Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ
ବିଶେଷ ଖବର

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ
ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା କରି ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟକୁ ଆହୁରି ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥାର ଆବଶ୍ୟକତା ଥିବା ବେଳେ ପୁଞ୍ଜି ଓ କାର୍ଯ୍ୟକ୍ରମ ଖର୍ଚ୍ଚକୁ ମଧ୍ୟ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ରାଜ୍ୟର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିବ।
ଅର୍ଥବିଭାଗ ପକ୍ଷରୁ ରାଜସ୍ୱ ପ୍ରାପ୍ତି ଓ ଖର୍ଚ୍ଚ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖାଯାଇଥିଲା। ବୈଠକରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ସୂତ୍ରରୁ ମିଳୁଥିବା ରାଜସ୍ୱରେ କେନ୍ଦ୍ର ସରକାରଙ୍କ ଅନୁଦାନ ୧୦%, କେନ୍ଦ୍ରୀୟ ଟିକସରେ ଅଂଶ ୩୧%, ନିଜସ୍ୱ ଟିକସ ରାଜସ୍ୱ ୩୧% ଏବଂ ନିଜସ୍ୱ ଅଣରାଜସ୍ୱ ଟିକସ ୨୮%।
ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା ବିଭିନ୍ନ ସୂତ୍ରରୁ ସମୁଦାୟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କା ଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ରାଜସ୍ୱ ଆଦାୟ ତୁଳନାରେ ଏହା ହେଉଛି ୭.୩% ଅଧିକ। ସେହିପରି, ଚଳିତ ବର୍ଷର ଜୁଲାଇ ସୁଦ୍ଧା ରାଜ୍ୟର ସମୁଦାୟ ନିଜସ୍ୱ ରାଜସ୍ୱ ପୂର୍ବ ବର୍ଷ ଜୁଲାଇ ଅପେକ୍ଷା ୧୧.୯% ଅଧିକ ରହିଛି। ରାଜ୍ୟର ସମୁଦାୟ ନିଜସ୍ୱ ଟିକସ ରାଜସ୍ୱ ମଧ୍ୟ ଜୁଲାଇ ସୁଦ୍ଧା ପୂର୍ବ ବର୍ଷ ଅପେକ୍ଷା ୯.୩% ଅଧିକ ରହିଛି, ଏବଂ ଅଣଟିକସ ରାଜସ୍ୱ ପୂର୍ବ ବର୍ଷ ଜୁଲାଇ ଅପେକ୍ଷା ୧୪.୮% ଅଧିକ ରହିଛି।
ରାଜସ୍ୱ ଆଦାୟରେ ଅଭିବୃଦ୍ଧି ହାର ଉତ୍ତମ ଥିବା ସହିତ କାର୍ଯ୍ୟକ୍ରମ ବ୍ୟୟ ଓ ପୁଞ୍ଜି ଖର୍ଚ୍ଚ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ଚଳିତ ଆର୍ଥକ ବର୍ଷ ଜୁଲାଇ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ପୂର୍ବ ବର୍ଷର ଏହି ସମୟ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ଠାରୁ ୧୯.୧% ଅଧିକ ରହିଛି। ସେହିପରି, କ୍ୟାପେକ୍ସ ବା ପୁଞ୍ଜିବ୍ୟୟ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୨୬ ଜୁଲାଇ ଶେଷ ସୁଦ୍ଧା ମୋଟ ପୁଞ୍ଜିଗତ ବ୍ୟୟ ୧୧,୩୦୦ କୋଟି ଟଙ୍କା ଥିବାବେଳେ ଗତ ବର୍ଷ ଜୁଲାଇ ସୁଦ୍ଧା ଏହି ପରିମାଣ ୯,୩୯୯ କୋଟି ଟଙ୍କା ଥିଲା। ସମୁଦାୟ କ୍ୟାପେକ୍ସ ଖର୍ଚ୍ଚ ଜୁଲାଇ ସୁଦ୍ଧା ଗତ ବର୍ଷ ତୁଳନାରେ ୨୦.୨% ବୃଦ୍ଧି ପାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ବିନିଯୋଗର ଆବଶ୍ୟକତା ରହିଛି। ରାଜସ୍ୱ ଆଦାୟ ଏବଂ କାର୍ଯ୍ୟକ୍ରମ ଓ ପୁଞ୍ଜିବ୍ୟୟ ପୂର୍ବ ବର୍ଷ ଅପେକ୍ଷା ଅଧିକ ଥିଲେ ମଧ୍ୟ ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଣୁ ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ କ୍ୟାପେକ୍ସ’ରେ ଯେପରି ଅଧିକ ବ୍ୟୟ ହେବ, ସେଥିପ୍ରତି ବିଭିନ୍ନ ବିଭାଗ ଆହୁରି ତ୍ୱରାନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଅର୍ଥବିଭାଗ ପକ୍ଷରୁ ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।
ଅର୍ଥ ବିଭାଗର ସମୀକ୍ଷା ମୋହନ ଚରଣ ମାଝୀ ରାଜସ୍ୱ ଆଦାୟ ବ୍ୟବସ୍ଥା ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026

ଐତିହାସିକ ଦିଗବୋଇ ବିଶୋଧନାଗାର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 23, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026
Latest News

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026

ଐତିହାସିକ ଦିଗବୋଇ ବିଶୋଧନାଗାର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 23, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.