଚଆର ଅଧିକାରୀ ଡାକି କହିବେ- ଆପଣଙ୍କ ବହୁମୂଲ୍ୟ ସେବା ପାଇଁ ଧନ୍ୟବାଦ ସାର, କମ୍ପାନୀ ଲାଗି ଲାଗି ଆଜିଠୁ ଆଉ ଆପଣଙ୍କ ସେବାର ଆବଶ୍ୟକତା ନାହିଁ। ବାସ, ଆପଣଙ୍କ ଜୀବିକାର ସୂତ୍ର ସେଇଠି ଛିଣ୍ଡିଗଲା। ଆପଣଙ୍କୁ ଦୁଇ ମାସର ନୋଟିସ ବା ଅଗ୍ରୀମ ଦରମା ମିଳିବାର ମଧ୍ୟ ସମ୍ଭାବନା ନାହିଁ। କାରଣ ନୂଆ କର୍ପୋରେଟ ନିୟମ ଅଧିନରେ ଆପଣ “ହାୟାର ଆଣ୍ଡ ଫାୟାର” ବ୍ୟବସ୍ଥାର କ୍ରୀତଦାସ। ଗତ ସପ୍ତାହରେ ଓଡିଶାର ଏକ ପ୍ରମୁଖ ଟିଭି ଚାନେଲ ନ୍ୟୁଜ ୧୮ ଓଡିଆ ୧୮ ଜଣ କର୍ମଚାରୀଙ୍କୁ ବିଦା କରିଛି। ମୁକେଶ ଅମ୍ବାନୀ ଗୃପର ମାଲିକାନାରେ ରହିଥିବା ଏହି ଟିଭି କମ୍ପାନୀ ଏବେ ଦେଶବ୍ୟାପୀ ନିଜର ଚ୍ୟାନେଲ ଗୁଡିକରୁ ବ୍ୟାପକ କର୍ମଚାରୀ ଛଟେଇ କରି ଚାଲିଛି। ଓଡିଶାରେ ଥିବା ଏହାର ଚ୍ୟାନେଲରୁ ତୁରନ୍ତ ୧୮ ଜଣଙ୍କୁ ବିଦା କରାଯାଇଥିବା ବେଳେ ଆହୁରି ୧୩ ଜଣ କର୍ମଚାରୀଙ୍କୁ ବିଦା କରାଯିବ ବୋଲି ଜଣାପଡିଛି । ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ, କ୍ୟାମେରାମ୍ୟାନ, ଟେକନିସିଆନ ଓ ପ୍ରଯୋଜନା କର୍ମଚାରୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି। ଓଡିଶା ବାହାରେ ଥିବା ନ୍ୟୁଜ ୧୮  ମୁଖ୍ୟାଳୟରୁ କର୍ମଚାରୀଙ୍କ ପାଖକୁ ଫୋନ କଲ ଆସୁଛି। ଆପଣ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନିର୍ଦ୍ଦେଶ ଆସୁଛି। ଏପରି ଫୋନ କଲ ପ୍ରାୟ ତିନିଦିନ ଧରି ଚାଲିଛି। ସୋମବାର ଦିନ ଆଉ ୭  ଜଣଙ୍କ ପାଖକୁ ଫୋନ କଲ ଆସିବ ବୋଲି ଜଣାପଡିଛି। ଫଳରେ ନ୍ୟୁଜ ୧୮ ଓଡିଆର କର୍ମଚାରୀ ମହଲରେ ଏବେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଏପରି ହୋଇଛି ଯେ, ସାଧାରଣ ଫୋନ କଲ ଆସିବା ମାତ୍ରେ କର୍ମଚାରୀମାନଙ୍କର ଛାତି ଧଡଧଡ ହୋଇଯାଉଛି। ହଠାତ୍ ଗୋଟିଏ ଦିନରେ ନ୍ୟୁଜ ୧୮ ଓଡିଆ କଟକ ବ୍ୟୁରୋରୁ ଦୁଇ ଜଣ ପୁରୁଣା କର୍ମଚାରୀଙ୍କୁ ବିଦା କରି ଦିଆଗଲା।

କେବଳ ଓଡିଶାରେ ନୁହଁ, ସାରା ଦେଶରେ ଏବେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବ୍ୟାପକ କର୍ମଚାରୀ ଛଟେଇ କରିଚାଲିଛନ୍ତି। ଗତ ଦୁଇ ବର୍ଷ ଭିତରେ ହିନ୍ଦୁସ୍ଥାନ ଟାଇମସ, ଏବିପି ଗୃପ, ଡିଏନଏ, ଏନଡିଟିଭି ଭଳି ସଂସ୍ଥା ବ୍ୟାପକ କର୍ମଚାରୀ ଛଟେଇ କରିଛନ୍ତି। ଓଡିଶାରେ ଗତ ଦଶ ବର୍ଷ ଭିତରେ ଛତୁ ଫୁଟିଲା ଭଳି ଟିଭି ଚ୍ୟାନେଲ ଖୋଲିଛି। ୨୦୧୨-୧୩ ଚିଟ ଫଣ୍ଡ ଘୋଟାଲା ସମୟରେ କିଛି ଟିଭି ଚାନେଲ ବନ୍ଦ ହୋଇଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ଆଉ କିଛି ଚ୍ୟାନେଲରେ ବ୍ୟାପକ କର୍ମଚାରୀ ଛଟେଇ ହୋଇଥିଲା। ତେବେ ଜାତୀୟ ଗଣମାଧ୍ୟମ କମ୍ପାନୀ ଗୁଡିକ ମଧ୍ୟରୁ ଜୀ ଟିଭି, ନ୍ୟୁଜ ୧୮ ଓ ଫୋକସ ଟିଭି ଓଡିଆ ଭାଷାରେ ନିଜର ଚ୍ୟାନେଲ ଆରମ୍ଭ କରିଥିଲେ। ପ୍ରଥମେ ଜୀ ଟିଭି ଓଡିଶାରୁ ନିଜର ନ୍ୟୁଜରୁମକୁ ଦିଲ୍ଲୀ ସ୍ଥାନାନ୍ତରିତ କରିଥିଲା। ତା ପରେ ଫୋକସ ନିଜ ପୁଞ୍ଜି ପ୍ରତ୍ୟାହାର କରି ଏହାକୁ ଜନୈକ ଓଡିଆ ବ୍ୟବସାୟୀ/ରାଜନେତାଙ୍କୁ ମାଲିକାନା ହସ୍ତାନ୍ତର କରିଥିଲା। ତେବେ ନ୍ୟୁଜ ୧୮ ଓଡିଆ ପୂର୍ବରୁ ନ୍ୟୁଜ ୱାର୍ଲଡ ଓଡିଶାରେ ମଧ୍ୟ କର୍ମଚାରୀ ଛଟେଇ ଆରମ୍ଭ ହୋଇଯାଇଛି। ସେହି ସଂସ୍ଥା ସିଧାସିଧା କର୍ମଚାରଙ୍କୁ ଛାଡି ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇ ଦେଇଛି। ଫଳରେ ସେଠାରୁ କେତେକ କର୍ମଚାରୀମାନେ ଇସ୍ତଫା ଦେବା କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ଓଡିଆ ଉଦ୍ୟୋଗୀଙ୍କ ହାତରେ ରହିଥିବା ଓ ଟିଭି, ନ୍ୟୁଜ-୭ , କନକ ଟିଭି, କଳିଙ୍ଗ ଟିଭି ଓ ଏମବିସି ଟିଭିର ସ୍ଥିତି ଆପାତତଃ ସ୍ଥିର ରହିଛି। ଟିଆରପି ରେ ଆଜି ମଧ୍ୟ ଏକନମ୍ବର ରହିଥିବା ଓଟିଭି ଅବସ୍ଥା ରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହେଉନାହିଁ। ତେବେ ଜାତୀୟ ଚାନେଲ ଗୁଡିକ ତୁଳନାରେ ଓଡିଶାର ଉଦ୍ୟୋଗୀଙ୍କ ହାତରେ ରହିଥିବା ଚ୍ୟାନେଲଗୁଡିକରେ ବ୍ୟାପକ ଛଟେଇ ହେଉନାହିଁ। ତେବେ ଏହି ଚ୍ୟାନେଲଗୁଡ଼ିକର ଆଶାନୁରୂପ ଅଗ୍ରଗତି ମଧ୍ୟ ହେଉନାହିଁ। ବ୍ୟବସାୟରେ ସ୍ଥିରତା ସବୁବେଳେ ନକାରାତ୍ମକ ଓ କୌଣସି ମୁହୂର୍ତ୍ତରେ ଏହି ସବୁ କମ୍ପାନୀ ନିଜର କର୍ମଚାରୀଙ୍କ ଜୀବିକା ଓ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇପାରନ୍ତି।

ଟିଭି ଚ୍ୟାନେଲ ହେଉ ବା ଖବର କାଗଜ, ଏସବୁରେ କାମ କରୁଥିବା କର୍ମଚାରୀମାନେ ସବୁଠୁ ବେଶୀ ଅସୁରକ୍ଷିତ। ଏମାନଙ୍କ ଜୀବିକାର ସୁରକ୍ଷା ଲାଗି କୌଣସି ଆଇନ ନାହିଁ। ଛାପା ଗଣମାଧ୍ୟମ ଲାଗି ରହିଥିବା ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆକ୍ଟ ଏବେ ପ୍ରାୟତଃ ଅକାମି ହୋଇ ପଡିଛି। ଗଣମାଧ୍ୟମର ବ୍ୟାପକ ପରିବର୍ତ୍ତନ ପରେ ଏହି ଆଇନର ପରିସରକୁ ବଢା ଯାଇପାଇନାହିଁ। ଗଣମାଧ୍ୟମ ମାଳିକାମାନଙ୍କର ରାଜନୀତି ଉପରେ ରହିଥିବା ପ୍ରଚଣ୍ଡ ପ୍ରଭାବ ଯୋଗୁଁ, ଏହି ଆଇନକୁ ଛୁଇଁବାକୁ କୌଣସି ସରକାର ଚାହୁଁ ନାହାନ୍ତି। ଛାପା ଗଣମାଧ୍ୟମ ସାମ୍ବାଦିକଙ୍କୁ ମାଜିଥିଆ ବୋର୍ଡ ନିୟମ ଅନୁଯାୟୀ କୌଣସି ସଂସ୍ଥା ଦରମା ଦେଉନାହାନ୍ତି, ଯାହାକି ସଂପୂର୍ଣ୍ଣ ବେଆଇନ। ତେବେ ଏ ପ୍ରକାର ବେଆଇନ ଶୋଷଣକୁ ରୋକିବା ଲାଗି ରାଜ୍ୟର ଶ୍ରମ ବିଭାଗ ବିଲକୁଲ ଚାହାନ୍ତି ନାହିଁ।

ଯେଉଁ କର୍ମଚାରୀମାନଙ୍କୁ ରାତାରାତି ଚାକିରୀରୁ ଛଟେଇ କରାଯାଉଛି, ସେମାନଙ୍କ ଜୀବନ ଓ ଜୀବିକାର ବିପର୍ୟୟ ଲାଗି କିଏ ଦାୟୀ ରହିବ? ସାମ୍ବାଦିକ ବେଚାରା ସମସ୍ତଙ୍କ ଲାଗି ସ୍ଵର ଉଠାଇବ, ହେଲେ ତା ଲାଗି ସ୍ଵର ଉଠାଇବାକୁ କେହିନାହାନ୍ତି। ଅର୍ଥନୈତିକ ମାନ୍ଦାବସ୍ଥା ଓ ଗଣମାଧ୍ୟମ କ୍ଷେତ୍ରରେ ପୁଞ୍ଜିଲଗାଣ ହେଉନଥିବାରୁ, ଆଗକୁ ଆହୁରି ବହୁ ଗଣମାଧ୍ୟମ କର୍ମଚାରୀ ନିଜର ଜୀବିକା ହରାଇବେ। ଅଟୋମୋବାଇଲ, ଗୃହ ନିର୍ମାଣ, ରେଳବାଇ, ଟେଲି ଯୋଗାଯୋଗ ଇତ୍ୟାଦି କ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକ ଏବେ ନିଜର ବୃତ୍ତି ହରାଉଛନ୍ତି। ଏହାର ପ୍ରଭାବ ଗଣମାଧ୍ୟମ ଉପରେ ମଧ୍ୟ ପଡୁଛି।

ଏପରି ବିଷମ ପରିସ୍ଥିତିରେ ସାମ୍ବାଦିକ ସଙ୍ଘଗୁଡ଼ିକ ଲଢେଇ କରିବେ କି? ଏ ପ୍ରଶ୍ନ ସବୁଠୁ ବେଶୀ ଅବାନ୍ତର। ଆମର ସାମ୍ବାଦିକ ସଙ୍ଘଗୁଡ଼ିକ କେବଳ ବାର୍ଷିକ ଉତ୍ସବ ପାଳନ କରିବା ଓ ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହ ଫଟୋ ଉଠାଇବା ଛଡା ଅଧିକ କିଛି କରନ୍ତି ନାହିଁ। ଏବେ ଛଟେଇ ହେଉଥିବା ସାମ୍ବାଦିକଙ୍କ ଭାଗ୍ୟ କେବଳ ଅନ୍ଧାର।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.