Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ
ବିଶେଷ ଖବର

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଦ ଦୋକାନ
ମଦ ଦୋକାନ ଖୋଲିବା ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

ଭୁବନେଶ୍ବର: ମଦ ଦୋକାନ ଲାଇସେନ୍ସ ଦେବା ପୂର୍ବରୁ ସରକାରଙ୍କୁ ଶୁଖିଲା ଶୁଖିଲାରେ ମିଳିଗଲାଣି ୮୪୦ କୋଟି ଟଙ୍କା। ଯାହା ଏଥର ନିଲାମର ସର୍ବାଧିକ ରେକର୍ଡ। ଯେଉଁମାନେ ମଦ ଦୋକାନ ଖୋଲିବେ ସେମାନଙ୍କୁ ଆବେଦନ କରିବା ପାଇଁ କୁହାଯାଇଥିଲା। ସେଥିରେ ଅଫେରସ୍ତ ତିନି ଲକ୍ଷ ଟଙ୍କା ଜମା ରଖିବାକୁ କୁହାଯାଇଥିଲା। ଫଳରେ ରାଜ୍ୟରୁ ପ୍ରାୟ ୨୯ ହଜାର ଆବେଦନ ମିଳିଛି। ଫଳରେ ରାଜ୍ୟ ସରକାର ନିଲାମ ପୂର୍ବରୁ ୮୭୦ କୋଟି ଟଙ୍କା ପାଇସାରିଲେଣି।

ମଦ ଲାଇସେନ୍ସ ପାଇଁ ୨୦୨୧ ମସିହାରେ ଶେଷ ଥର ନିମନ୍ତେ ନିଲାମ ଡକାଯାଇଥିଲା। ସେତେବେଳେ ମିଳିଥିଲା ମାତ୍ର ୨୦୦ କୋଟି ଟଙ୍କା। କାରଣ ସେତେବେଳେ ଜମା ରାଶି ଥିଲା ଏକ ଲକ୍ଷ ଟଙ୍କା। ଚଳିତ ବର୍ଷ ଏହାକୁ ତିନି ଲକ୍ଷକୁ ବୃଦ୍ଧି କରିବା ସହିତ ପାଞ୍ଚ ବର୍ଷ ପରିବର୍ତ୍ତି ତିନି ବର୍ଷ ପାଇଁ ନିଲାମ ଡାକିଛନ୍ତି। ତେବେ ବିଦେଶୀ ମଦ ଦୋକାନ ପାଇଁ ତିନି ଲକ୍ଷ ଥିବା ବେଳେ ଦେଶୀ ମଦ ଦୋକାନ ପାଇଁ ଦୁଇ ଲକ୍ଷ ଟଙ୍କା କରାଯାଇଛି। ଫଳରେ ସରକାର ଏଥିରୁ ଏହି ବିପୁଳ ପରିମାଣର ଆୟ କରିପାରିଛନ୍ତି।

ତେବେ ସବୁଠାରୁ ମଜଦାର କଥା ହେଲା ଯେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆବେଦନକାରୀ ରହିଛନ୍ତି। ଏହି ଜିଲ୍ଲା ପାଇଁ ନିଲାମ ଡକାଇଥିବା ୮୬ ଟି ମଦ ଦୋକାନ ପାଇଁ ୪୨୦୦ ଜଣ ଆବେଦନ କରିଛନ୍ତି। କେବଳ ଭୁବନେଶ୍ବରରେ ୫୮ ଟି ଦୋକାନ ପାଇଁ ୩୬୧୮ ଜଣ ଆବେଦନ କରିଛନ୍ତି। ଭୁବନେଶ୍ବରରେ ୫୦ଟି ଠିପି ବନ୍ଦ ଦୋକାନ ପାଇଁ  ୩୧୯୧ ଜଣ ଏବଂ ୮ ଟି ଦେଶୀ ମଦଦୋକାନ ପାଇଁ ୪୨୫ ଜଣ ଆବେଦନ କରିଛନ୍ତି। ଫଳରେ ସରକାର କେବଳ ଭୁବନେଶ୍ବରରୁ ୧୧୮ କୋଟି ଟଙ୍କା ରାଜସ୍ବ ପାଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଭୁବନେଶ୍ବରର କେବଳ ପଟିଆ ପାଇଁ ସର୍ବାଧିକ ୩୧୫ ଜଣ ଆବେଦନ କରିଛନ୍ତି। ସେତିକି ନୁହେଁ ଭୁବନେଶ୍ବର ଗୋଟିଏ ଗୋଟିଏ ଦୋକାନ ପାଇଁ ପରିବାର ଓ ସଂପର୍କୀୟ ଭାବେ ପ୍ରାୟ ୨୫ ଜଣ ଲେଖାଏଁ ଆବେଦନ କରିଥିବାର ମଧ୍ୟ ଜଣାପଡିଛି। ମୁଖ୍ୟକଥା ହେଲା ଯେହେତୁ ଲଟେରୀ କରାଯାଉଛି, ତେଣୁ ଏକା ଥରେ ପରିବାରରୁ ବହୁ ଲୋକଙ୍କ ନାମରେ ଆବେଦନ କରିଥିଲେ କାଳେ ଭାଗ୍ୟ ଖୋଲିଯିବ ବୋଲି ଆବେଦନକାରୀ ଆଶା ରଖିଛନ୍ତି।

ବିଦେଶୀ ମଦ ଦୋକାନ ମଦ ଦୋକାନ ମଦ ଦୋକାନ ଲଟେରୀ ମଦ ଦୋକାନ ଲାଇସେନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026
Latest News

ଇ-ରିକ୍ସା ଅଚଳ କରିଦେଉଥିବା ତିନିଟି ମୋବାଇଲ ଆପ୍ କୁ ହଟାଇବା ପାଇଁ ନିର୍ଦ୍ଦେଶ

July 3, 2026

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026

କେତେବେଳେ ଆରମ୍ଭ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍?: ଜାଣନ୍ତୁ ସବୁକିଛି

July 3, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ବଢିଲା ଚର୍ଚ୍ଚା: ଅମିତ ଶାହଙ୍କୁ ଭେଟିଲେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧାୱା

July 3, 2026

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.