Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ବିଶେଷ ଖବର

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରୁଛନ୍ତି।

ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୨୦୦ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥିରୀକୃତ ହୋଇଛି, ସେହି ସମସ୍ତ ବିଦ୍ୟାଳୟ ପାଇଁ ମାର୍ଚ୍ଚ ୨୦୨୭ ସୁଦ୍ଧା ଜମି ଚିହ୍ନଟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବେ ଏବଂ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ଏହି ପ୍ରକଳ୍ପର ସମୀକ୍ଷା କରିବେ।

ସୂଚନାଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଛନ୍ତି।

ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି- ୨୦୨୦ ଓ ଶିକ୍ଷା ଅଧିକାର- ୨୦୦୯ ର ଲକ୍ଷ୍ୟ ପୂରଣ ପାଇଁ ପଞ୍ଚାୟତ ସ୍ତରରେ ବିଶ୍ୱସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ଏହି ଯୋଜନାର ମୂଳ ଲକ୍ଷ୍ୟ।

ବର୍ତ୍ତମାନ ସୁଦ୍ଧା ୩୨୨ଟି ସ୍କୁଲ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇ କାମ ଆରମ୍ଭ ହୋଇଛି। ତେଣୁ, ବାକିତକ ବିଦ୍ୟାଳୟ ପାଇଁ ତୁରନ୍ତ ଜମିର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନେ ଗୁରୁତ୍ୱ ଦେଇ ଉଦ୍ୟମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜମି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ଜମି ଚିହ୍ନଟ ପ୍ରକ୍ରିୟା ସହଜ ଏବଂ ତ୍ୱରାନ୍ୱିତ ହେବ।

ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ, ଏହି ପ୍ରକଳ୍ପର ସଫଳତା ପାଇଁ ଜିଲ୍ଲାପାଳମାନଙ୍କ ସକ୍ରିୟ ଉଦ୍ୟମ ଏକାନ୍ତ ଜରୁରୀ। ସମସ୍ତେ ଏହାକୁ ଗୁରୁତ୍ୱର ସହ ନେଇ ଧାର୍ଯ୍ୟ ଟାର୍ଗେଟ ପୂରଣ କରନ୍ତୁ। ୨୨୦୦ ବିଦ୍ୟାଳୟକୁ ଖୁବ୍ ଶୀଘ୍ର ନିର୍ମାଣ କରିବା ପାଇଁ ପ୍ରଶାସନିକ କଳ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାର ଲକ୍ଷ୍ୟ ରହିଛି।

ଏହି ବୈଠକରେ ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଡି. କେ. ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ୍. ତିରୁମାଲା ଏବଂ ଓସେପା (OSEPA) ର ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳମାନେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ।

Mohan Majhi ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026
Latest News

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.