Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ସହାୟତା ପାଇଁ ଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ଆଇନଜୀବୀ ମାନଙ୍କୁ ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଇନଜୀବୀ ମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି।

ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ମାନେ ଉପକୃତ ହୋଇପାରିବେ। ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ଆଇନଜୀବୀ ମାନଙ୍କର ଏହି ସହାୟତା ରାଶି ୨୦୨୧ ମସିହାରେ ବୃଦ୍ଧି ପାଇଥିଲା।

ଏହି ସହାୟତା ରାଶି ବୃଦ୍ଧିଦ୍ବାରା ୫ ବର୍ଷ ବା ଏଥିରୁ କମ୍ ସମୟ ପାଇଁ କାର୍ଯ୍ୟରତ ଆଇନଜୀବୀ ମାନଙ୍କୁ କେବଳ ଦେହାନ୍ତ କ୍ଷେତ୍ରରେ ପରିବାରର ନିକଟତମ ଆତ୍ମୀୟଙ୍କୁ ୧,୦୫,୦୦୦ ଟଙ୍କା ସହାୟତା ଦିଆଯିବ। ଏହାପରେ ପ୍ରତ୍ୟେକ ଅଧିକ ବର୍ଷର ଅଭିଜ୍ଞତା ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ପାଇବ।

ଅବସର ଓ ଦେହାନ୍ତ କ୍ଷେତ୍ରରେ ଏହି ସହାୟତା ମିଳିବ। ୩୦ ବର୍ଷ କାର୍ଯ୍ୟରତ ଥିଲେ, ଅବସର କ୍ଷେତ୍ରରେ ସମ୍ପୃକ୍ତ ଆଇନଜୀବୀଙ୍କୁ କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୬,୩୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହା ସର୍ବାଧିକ ସହାୟତା ପରିମାଣ।

advocate Pension Mohan Majhi ଆଇନଜୀବୀ ସହାୟତା ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026
Latest News

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.