Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଣତନ୍ତ୍ର ଯେତେବେଳେ ଗୁଣ୍ଡାତନ୍ତ୍ର ଭାବରେ ଲୋକପ୍ରିୟ ହେବା ଆରମ୍ଭ କରେ………
ବିଶେଷ ଖବର

ଗଣତନ୍ତ୍ର ଯେତେବେଳେ ଗୁଣ୍ଡାତନ୍ତ୍ର ଭାବରେ ଲୋକପ୍ରିୟ ହେବା ଆରମ୍ଭ କରେ………

August 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗଣତନ୍ତ୍ର ଯେତେବେଳେ ଗୁଣ୍ଡାତନ୍ତ୍ର ଭାବରେ ଲୋକପ୍ରିୟ ହେବା ଆରମ୍ଭ କରେ.........

କେଦାର ମିଶ୍ର

କେହି କେହି ବହୁତ ଖୁସି ହୋଇପାରନ୍ତି ଯେ, ଗତକାଲି ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ ଅର୍ଥ, ପ୍ରତିରକ୍ଷା ଓ ଗୃହ ମନ୍ତ୍ରୀ ପି. ଚିଦମ୍ବରମଙ୍କ କାନ୍ଥ ଡେଇଁ ତାଙ୍କ ଘର ଭିତରୁ ତାଙ୍କୁ ଘୋଷାରି ଆଣିଲା। ସତେକି ଚିଦମ୍ବରମ ଜଣେ ହତ୍ୟାକାରୀ ଅବା ଡକାୟତ। କେହି କେହି ଏକଥା ମଧ୍ୟ କହିପାରନ୍ତି ଯେ, ସେ ଡକାୟତ ନୁହଁ ତ ଆଉ କଣ! ତାଙ୍କ ନାଁରେ ପରା ଦୁର୍ନୀତି ଅଭିଯୋଗ ରହିଛି। ଦୁର୍ନୀତି ଅଭିଯୋଗ ରହିବାର ଅର୍ଥ ନୁହେଁ, ସେ ଅପରାଧୀ। ଯେତେବେଳ ପର୍ୟନ୍ତ ଦୁର୍ନୀତି ପ୍ରମାଣିତ ହୋଇନାହିଁ, ସେ ନିର୍ଦ୍ଦୋଷ, ଅତି ବେଶୀରେ କେବଳ ଅଭିଯୁକ୍ତ। ଆମେ ଗତ ପାଞ୍ଚ ବର୍ଷ ଭିତରେ ୨-ଜି ଘୋଟାଲାର ଭାଗ୍ୟ କଣ ହେଲା ଦେଖିଛୁ। ଯେଉଁ ପୂର୍ବତନ ମନ୍ତ୍ରୀ ଏ.ରାଜାଙ୍କୁ ଖଳନାୟକ ବୋଲି କହି ସିବିଆଇ ଜେଲରେ ପୂରାଇଥିଲା,ସେ ନିର୍ଦ୍ଦୋଷରେ ଖଲାସ ହେଲେ ଓ ଏବେ ପୁଣିଥରେ ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ମାନ୍ୟବର ଲୋକସଭା ସଦସ୍ୟ ଭାବରେ ସମ୍ମାନର ସହ କାମ କରୁଛନ୍ତି। ତେଣୁ ଦୁର୍ନୀତି ଅଭିଯୋଗ ସବୁବେଳେ ତଥ୍ୟ ଆଧାରିତ ନୁହେଁ, ଏହା ଅନେକାଂଶରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମଧ୍ୟ ହୋଇଥାଇପାରେ।

ଚିଦାମ୍ବରମଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର, ବିଶେଷକରି ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ପ୍ରତିଶୋଧ ପରାୟଣ ରାଜନୀତି ଜଳ ଜଳ ହୋଇ ବାରି ହୋଇ ପଡୁଛି। ଏକଥା ସମସ୍ତେ ଜାଣନ୍ତି ଯେ ୨୦୦୫ ମସିହାରେ ସୋହରାବୁଦ୍ଦିନ ଶେଖ ଓ ତା ପତ୍ନୀ କୌଶର ବି ହତ୍ୟାକାଣ୍ଡ ମାମଲାରେ ତତ୍କାଳୀନ ଗୁଜରାଟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନାଁ ରେ ସିବିଆଇ ଗୁରୁତର ଅଭିଯୋଗ ଦାଖଲ କରିଥିଲା। ସେତେବେଳେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁଜରାଟର କେତେଜଣ ପ୍ରଭାବଶାଳୀ ପୋଲିସ ଅଧିକାରୀ ଓ ଅମିତ ଶାହାଙ୍କୁ ସିବିଆଇ ଗିରଫ କରିଥିଲା। ଏ ସମଗ୍ର ଘଟଣାକ୍ରମ ଚାଲିଥିବା ସମୟରେ ପି.ଚିଦମ୍ବରମ ଗୃହ ମନ୍ତ୍ରୀ ଥିଲେ। ତେଣୁ ସ୍ଵାଭାବିକ ଭାବରେ ଅମିତ ଶାହା ଗୃହମନ୍ତ୍ରୀ ହେବାପରେ ଚିଦମ୍ବରମଙ୍କ ପ୍ରତି ତାଙ୍କର ଆକ୍ରୋଶ ସୁଝାଇବାକୁ ଚାହିଁଛନ୍ତି। ଯେଉଁ ଦୁର୍ନୀତି ମାମଲାରେ ଚିଦମ୍ବରମ ଓ ତାଙ୍କ ପରିବାରର ସମ୍ପୃକ୍ତି କଥା ଉଠୁଛି, ତାହା ଗତ ପାଞ୍ଚ ବର୍ଷ ଧରି ଗାଡି ଚାଲିଛି।

ରାଜନାଥ ସିଂ ଏନଡିଏ ସରକାରର ଗୃହ ମନ୍ତ୍ରୀ  ଥିବାବେଳେ ଚିଦମ୍ବରମଙ୍କୁ  ହୁଏତ ଗିରଫ କରାଯାଇପାରିଥାନ୍ତା। ହଠାତ କାଶ୍ମୀର ପ୍ରସଙ୍ଗ ଜଟିଳ ହୋଇ ଆସୁଥିବା ବେଳେ ଚିଦମ୍ବରମଙ୍କୁ ଗିରଫ କରିବା ଲାଗି ତତ୍ପରତା ଅନେକ ସନ୍ଦେହ ସୃଷ୍ଟି କରୁଛି। ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାର ଓ ତାଙ୍କର ତଦନ୍ତକାରୀ ଅନୁଷ୍ଠାନ, କେତେକ ଟେଲିଭିଜନ ଚାନେଲ ଓ ବିଜେପି ଦଳର ସୋସିଆଲ ମିଡିଆ ଶାଖା ମିଶି ସାରା ଦେଶରେ ଏକପ୍ରକାର ଗୁଣ୍ଡାରାଜ ଆରମ୍ଭ କରିଛନ୍ତି। ପ୍ରଥମେ ନିଜର ପୋଷା ଟିଭି ଚାନେଲଙ୍କୁ ଲଗେଇ ବିରୋଧୀ ନେତାମାନଙ୍କୁ ବଦନାମ କରାଯାଉଛି। ତାପରେ ତଦନ୍ତକାରୀ ସଂସ୍ଥା ଗୁଡିକ ସରକାରୀ ଗୁଣ୍ଡା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏବଂ ଏହି ସମଗ୍ର ଘଟଣାକ୍ରମକୁ ଟୁଇଟର ଓ ଫେସବୁକ ମାଧ୍ୟମରେ ନାଟକୀୟ ଢଙ୍ଗରେ ଟ୍ରୋଲ କରାଯାଉଛି।

ହଠାତ ଚିଦମ୍ବରମଙ୍କୁ ଗିରଫ କରିବା, ସେ ଫେରାର ହୋଇ ଯାଇପାରନ୍ତି ବୋଲି ଗୁଜବ ରଟନା କରିବା ଓ ପରିଶେଷରେ ତାଙ୍କୁ ଅତି ଅମାନବୀୟ ଢଙ୍ଗରେ ଗିରଫ କରିବାର ପ୍ରକ୍ରିୟା ଗୋଟେ ଗୁଣ୍ଡାତନ୍ତ୍ରର ଅଂଶବିଶେଷ ଭଳି ମନେ ହେଉଛି। ଆଗାମୀ ଦିନରେ କୌଣସି ବି ବିରୋଧୀ ଦଳ ନେତାଙ୍କୁ ସମାନ ଢଙ୍ଗରେ ଗିରଫ କରାଯାଇପାରିବ। ଲୋକପ୍ରିୟତାରେ ଉନ୍ମତ୍ତ ଗୋଟେ ସରକାରର ଅନାହତ ଅହଂକାର ଏବେ ଭୟଙ୍କର ହେବା ଆରମ୍ଭ କରିଛି। ଏ ଦେଶର ଏକ ବଡ ଭାଗ ଲୋକ ମଧ୍ୟ ଏବେ ନିଜକୁ ଗଣତନ୍ତ୍ର ବିରୋଧୀ ବୋଲି ମାନିବା ଆରମ୍ଭ କଲେଣି। ଯେ କୌଣସି ବିରୋଧୀ ନେତାଙ୍କ ବିରୋଧରେ ସରକାର ନେଉଥିବା ପ୍ରତିଶୋଧମୂଳକ ପଦକ୍ଷେପକୁ ଆଖି ବୁଜି ଜନସମର୍ଥନ ମିଳୁଛି। ଏହା ଗଣତନ୍ତ୍ର ଲାଗି ସବୁଠୁ ବଡ ବିପଦ।

ଚିଦମ୍ବରମ ନିଜେ ଜଣେ ଦକ୍ଷ ଓକିଲ। ସେ ଆଗାମୀ ଦିନରେ ତାଙ୍କ କେଶ ଲଢିବେ। ହେଲେ ଏଇ ସମଗ୍ର ପ୍ରକ୍ରିୟାରେ ସରକାରର ଯେଉଁ ଚେହେରାତି ଦିଶୁଛି ତାହା ଅତ୍ୟନ୍ତ ଭୟାନକ। ଯେ କୌଣସି ବିରୋଧୀ ସ୍ଵରକୁ ଖତମ କରିଦେବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାରେ ସେ ସରକାର ଆଉ ପଛଘୁଞ୍ଚା ଦେବନାହିଁ। ଗଣତନ୍ତ୍ରର ଗୁଣ୍ଡାତନ୍ତ୍ର ପାଳଟି ଯାଉଥିବାର ଦୁର୍ଭାଗ୍ୟକୁ ଅଟକାଇ ହେଲା ଭଳି କୌଣସି ସୁଯୋଗ ଏବେ ଦୂର ଦୂର ଯାଏ ଦେଖା ଯାଉନାହିଁ ।

ChitambaramArrested
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026
Latest News

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.