Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

May 16, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଖଣି ନିଗମ
ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ବିଶ୍ବ ବଜାରରେ ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍ ଭଳି କଞ୍ଚାମାଲ୍‌ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡିଶା ଖଣି ନିଗମ ଏହି ବର୍ଦ୍ଧିତ ଚାହିଦାକୁ ନିରନ୍ତର ଭାବେ ପୂରଣ କରିବା ସହିତ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧ କୋଟି ଟଙ୍କାର ଆର୍ଥିକ କାରବାରରୁ ଯାତ୍ରା ଆରମ୍ଭ କରିଥିବା ଓଏମ୍‌ସି ୨୦୨୫-୨୬ ଆର୍ଥିକ ବର୍ଷରେ ୨୫ ହଜାର କୋଟି ଟଙ୍କାର କାରବାର କରିଛି। ଏଥି ସହିତ ୪୫ ନିୟୁତ ଟନ ଖଣିଜ ଉତ୍ତୋଳନ ଜରିଆରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ଦେଶର ଏକ ଅଗ୍ରଣୀ ଖଣି ସଂସ୍ଥା ଭାବେ ପ୍ରତିଷ୍ଠା ହାସଲ କରିଛି। ଏବେ ସମୟ ଆସିଛି, ଓଡିଶା ଖଣି ନିଗମ ତାର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରି, ଦେଶର ଅନ୍ୟାନ୍ୟ ରାଜ୍ୟରେ ଖଣି ଭିତ୍ତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ। ଆହୁରି ମଧ୍ୟ ଓଡିଶା ଖଣି ନିଗମ ପାଖରେ ପ୍ରଚୁର କଞ୍ଚାମାଲ ଉପଲବ୍ଧ ଅଛି। ଖଣି ଭିତ୍ତିକ କାର୍ଯ୍ୟକଳାପ ସହିତ ଶିଳ୍ପାୟନ ପ୍ରତି ଦୃଷ୍ଟିଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସେ ପୁଣି କହିଥିଲେ, ଦୀର୍ଘ ସାତ ଦଶନ୍ଧିରୁ ଅଧିକ ସମୟ ଧରି ଓଏମ୍‌ସି କେବଳ ଏକ ବ୍ୟବସାୟିକ ସଂସ୍ଥା ଭାବେ ନୁହେଁ, ବରଂ ଓଡିଶାର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ନିଗମ ତାର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରିଆସୁଛି। ରାଜ୍ୟରେ ମୂଲ୍ୟବାନ୍ ଖଣିଜ ସମ୍ପଦକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରି ଓଏମ୍‌ସି ଆଜି ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରଖୁଛି। କେନ୍ଦୁଝର ଜିଲ୍ଲାର ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ ଉତ୍ତୋଳନ କରିବାରେ ଓଏମ୍‌ସି ଏହାର ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ କରିଛି। ଏହାଦ୍ବାରା ଓଡିଶାରେ କ୍ଲିନ୍ ଏନର୍ଜି, ଇଲୋକ୍ଟ୍ରୋନିକ୍‌ସ ଓ ଆଧୁନିକ ମୋଟର ଗାଡି ନିର୍ମାଣ ପାଇଁ ମୌଳିକ ଧାତୁ ଯୋଗାଇ ଦେବାରେ ଓଏମ୍‌ସି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୩୬ ସମୃଦ୍ଧ ଓଡିଶା ପରିକଳ୍ପନାକୁ ସାକାର କରିବାରେ ଓଏମ୍‌ସିର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ସେ ଆହୁରି କହିଥିଲେ, ପରିବେଶ ସୁରକ୍ଷା, ସୁରକ୍ଷିତ ଖଣି ପରିଚାଳନା ଏବଂ ଖଣି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ଓଏମ୍‌ସି ନିରନ୍ତର ଉଦ୍ୟମ ଜାରି ରଖିଛି। ସିଏସଆର୍ ପଦକ୍ଷେପ ମାଧ୍ୟମରେ ଖଣି ଅଞ୍ଚଳ ଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ମହିଳା ସଶକ୍ତିକରଣ, କ୍ରୀଡା, ଭିତ୍ତିଭୂମି ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ଅଞ୍ଚଳରେ ସକରାତ୍ମକ ପରିବର୍ତ୍ତନ ଆଣିଛି। ମେସିନ୍ ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଖଣି କ୍ଷେତ୍ରରେ ଅଧିକ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଗମକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ସ୍ଥାନୀୟ ବାସିନ୍ଦାଙ୍କର ଜୀବନ ଜୀବିକା ଆହୁରି ସୁଦୃଢ ହେବ ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆପାଣି ଠାରେ ନବନିର୍ମିତ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ, ଖଣି ଅଞ୍ଚଳ ବାସୀଙ୍କ ପାଇଁ ୮ଟି ଅତ୍ୟାଧୁନିକ Basic Life Support Ambulance, ସମନ୍ବିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଓ-ସ୍ବାସ୍ଥ୍ୟ ନାମକ ଏକ ଡିଜିଟାଲ୍ ସ୍ବାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥି ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ରିଜିଅନ୍‌ କୁ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ ସିଂହ ଓଡିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଦିଗରେ ଓଏମ୍‌ସିର ଅତୁଳନୀୟ ଯୋଗଦାନ ରହିଛି ବୋଲି ଉଲ୍ଲେଖ କରି ଓଏମ୍‌ସି ଦ୍ବାରା ପରିଚାଳିତ ଖଣି ଖାଦାନ ଗୁଡିକ କିଭଳି ରାଜ୍ୟ ଓ ଦେଶର ବିକାଶ କ୍ଷେତ୍ରରେ ଅଧିକ ଉପଯୋଗୀ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହିଥିଲେ।

ଓଡିଶା ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ଗିରିଶ୍ ଏସ୍‌.ଏନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Odisha Mining Corporation OMC ଓଡିଶା ଖଣି ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ

August 28, 2026

ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

August 28, 2026

ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

August 28, 2026
Latest News

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ

August 28, 2026

ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

August 28, 2026

ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

August 28, 2026

ହୀରାକୁଦର ୧୬ ଗେଟ୍‌ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.