ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ପୋଲିସ ଡିଜି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ର ଆସନ୍ତା 16 ତାରିଖରେ ଦାୟିତ୍ବ ନେବେ। ସେହିଦିନ ବର୍ତ୍ତମାନ ଡିଜି ୱାଇ ବି ଖୁରାନିଆ ଅବସର ନେବେ। ସେ ନେଇ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିସାରିଛନ୍ତି। ଫଳରେ ବିନୟତୋଷ ବିଧିବଧ ଭାବେ ଖୁରାନିଆଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ।
ବର୍ତ୍ତମାନ ଓଡିଶାର ଡିଜିପି କିଏ ହେବ ସେ ନେଇ ବିବାଦ ଲାଗି ରହିଛି। ସୁପ୍ରିମକୋର୍ଟ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ନୂଆ ଡିଜିପି ନିଯୁକ୍ତିରେ ରୋକ ଲଗାଇଥିବାରୁ ବର୍ତ୍ତମାନ ନୂଆ ଡିଜିପି ଚୟନ ହୋଇପାରୁ ନାହିଁ। ଆଉ ଚାରିଦିନ ପରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପରେ ନୂଆ ଡିଜିପି ନିଯୁକ୍ତି କିପରି ହେବ ତାହା ଜଣାପଡିବ। ବିନୟତୋଷ ବର୍ତ୍ତମାନ ସିଆଇଡି ଓ କ୍ରାଇମବ୍ରାଞ୍ଚର ଡିଜି ଅଛନ୍ତି।


