Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ
ଜାତୀୟ ଖବର

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ ରିଖରେ ଅନୁଷ୍ଠିତ ଜନ ଶୁଣାଣୀରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ସହ ଦୀର୍ଘମିଆଦି ସାମାଜିକ ଓ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ସେମାନେ ଏହି ପ୍ରକଳ୍ପକୁ ସମର୍ଥନ କରିଥିଲେ।

ଜିଲ୍ଲା ପ୍ରଶାସନ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ଓଏସପିସିବି)ର ପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ଉପସ୍ଥିତିରେ ଆୟୋଜିତ ଏହି ଜନ ଶୁଣାଣୀ, ପରିବେଶ ଅନୁମୋଦନ ପାଇଁ ଇଆଇଏ ବିଜ୍ଞପ୍ତି, ୨୦୦୬ ଅନୁଯାୟୀ ପରିଚାଳିତ ହୋଇଥିଲା। ଏଥିରେ ଆଲୁମିନିୟମ ସ୍ମେଲ୍ଟର ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା।

ଜନ ଶୁଣାଣି ସଭାରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ଅନୁସାରେ, ଲପାଙ୍ଗା, ବୋମାଲୋଇ, ଡେରବା, ଖଡିଆପାଳି, ଟିଲେଇମାଳ ଓ ଧରୋପାଣି ସହିତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଗ୍ରାମବାସୀମାନେ ସମ୍ପ୍ରସାରଣ ପ୍ରସ୍ତାବକୁ ସ୍ୱତଃ ସମର୍ଥନ କରିଥିଲେ। ଉକ୍ତ ସଭାରେ ଯୋଗ ଦେଇଥିବା ବକ୍ତାମାନେ କହିଥିଲେ ଯେ, ଏହି ପ୍ରକଳ୍ପ ସ୍ଥାନୀୟ ଯୁବମାନଙ୍କ ପାଇଁ ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବା ସହ ସମ୍ବଲପୁର ଜିଲ୍ଲାର ଔଦ୍ୟୋଗିକ ଅଞ୍ଚଳର ବିକାଶକୁ ଆହୁରି ଗତିଶୀଳ କରିବ।

ଏହି ସଭାରେ କମ୍ପାନୀ ପକ୍ଷରୁ ସୂଚନା ଦେଇ କୁହାଯାଇଥିଲା ଯେ, ପ୍ରସ୍ତାବିତ ସମ୍ପ୍ରସାରଣ ଏକ “ବ୍ରାଉନଫିଲ୍ଡ” ପ୍ରକଳ୍ପ ଓ ଏହା ସମ୍ପୂର୍ଣ୍ଣ ଭାବେ ବର୍ତ୍ତମାନର କାରଖାନା ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ କୌଣସି ନୂତନ ଜମି ଅଧିଗ୍ରହଣ, ବିସ୍ଥାପନ ତଥା ପୁନର୍ବାସ କିମ୍ବା ପୁନସ୍ଥାପନର ଆବଶ୍ୟକତା ରହିବ ନାହିଁ।

“ଏହି ସମ୍ପ୍ରସାରଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ଏବଂ ବ୍ୟବସାୟିକ ସୁଯୋଗର ଦ୍ୱାର ଖୋଲିବ ବୋଲି ଲାଉମାଲ ଗ୍ରାମର ବାସିନ୍ଦା ଶ୍ରୀ ହଳଧର ମକର ପ୍ରକାଶ କରିଥିଲେ, ସେ ସମସ୍ତ ଗ୍ରାମବାସୀଙ୍କ ତରଫରୁ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପର ସମ୍ପ୍ରସାରଣକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

ସେହିପରି ଜନଶୁଣାଣୀରେ ବୋମାଲୋଇ ଗ୍ରାମ ପଞ୍ଚାୟତ ଅଧୀନ ଧାରୋପାଣି ଗ୍ରାମର ଶ୍ରୀମତୀ ସୁଲୋଚନା ପ୍ରଧାନ କହିଥିଲେ ଯେ, “ଆମେ ଆଦିତ୍ୟ ବିର୍ଲା ଗ୍ରୁପର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟର ସମ୍ପ୍ରସାରଣକୁ ହୃଦୟରୁ ସମର୍ଥନ କରୁଛୁ, କାରଣ ଏହା ଆମ ସମୁଦାୟ ପାଇଁ ମୂଲ୍ୟବାନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ବିଶେଷକରି, କମ୍ପାନୀ ଆମ ଗ୍ରାମର ମହିଳା ଏବଂ ଯୁବତୀମାନଙ୍କୁ ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ ଅଛି, ସେମାନଙ୍କୁ ଏହାଦ୍ୱାରା ସମ୍ମାନଜନକ ଜୀବିକା ମିଳିବା ଦ୍ଵାରା ସେମାନେ ସଶକ୍ତ ହୋଇପାରିବେ। ଏହା ଆମକୁ ପରିବାର ଆୟରେ ସହଯୋଗ କରିବା ସହିତ ଅଧିକ ସୁରକ୍ଷିତ ଏବଂ ସୁଖମୟ ପରିବାରିକ ଜୀବନ ଯାପନ କରିବାର ସୁଯୋଗ ଦେବ ବୋଲି ଶ୍ରୀମତୀ ସୁଲୋଚନା ପ୍ରକାଶ କରିଥିଲେ।

ଏହି ପ୍ରସ୍ତାବ ଅନୁସାରେ ଆଲୁମିନିୟମ ସ୍ମେଲ୍ଟର କ୍ଷମତାକୁ ସମ୍ପ୍ରତି ୬.୮ ଲକ୍ଷ ଟନ୍ ପ୍ରତିବର୍ଷ (ଏଲଟିପିଏ)ରୁ ବୃଦ୍ଧି କରି ୯.୦ ଏଲଟିପିଏ କରାଯିବା ସହ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟର କ୍ଷମତାକୁ ୧,୨୩୦ ମେଗାୱାଟ୍‌ରୁ ୧,୫୩୦ ମେଗାୱାଟ୍‌କୁ ବୃଦ୍ଧି କରାଯିବ।

ଏହି ପରିପ୍ରେକ୍ଷୀରେ ଆଦିତ୍ୟ ଆଲୁମିନିୟମ, ଲପାଙ୍ଗାର ୟୁନିଟ୍ ମୁଖ୍ୟ ଜଗନ୍ନାଥ ପ୍ରସାଦ ନାୟକ ସୂଚନା ଦେଇ କହିଥିଲେ ଯେ, ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧,୧୬୯ ଜଣ ଅତିରିକ୍ତ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯେଉଁଥିରେ ସ୍ଥାନୀୟ ଚାକିରୀ ଆଶାୟୀ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ।

ଔଦ୍ୟୋଗିକ କ୍ଷେତ୍ରରେ ଅବଦାନ ସହିତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଓଡ଼ିଶାରେ ଏହାର ବ୍ୟାପକ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ୬୩ଟି ଗ୍ରାମର ପ୍ରାୟ ୧.୪୨ ଲକ୍ଷ ଲୋକଙ୍କ ଉନ୍ନତି ପାଇଁ କାମ କରୁଅଛି। କମ୍ପାନୀର ପଦକ୍ଷେପ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଓ ଜୀବିକା ବିକାଶ ସକାଶେ ଅଧିକ ଗୁରୁତ୍ୱ ରହିଅଛି। ଏହି କ୍ରମରେ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍, ଡିଜିଟାଲ କ୍ଲାସରୁମ୍, ପୁସ୍ତକାଳୟ, ବିଜ୍ଞାନ କେନ୍ଦ୍ର, ରିମେଡିଆଲ୍ ଶିକ୍ଷା ବ୍ୟବସ୍ଥା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା କୋଚିଂ ଆଦି ଅନ୍ତର୍ଭୁକ୍ତ ରହିଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ତରଫରୁ ପରିଚାଳିତ ନଅଗୋଟି ଡିସ୍ପେନସାରୀ ଜରିଆରେ ପ୍ରତିବର୍ଷ ପ୍ରାୟ ୭୦,୦୦୦ ରୋଗୀଙ୍କୁ ସେବା ପ୍ରଦାନ କରୁଥିବା ବେଳେ “ସ୍ୱାସ୍ଥ୍ୟ ବାହିନୀ” ମୋବାଇଲ୍ ହେଲ୍ଥ ୟୁନିଟ୍ ପ୍ରତିବର୍ଷ ପ୍ରାୟ ୩୬,୦୦୦ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଛି।

ଜୀବିକା ଉନ୍ନତି କାର୍ଯ୍ୟକ୍ରମ ଅନ୍ତର୍ଗତ “ପ୍ରକଳ୍ପ ଉନ୍ନତି” ମାଧ୍ୟମରେ ୧୦୦୦ରୁ ଉର୍ଦ୍ଧ୍ବ କୃଷକ ପରିବାରଙ୍କୁ ସହାୟତା ମିଳୁଥିବା ବେଳେ “ପ୍ରକଳ୍ପ ଶକ୍ତି” ମାଧ୍ୟମରେ ୨୬୮ ଟି ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରାୟ ୩,୦୦୦ ମହିଳା ସଶକ୍ତ ହେଉଛନ୍ତି।

ସମ୍ବଲପୁରର ବରାଇପାଲିରେ ଗତ ମେ ୨୦୨୪ ରେ ଆରମ୍ଭ ହୋଇଥିବା ଆଦିତ୍ୟ ବିର୍ଲା ସ୍କିଲ୍ ସେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସ୍ଥାନୀୟ ଯୁବମାନଙ୍କୁ ଇଲେକ୍ଟ୍ରୋନିକ୍ସ, ରିଟେଲ୍, ଫ୍ୟାଶନ୍, ଫାଇନାନ୍ସିଆଲ୍ ସର୍ଭିସ୍ ଓ କନ୍ସ୍ୟୁମର ଡ୍ୟୁରେବଲ୍ କ୍ଷେତ୍ରରେ ଶିଳ୍ପ ଉପଯୋଗୀ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ଏହି କ୍ରମରେ ଆଜିସୁଦ୍ଧା ୩୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୬ ଜଣ ପ୍ରଶିକ୍ଷଣ ସମାପ୍ତ କରିଥିବା ବେଳେ ୧୪୬ ଜଣ ଚାକିରି ପାଇଛନ୍ତି । ଓ ୯ ଜଣ ନିଜସ୍ୱ ଉଦ୍ୟମ ଆରମ୍ଭ କରିଛନ୍ତି।

ଜନ ଶୁଣାଣୀରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଓ ଏସପିସିବି ଅଧିକାରୀ ଓ କମ୍ପାନୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଭାଗିତା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଏହି ଜନଶୁଣାଣି ସମାପ୍ତ ହୋଇଥିଲା।

ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଉପ ଜିଲ୍ଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା, ଓଏସପିସିବି ସମ୍ବଲପୁରର ଆଞ୍ଚଳିକ ଅଧିକାରୀ ଡା. ଏସ୍‌. ଏନ୍‌. ନନ୍ଦଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗର ପ୍ରତିନିଧି, ପଞ୍ଚାୟତିରାଜ ପ୍ରତିନିଧି, ବରିଷ୍ଠ ଅଧିକାରୀ ଓ କମ୍ପାନୀ ପ୍ରତିନିଧିମାନେ ଏହି ଜନ ଶୁଣାଣୀରେ ଉପସ୍ଥିତ ଥିଲେ।

ଆଦିତ୍ୟ ଆଲୁମିନିୟମ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026
Latest News

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.